ପଞ୍ଚମ ଟେଷ୍ଟ ନହେବା ପରେ ଭନଙ୍କ ତୀର୍ଚ୍ଛା ବାଣ: ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଅଡ଼ୁଆରେ ପକାଇଦେଲା ଟିମ ଇଣ୍ଡିଆ

ମାଂଚେଷ୍ଟରରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ନହେବା ଦ୍ଵାରା ଅନେକ ପୂର୍ବତନ ଖେଳାଳି ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏଥି ମଧ୍ୟରେ ଇଂଲଣ୍ଡ ଦଳର ପୂର୍ବ କ୍ରିକେଟର ଭନ ମଧ୍ୟ ଏଥିରୁ ପଛାଇ ନାହାନ୍ତି। ସେ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ଟ୍ୱିଟ କରି ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ଏହି ଇଂଲଣ୍ଡର ପୂର୍ବତନ କ୍ୟାପଟେନଙ୍କ ବୟାନ ଯେ ଭାରତ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଅସୁବିଧାରେ ପକାଇଦେଇଛି। ଭାରତ ଶେଷ ମ୍ୟାଚ ନ ଖେଳି ଫେରିଯିବା ଫଳରେ ଇଂଲଣ୍ଡ କ୍ରିକେଟ ବୋର୍ଡର ଆର୍ଥିକ କ୍ଷତି ହେଲା।

Google

ଟିକେଟ ଟଙ୍କା କିପରି ଫେରେଇବ ଏବଂ ପ୍ରାସରଣ କ୍ଷତି କିପରି ସହ୍ୟ କରିବ ଏହାକୁ ନେଇ ଏବେ ଚିନ୍ତାରେ। ସ୍ଥଗିତ ରଖା ଯାଇଥିବା ଟେଷ୍ଟ ମ୍ୟାଚ କେବେ ଖେଳାଯିବ ତାହାକୁ ନେଇ ବି ଏବେ କିଛି ନିଶ୍ଚିତ ନାହିଁ। ଏଥି ନିମନ୍ତେ ଇଂଲଣ୍ଡ ଟିମ ଟେଷ୍ଟ ଚମ୍ପିୟାନସିପ ଟେବୁଲରେ ପଏଣ୍ଟ ହରାଇପାରେ।

ଏହାକୁ ନେଇ ସାଉଥ ଆଫ୍ରିକା ଗ୍ରସ୍ତକୁ ମାଇକେଲ ଭନ ଉଦାହରଣ ସ୍ୱରୂପ ଦର୍ଶାଇଛନ୍ତି। ସେହି ସମୟରେ ସାଉଥ ଆଫ୍ରିକା କ୍ରିକେଟକୁ ବି ଇଂଲଣ୍ଡ କ୍ରିକେଟ ବୋର୍ଡ ଅପ୍ରୀତିକର ପରିସ୍ଥିତିରେ ପଂହଚାଇଦେଇଥିଲା। ଦିନିକିଆ ସିରିଜ ଅଧାରୁ ଇଂଲଣ୍ଡ ଟିମ ସାଉଥ ଆଫ୍ରିକାରୁ ଫେରି ଆସିଥିଲା। ସେତେବେଳେ ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ କ୍ଷତି ସହିଥିଲା। ଏବେ ଇଂଲଣ୍ଡ କ୍ରିକେଟ ବୋର୍ଡ ଏହା ଭୋଗୁଛି ବୋଲି ଭନ କହିଛନ୍ତି।

Google

ଏହାପରେ ବି ଇସିବି ଏବଂ ବିସିସିଆଇ ମଧ୍ୟରେ ଭଲ ସଂପର୍କ ଥିବାରୁ ଏହି ରହିଯାଇଥିବା ଟେଷ୍ଟ ଖେଳାଯିବ ବୋଲି ବିସିସିଆଇ ପ୍ରସ୍ତାବ ଦେଇଛି ବୋଲି ଜଣା ଯାଇଛି। ଫାଙ୍କା ଟାଇମ ବାହାର କରି ଦୁଇ ବୋର୍ଡ ଏହି ମ୍ୟାଚ ଅନୁଷ୍ଠିତ କରିବେ ବୋଲି ବିସିସିଆଇ କହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *