ପ୍ରାକ୍ଟିସ ମ୍ୟାଚରେ ଧୋନିଙ୍କ ଛକା ବର୍ଷା, ବଲ ଖୋଜିବାକୁ ନିଜେ ଗଲେ ପଡିଆ ବାହାରକୁ, ଦେଖନ୍ତୁ ଭିଡିଓ

ଆଇପିଏଲ ୨୦୨୧ର ଦ୍ୱିତୀୟ ଫେଜ ପାଇଁ ଏମ ଏସ୍ ଧୋନୀଙ୍କ କ୍ୟାପଟେନସିରେ ଥିବା ଟିମ ଚେନ୍ନାଇ ସୁପର କିଙ୍ଗସ ୟୁଏଇ ପହଂଚିବା ପରେ ନିଜର ଅଭ୍ୟାସ ଆରମ୍ଭ କରି ଦେଇଛି। ନିଜର ଟିମ ମେମ୍ବର ମାନଙ୍କ ସହ ନେଟରେ ସେ ଝାଳ ବାହାର କରୁଥିବାର ନଜର ଆସୁଛନ୍ତି। ସବୁଠୁ ବଡ କଥା ଏହା କି ସେ ବଡ ବଡ ଛକା ମାରିବା ପରେ ନିଜର ସାଥି ମାନଙ୍କ ସହ ବଲ ଖୋଜିବାକୁ ମଧ୍ୟ ଯାଉଛନ୍ତି। ସବୁଠୁ ମଜାଦାର କଥା ଏହା କି ସେ ବୁଦା ମାନଙ୍କରେ ପଶିବା ପରେ କିଛି ବଲକୁ ବାହାର କରିବାରେ ସଫଳ ମଧ୍ୟ ହେଇ ଯାଉଛନ୍ତି।

Google

ଏହି ଭିଡିଓ ସିଏସକେ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ଫିନିସର ନାମରେ ପରିଚିତ ଧୋନିଙ୍କର ସ୍ଲୋ ବ୍ୟାଟିଂ ଉପରେ ନେଇ ସବୁ ଲୋକ ଅନେକ ଆଲୋଚନା କରୁଛନ୍ତି ମାତ୍ର ଦ୍ୱିତୀୟ ଫେଜ ପାଇଁ ଧୋନି ଯେପରି ଲୟ ଦେଖାଉଛନ୍ତି ଏହାଦ୍ୱାରା ତ ଏହା ହିଁ ଲାଗୁଛି କି ସେ ଆଲୋଚକ ମାନଙ୍କର ମୁହଁ ବନ୍ଦ କରିବାରେ ସକ୍ଷମ ହେଇଯିବେ।

ଆଇପିଏଲ ୨୦୨୧ ସ୍ଥଗିତ ହେବା ଆଗରୁ ସିଏସକେ ୫ଟି ମ୍ୟାଚ ଜିତିଥିଲା: ପୂର୍ବ ବର୍ଷ ଆଇପିଏଲରେ ସିଏସକେର ପ୍ରଦର୍ଶନ ବହୁତ ଖରାପ ଥିଲା। ତାଙ୍କ ଟିମ ଆଇପଏଲ ଲିଗ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେଅଫରୁ ପହଞ୍ଚିବାରେ ଅସଫଳ ଥିଲା। ଏଥିରେ ଧୋନୀଙ୍କର ବ୍ୟାଟ ଚୁପ ରହିଥିଲା ଆଉ ସେ ୧୪ଟି ମ୍ୟାଚରେ ମାତ୍ର ୨୦୦ ରନ କରିପାରି ଥିଲେ। ଗୋଟେ ବି ଅର୍ଦ୍ଧଶତକ ଲଗାଇବାର ବିଫଳ ରହିଥିଲେ, ଆଉ ତାଙ୍କ ଟିମ ୧୪ଟି ମ୍ୟାଚରୁ ମାତ୍ର ୬ଟି ହି ମ୍ୟାଚ ଜିତି ପାରିଥିଲା। ମାତ୍ର ପୂର୍ବ ବର୍ଷର ଅସଫଳତାକୁ ଭୁଲି ତାଙ୍କ ଟିମ ଏବର୍ଷ ବହୁତ ଭଲ ପ୍ରଦର୍ଶନ କରିଥିଲା ଆଉ ସେମାନେ ୭ଟିରୁ ୫ଟି ମ୍ୟାଚ ଜିତିଥିଲେ।

ତାଙ୍କ ଟିମ ଦିଲ୍ଲୀ କ୍ୟାପିଟାଲସ ପରେ ଲିଗ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ମାତ୍ର ଧୋନୀଙ୍କ ବ୍ୟାଟରୁ ରନ ବାହାରି ନାହିଁ ଆଉ ସେ ମାତ୍ର ୭ଟି ମ୍ୟାଚରେ ୩୭ ହିଁ ରନ କରିପାରିଛନ୍ତି। ଏହାକୁ ସେ ଦ୍ୱିତୀୟ ଫେଜରେ ଭରିବା ପାଇଁ ଚାହିଁବେ। ଆଇପିଏଲ ଦ୍ୱିତୀୟ ଫେଜ ୧୯ ସେପ୍ଟେମ୍ବରରୁ ଷ୍ଟାର୍ଟ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସଙ୍କ ଭିତରେ ଅଛି ଆଉ ଏହା ଦୁବାଇରେ ଖେଳାଯିବ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *