ମୁମ୍ବାଇ ଇଣ୍ଡିଆନ୍ସର ଆଶାରେ ପଶିପାରେ ପାଣି! UAE ରେ ଓହ୍ଲାଇବାକୁ ମିଳୁନି ମଞ୍ଜୁରୀ, ଖବର ଭାଇରଲ

ଆଇପିଏଲର ବାକିଥିବା ମ୍ୟାଚ ଏବେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୧୯ ସେପ୍ଟେମ୍ବରକୁ ପ୍ରଥମ ମ୍ୟାଚ ଖେଳାଯିବ ବୋଲି ଘୋଷଣା ହୋଇଯାଇଛି। ତେଣୁ ଏହି ଦୁଇ ଟିମ ପୂର୍ବରୁ ୟୁଏଇ ପହଁଚିବାକୁ ଚାହୁଁଛି ବୋଲି ଜଣା ଯାଉଛି। କହିରଖିବୁ ଦୁଇ ଟିମ ଶୁକ୍ରବାର ଭିତରେ ୟୁଏଇରେ ପହଁଚିବା ପାଇଁ ଚାହୁଁଛନ୍ତି। କିନ୍ତୁ ଦୁହିଁଙ୍କ ଏହି ଇଛା ପୁରଣ ନହୋଇପାରେ। ତେବେ ଆସନ୍ତୁ ଜାଣିବା କଣ ପାଇଁ ଦୁହିଁଙ୍କ ଇଚ୍ଛା ପୁରଣ ନହୋଇପାରେ।

Google

ଚେନ୍ନାଇ ସୁପର କିଙ୍ଗସ (CSK) ପରି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଶୁକ୍ରବାରକୁ ୟୁଏଇ ଯିବା ପାଇଁ ପ୍ରସ୍ତୁତ ହେଉଛି। ଦୁଇ ଟିମ ୧୯ ସେପ୍ଟେମ୍ବରରେ ପ୍ରଥମ ମ୍ୟାଚରେ ଆମ୍ନା ସାମ୍ନା ହେବାକୁ ଯାଉଛନ୍ତି କିନ୍ତୁ ଏବେ ମୁମ୍ୱାଇର ଇଛା ନପୁରଣ ହେଲାଭଳି ନଜର ଆସୁଛି ବୋଲି ବିଶେଷ ତଥ୍ୟରୁ ଜଣା ପଡ଼ିଛି। ସୂତ୍ର ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାରକୁ ୟୁଏଇରେ ପହଁଚିବା ପାଇଁ ତ ଚାହୁଁଛି କିନ୍ତୁ ଏବେ ପର୍ଯ୍ୟନ୍ତ ତାକୁ ଲ୍ୟାଣ୍ଡିଙ୍ଗ କରିବାର ଅନୁମତି ମିଳିନି। ମୁମ୍ବାଇର ସୂତ୍ର କହିଛି,”ମୁମ୍ବାଇ ଟିମ ଚେନ୍ନାଇ ଟିମ ଭଳି ମଧ୍ୟ ଏବେ ୟିଏଇ ସରକାରଙ୍କ ଠୁ ଅନୁମତିର ଅପେକ୍ଷା କରିଛି। କାରଣ ସେ ମଧ୍ୟ ଶୁକ୍ରବାରକୁ ପହଁଚିବା ପାଇଁ ଚାହୁଁଚି। ମୁମ୍ବାଇର ଖେଳାଳି ବବୁଲ ଟୁ ବବୁଲ ଟ୍ରାନ୍ସଫର କରାଯିବ। କିନ୍ତୁ ଏହା ପରେ ମଧ୍ୟ ୟୁଏଇର ପ୍ରୋଟୋକଲ ଅନୁସାରେ ଖେଳାଳିଙ୍କୁ ସେଠାରେ କ୍ୟାରେଣ୍ଟାଇନ ରହିବାକୁ ହେବ।ଏହା ବବୁଲ ଟୁ ବବୁଲ ଟ୍ରାନ୍ସଫର୍ମ ଅଟେ କାରଣ ଖେଳାଳି ବବୁଲରେ ପୂର୍ବରୁ ଅଛନ୍ତି ଓ ମୁମ୍ବାଇରେ ଟ୍ରେନିଙ୍ଗ କରୁଛନ୍ତି”।

ମୁମ୍ବାଇରେ ଘରୋଇ ଖେଳାଳି କ୍ୱାରେଣ୍ଟାଇନ ପରେ ଏବେ ମୁମ୍ବାଇରେ ଟ୍ରେନିଙ୍ଗ କରୁଛନ୍ତି ବୋଲି ଜଣା ଯାଉଛି। ଏହା ସହ ସେମାନଙ୍କର ଲଗାତର କରୋନା ଟେଷ୍ଟ ମଧ୍ୟ କରାଯାଉଛି, ଯାହା ନିତ୍ୟାନ୍ତ ଆବଶ୍ୟକ ଅଟେ ମଧ୍ୟ ଏବଂ ଯାହା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ କି ସବୁ ଖେଳାଳି ସୁରକ୍ଷିତ ଅଛନ୍ତି। ଏହି କଥା ସାମ୍ନାକୁ ଆସିଛିକି କେବଳ ମୁମ୍ବାଇ ଟିମ ଓ କୋଲକତା ଟିମ ୨୦୨୦ରେ ଯେଉଁ ହୋଟେଲ ବୁକିଙ୍ଗ କରିଥିଲେ ଏବେ ସେହି ହୋଟେଲ ବୁକିଙ୍ଗ କରିଛନ୍ତି ବୋଲି ଜଣା ଯାଉଛି। ଆଉ ସବୁ ଟିମ ନୂଆ ହୋଟେଲରେ ରହିବେ ବୋଲି ଜଣାପଡିଛି , ଦେଖା ଯାଉ ଆଗକୁ କଣ ହେଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *