IPL ୨୦୨୧: ରୋହିତଙ୍କ ବିନା ୟୁଏଇରେ ପହଁଚିଲା ମୁମ୍ବାଇ ଇଣ୍ଡିଆନ୍ସ ଟିମ, ଦେଖନ୍ତୁ ଭିଡିଓ

ଆଇପିଏଲ ୨୦୨୧ର ପାର୍ଟ ଟୁ ପାଇଁ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ୟୁଏଇରେ ପହଁଚିଯାଇଛି। ତେବେ ସେଠାରେ ଟିମ କେତେଦିନ କ୍ୱାରେଣ୍ଟିନରେ ରହିବ ଓ କେହେ ଠୁ ଅଭ୍ୟାସ କରିବ ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ ଖବର ଜାଣିବା। ୫ ଥରର ଆଇପିଏଲ ବିଜେତା ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ପାଇଁ ଅବୁଧାବିରେ ପହଁଚିଯାଇଛି। ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗର ଖେଳ ୟୁଏଇରେ ୧୯ ସେପ୍ଟେମ୍ବରରୁ ହେବ।

ଆପଣଙ୍କୁ କହିରଖିବୁ ଶୁକ୍ରବାରକୁ ମୁମ୍ବାଇ ୟୁଏଇରେ ପହଁଚିଛି ଓ ସେଠାରେ ପହଁଚିବା କ୍ଷଣି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି। କହିରଖିବୁ ୧୯ ସେପ୍ଟେମ୍ବରକୁ ମୁମ୍ବାଇ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ସହିତ ଖେଳିବ। ଆପଣଙ୍କା କହିରଖିବୁ ୟୁଏଇ ପହଁଚିବା ପରେ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଟିମ ୬ ଦିନ ପର୍ଯ୍ୟନ୍ତ ଲଗଜରି ସେଣ୍ଟ ରେଜିସ ସାଦିୟାତ ଆଇଲ୍ୟାଣ୍ଡ ରିସୋର୍ଟରେ କ୍ୱାରେଣ୍ଟିନ ରହିବ।

ଏହି ରିସୋର୍ଟ ଅବୁଧାବି ଇଣ୍ଟରନେସନାଲ ଏୟାରପୋର୍ଟରୁ ମାତ୍ର ୨୦ ମିନିଟର ବାଟରେ ଅଛି। ଏହି ହୋଟେଲରେ ମୋଟ ୩୧୨ ଟି ରୁମ, ୬୪ ଟି ସୁଇଟସ ଓ ୧୪ମିଟିଙ୍ଗ ରୁମ ଅଛି। ଯେଉଁଥିରେକି ଇରିଡିୟମ ସ୍ପା,ଲକଜରି ଇଣ୍ଡୋର ଲେପ ପୁଲ,ଏଥେଲେଟିକ କ୍ଳବ ,ଆଉଟଡୋର ପୁଲ, ପ୍ରାଇଭେଟ ବିଚ, ୟୁନିକ ମିଟିଙ୍ଗ ଆଣ୍ଡ ଇଭେଣ୍ଟ ସ୍ପେସ ଓ ସିସାଇଡ଼ ଡାଇନିଙ୍ଗ ଭଳି ଅନ୍ୟ ସୁବିଧା ସାମିଲ ଅଛି।

ଏହି ହୋଟେଲରେ ଏକ ଦିନ ରହିବା ପାଇଁ ୩୦ ହଜାର ଟଙ୍କା ଦେବାକୁ ପଡିଥାଏ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ଅଗଷ୍ଟର ଶେଷ ସପ୍ତାହରେ ଅଭ୍ୟାସ କ୍ୟାମ୍ପ ଲଗାଇପାରି। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଏବେ ଇଂଲଣ୍ଡରେ ଅଛନ୍ତି ଓ ସେ ସିରିଜ ଶେଷ ହେବା ପରେ ସିଧା ୟୁଏଇରେ ଟିମ ସହିତ ଯୋଡିହେବେ। ବର୍ତ୍ତମାନ ଅନ୍ୟବାକି ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ୟୁଏଇ ଯାଇଛି ଯେଉଁଥିରେ ଇସାନ କିସନଙ୍କ ଠୁ ନେଇ ଧାୱନ କୂଲକର୍ଣ୍ଣି ସାମିଲ ଅଛନ୍ତି। ମୁମ୍ବାଇ ଆଇପିଏଲ ୨୦୨୧ ପୋଷ୍ଟ ପୋନଡ଼ ହେବା ପୂର୍ବରୁ ୭ ଟି ମ୍ୟାଚ ଖେଳିଥିଲା ଯେଉଁଥିରେ ୪ ଟି ଜିତିଥିବା ବେଳେ ୩ ଟି ହାରି ପଏଣ୍ଟ ଟେବୁଲରେ ଚତ୍ରୁର୍ଥ ସ୍ଥାନରେ ରହିଛି। ଏବେ ମୁମ୍ବାଇକୁ ୭ ଟି ଲିଗ ମ୍ୟାଚ ଖେଳିବାର ଅଛି।

ଚେନ୍ନାଇର ୧୯ ସେପ୍ଟେମ୍ବରକୁ ଚେନ୍ନାଇ ସହ ଦୁବାଇରେ ମ୍ୟାଚ ଖେଳିବ, ୨୩ ସେପ୍ଟେମ୍ବରରେ କୋଲକତା ସହ ଅବୁଧାବିରେ ଖେଳିବ,୨୬ ସେପ୍ଟେମ୍ବରକୁ ବାଙ୍ଗଲୋର ସହ ଦୁବାଇରେ ଖେଳିବ,୨୮ ସେପ୍ଟେମ୍ବରକୁ ପଞ୍ଜାବ ସହ ଅବୁଧାବିରେ ଖେଳିବ,୨ ଅକ୍ଟୋବରକୁ ଦିଲ୍ଲୀ ସହ ସାରଜାହରେ ଖେଳିବ,୫ ଅକ୍ଟୋବରକୁ ରାଜସ୍ଥାନ ସହ ସାରଜାହରେ ଖେଳିବ,୮ ଅକ୍ଟୋବରକୁ ହାଇଦ୍ରାବାଦ ସହ ଅବୁଧାବିରେ ଖେଳିବ। ୟୁଏଇରେ ମୁମ୍ବାଇର ରେକର୍ଡ ବହୁତ ଭଲ କାରଣ ପୂର୍ଵ ବର୍ଷ ଏଠାରେ ହିଁ ମୁମ୍ବାଇ ୫ ମ ଥର ଆଇପିଏଲ ଟ୍ରଫି ଉଠାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *