ବ୍ୟୁରୋ ରିପୋର୍ଟ: ଭାରତର ସୁନା ପୁଅ ନିରଜ ଚୋପ୍ରା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପ ଯାହାକି ଆମେରିକାରେ ଆୟୋଜିତ ସେଠି ସେ ବଡ଼ ସଫଳତା ପ୍ରାପ୍ତ କରିଛନ୍ତି।

ସେ ଏହି ଚମ୍ପିୟନସିପରେ ହାସଲ କରିଛନ୍ତି ବଡ଼ କୀର୍ତ୍ତିମାନ। ପ୍ରଥମ ଥର ପାଇଁ ସେ ଏହି ଚମ୍ପିୟନସିପର ଫାଇନାଲରେ କରିଛନ୍ତି କ୍ୱାଲିଫାଏ। ସେ ନିଜ ଫାଷ୍ଟ ଚେଷ୍ଟାରେ ୮୮.୩୯ ଦୂରକୁ ବର୍ଚ୍ଛା ଫିଙ୍ଗିଦେଇଥିଲେ। ସେ ପୁରୁଷ ଇଭେଂଟ ଫାଇନାଲରେ ସ୍ଥାନ ପାଇଛନ୍ତି। ତେବେ ଭିନ୍ନ ୩୪ ଖେଳାଳି ଏହି ମୁକାବିଲାରେ ଅନ୍ତର୍ଭୁକ୍ତ ହୋଇଥିଲେ।
ଫାଇନାଲ ପାଇଁ ଖେଳାଳିଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ। ଦୁଇଟି ଗ୍ରୁପରେ ସଭିଙ୍କୁ ରଖାଯାଇଥିଲା। ତେବେ ନିରଜ ନିଜ କ୍ୟାରିୟରର ତୃତୀୟ ବେସ୍ଟ ଫିଙ୍ଗି କ୍ୱାଲିଫାଏ କରିବାରେ ସଫଳ ହୋଇଥିଲେ।
ନିରଜଙ୍କ ଛଡା ରୋହିତ ଯାଦବ ଯିଏକି ଭାରତୀୟ ଆଥଲେଟ ସେ ଖୁବ ଟକର ଦେଇଥିଲେ। ଫାଇନାଲରେ ନିରଜଙ୍କ ସହିତ ଟପ ୧୨ ଜଣ କ୍ୱାଲିଫାଏ କରିବାରେ ରହିଛନ୍ତି ସଫଳ। ତେବେ ୨୩ ତାରିଖରେ ସ୍ୱର୍ଣ୍ଣ ପଦକ ପାଇଁ ହେବ ମୁକାବିଲା। ନିରଜଙ୍କୁ କର ସପୋର୍ଟ।
As the commentator predicted, "he wants one & done" #NeerajChopra does it pretty quickly & with ease before admin's laptop could wake up ?
With 88.39m, Olympic Champion from ?? #India enters his first #WorldAthleticsChamps final in some style ? at #Oregon2022 pic.twitter.com/y4Ez0Mllw6
— Athletics Federation of India (@afiindia) July 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।