ବ୍ୟୁରୋ ରିପୋର୍ଟ: ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପ ଯାହାକି ଆମେରିକାରେ ଆୟୋଜିତ ସେଥିରେ ରବିବାର ଦିନ ଇତିହାସ ରଚିଲେ ନିରଜ। ଏହି ମୁକାବିଲାରେ ସେ ରୌପ୍ୟ ଜିତିବାରେ ସଫଳ ରହିଥିଲେ ଏବଂ ପାଖପାଖି ୧୯ ବର୍ଷ ପରେ ଭାରତକୁ ଦେଇଛନ୍ତି ସଫଳତା। ୨୦୦୩ ରେ ତାଙ୍କ ପୂର୍ବରୁ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିବାରେ ସଫଳ ରହିଥିଲେ। ପୁରୁଷ ବର୍ଗରେ କେବଳ ନିରଜ ହିଁ ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ପଦକ ଜିତିବାର ସଫଳତା ପ୍ରାପ୍ତ କରିଛନ୍ତି।
Check out the throw that won @Neeraj_chopra1 his historic Silver 🥈 at @WorldAthletics C'ships
Our Champ just nows when its a good throw 😁😇 and the Roar🔥#WCHOregon22 #IndianAthletics @PMOIndia @ianuragthakur @NisithPramanik @afiindia @SAI_Patiala @Adille1 pic.twitter.com/6Y5oSq534z
— SAI Media (@Media_SAI) July 24, 2022
ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପର ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଜାଭଲିନ ଫିଙ୍ଗିଥିଲେ ଏବଂ ରୌପ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ।
ରୋହିତ ଯାଦବ ଏହି ପ୍ରତିଯୋଗିତାରେ ୧୦ମ ସ୍ଥାନ ହାସଲ କରିଥିଲେ। ସେ ପ୍ରଥମ ରାଉଣ୍ଡରେ ୭୭.୯୬, ଦ୍ୱିତୀୟରେ ୭୮.୦୫, ତୃତୀୟରେ ୭୮.୭୨ ଫିଙ୍ଗିଥିଲେ ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।
ତେବେ ଅଲମ୍ପିକସରେ ସ୍ୱର୍ଣ୍ଣ ଜିତି ଭାରତର ଗୌରବ ବଢାଇଥିବା ନିରଜ ଫାଷ୍ଟ ଚେଷ୍ଟାରେ ହୋଇଥିଲେ ଫେଲ। ଫାଉଲ ଘୋଷଣା ହୋଇଥିଲା ତାଙ୍କର ଫାଷ୍ଟ ଫିଙ୍ଗିବାକୁ। ଦ୍ୱିତୀୟ ରାଉଣ୍ଡର ଏହି ଭାରତର ସୁନା ପୁଅ ଜାଭଲିନ ୮୨.୩୯ ମିଟର ଦୂରକୁ ଫିଙ୍ଗିବାରେ ସଫଳତା ଅର୍ଜନ କରିଥିଲେ।

ନିରଜଙ୍କ ବିରୁଦ୍ଧରେ ଖେଳୁଥିବା ଗ୍ରେନାଡ଼ା କେ ଆଣ୍ଡରସନ ପିଟର୍ସ ଫାଷ୍ଟ ଚେଷ୍ଟାରେ ୯୦.୨ ମିଟର ଦୂରକୁ ଫିଙ୍ଗିଥିଲେ। ଦ୍ଵିତୀୟ ରାଉଣ୍ଡର ଆଣ୍ଡରସନ ୯୦.୪୬ ଫିଙ୍ଗିଦେଇଥିଲେ। ତେବେ ରୋୖପ୍ୟ ଜିତି ଭାରତର ଗୌରବ ବଢାଇଛନ୍ତି ନିରଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।