ଧୂଆଁଧାର ଏଣ୍ଟ୍ରି କରି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ପାଣ୍ଡ୍ୟା ବ୍ରଦର୍ଶ, ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ

ଭାରତୀୟ ଷ୍ଟାର କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ଏବେ ଆଇପିଏଲରେ ନିଜର ଧମାଲ କରିବା ପାଇଁ ପହଂଚିବେ। ଦୁଇଜଣ ହିଁ ଆଇପିଏଲର ୫ଥର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପାଇଁ ଖେଳୁଥିବାର ନଜର ଆସିବେ। ସେହି ଦୁଇଜଣ ହି ଆଇପିଏଲର ୧୪ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପାଖକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ସେ ଏବେ ଆବୁଧାବିରେ ଟିମ ସହ ସାମିଲ ହେଇଯାଇଛନ୍ତି।

Google

ହାର୍ଦିକ ନିଜର ଇଂସ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଭିତରେ ସେ ଏକ ଲଗଜରି କାରରେ ନିଜର ହୋଟେଲ ପହଂଚୁଥିବାର ନଜର ଆସୁଛନ୍ତି। ଏହି ଆଇପିଏଲକୁ କୋଭିଡ ୧୯ ମହାମାରୀ କାରଣରୁ ହିଁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ୧୯ ସେପ୍ଟେମ୍ବରରୁ ଚେନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ଭିତରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା ହୋଇଛି।

ଏହି ଭିଡିଓ ଉପରେ ସୋସିଆଲ ମିଡିଆରେ ଅନେକ ଲୋକ କମେଣ୍ଟ କରିଛନ୍ତି। ଏପରିକି ହାର୍ଦିକଙ୍କର ସ୍ତ୍ରୀ ନତାସା ଆଉ କ୍ରୁନାଲଙ୍କର ସ୍ତ୍ରୀ ପଂଖୁରି ମଧ୍ୟ କମେଣ୍ଟ କରିଛନ୍ତି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସଙ୍କର ଅଫିସିଆଲ ଟିମ କମେଣ୍ଟ କରିଛନ୍ତି କି ଆସନ୍ତୁ କାମରେ ଲାଗିବା।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଥିବା ଟିମ ସିଏସକେର ବହୁତ ସାରା ପ୍ଲେୟର ଏହି ମାସ ଆରମ୍ଭରେ ହିଁ ୟୁଏଇ ପହଂଚି ଯାଇଛନ୍ତି। ସେମାନେ ନିଜର ମ୍ୟାଚ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଚେନ୍ନାଇ ଆଉ ମୁମ୍ବାଇ ଭିତରେ ମ୍ୟାଚ ପରେ ଏବେ ପୁଣି କୋଲକାତା ନାଇଟ ରାଇଡ଼ର୍ଶ ଆଉ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଭିତରେ ମ୍ୟାଚ ହେବାକୁ ଯାଉଛି। ଏହିପରି ୨୪ ସେପ୍ଟେମ୍ବରକୁ ସାରଜାହାରେ ଖେଳାଯିବାକୁ ଯାଉଛି ଚେନ୍ନାଇ ସୁପର କିଙ୍ଗସ ଆଉ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଭିତରେ ଏକ ବଡ଼ ମ୍ୟାଚ। ଏହିପରି ଭାବେ ଆଇପିଏଲ ୧୪ର ୧୩ଟି ମ୍ୟାଚ ଦୁବାଇ ରେ,୧୦ଟି ମ୍ୟାଚ ସାରଜାହାରେ ଆଉ ,୮ଟି ଆବୁଧାବିରେ ଖେଳାଯିବାକୁ ଯାଉଛି ବୋଲି ଜଣା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *