IND VS ENG: ଇଂଲଣ୍ଡରେ ରିଷଭ ପନ୍ତଙ୍କ କାରନାମା, ଭାଙ୍ଗିଲେ ଧୋନୀଙ୍କ ଏହି ବଡ଼ ରେକର୍ଡ

ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହେବା ପରେ ଏବେ ଇଂଲଣ୍ଡ ସହ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରଥମ ପାରିରେ ୩୬୪ ରନ କରିଛି। ରୋହିତ ଶର୍ମା ଓ କେଏଲ ରାହୁଲ ସୁନ୍ଦର ବ୍ୟାଟିଙ୍ଗ କରି ଟିମକୁ ବଡ଼ ସ୍କୋରରେ ପହଁଞ୍ଚାଇଦେଲେ। ଏହି ମ୍ୟାଚରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭଲ ବ୍ୟାଟିଙ୍ଗ କରିଥିଲେ କିନ୍ତୁ ଅଧିକ ରନ କରିପାରିଲେନି ଓ ୩୭ ରନ କରି ଆଉଟ ହୋଇଗଲେ। ଏହା ପରେ ମଧ୍ୟ ରିଷଭ ପନ୍ତ ୩୭ ରନ କରି ନିଜ ନାମରେ ଏକ ବଡ଼ ରେକର୍ଡ ସ୍ଥାପନ କରିଦେଇଛନ୍ତି ବୋଲି ଜଣା ଯାଇଛି।

Google

ଏହି ଖାସ ରେକର୍ଡରେ ପହଁଚିଲେ ପନ୍ତ: ଇଂଲଣ୍ଡ ବିରୁଦ୍ଧରେ ଲର୍ଡ଼ସ ଗ୍ରାଉଣ୍ଡରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଏକ ଛୋଟ ପାରି ଖେଳି ନିଜ ନାମରେ ଏକ ଖାସ ରେକର୍ଡ଼ ନାମିତ କରେଇବାରେ ସଫଳ ହୋଇଯାଇଛନ୍ତି।

ରିଷଭ ପନ୍ତ ଏହି ମ୍ୟାଚରେ ୫୮ ବଲ ଖେଳି ୫ ଟି ଚୌକା ମାରି ୩୭ ରନ ବନେଇଥିଲେ। ଏହି ଛୋଟ ପାରି ସହ ପନ୍ତ ବିଦେଶରେ ଟେଷ୍ଟରେ ନିଜର ୧୦୦୦ ରନ ପୁରାକରିଛନ୍ତି। ପନ୍ତ ୱିକେଟକିପର ଆକାରରେ ବିଦେଶରେ ସବୁଠୁ କମ ମ୍ୟାଚରେ ହଜାର ରନ ପୁରା କରିଛନ୍ତି ବୋଲି ଜଣା ଯାଇଛି। ସେ ମାତ୍ର ୨୯ ପାରି ଏହି ରେକର୍ଡ ହାସଲ କରିବାରେ ସଫଳ ହୋଇଯାଇଛନ୍ତି।

Google

ପନ୍ତ ଭାଙ୍ଗିଲେ ଧୋନିଙ୍କ ରେକର୍ଡ: ଏହି ରେକର୍ଡ ନିଜ ନାମରେ କରି ପନ୍ତ ଧୋନିଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ବିଦେଶରେ ଧୋନି ୩୨ ପାରିରେ ୧ ହଜାର ରନ କରିବାରେ ସଫଳ ହୋଇଥିଲେ। ଏହି ଲିଷ୍ଟରେ ଧୋନିଙ୍କ ପରେ ଦ୍ୱିତୀୟରେ ନାମ ଫାରୁଫ ଇଞ୍ଜିନିୟରଙ୍କ ଆସିଥାଏ। ଯିଏକି ଏହି କାମ ୩୩ ପାରିରେ ବନେଇଥିଲେ। କହିରଖିବୁକି ପନ୍ତ ନିଜ ଟେଷ୍ଟ କ୍ୟାରିୟର ୨୦୧୮ ରେ ଆରମ୍ଭ କରିଥିଲେ ବୋଲି ଜଣା ଯାଇଛି।

ଦ୍ୱିତୀୟ ଟେଷ୍ଟର ପ୍ରଥମ ପାରିରେ ଭାରତର ଭଲ ପ୍ରଦର୍ଶନ: ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମକୁ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୨୬ ରନର ଐତିହାସିକ ପାର୍ଟନରସିପ କରିଥିଲେ। ରୋହିତ ନିଜ ଶତକରୁ ବଞ୍ଚିଗଲେ କାରଣ ସେ ୧୪୬ ବଲରେ ୮୩ ରନ କରି ଆଉଟ ହୋଇଗଲେ। କିନ୍ତୁ ପୂଜାରା ପୁଣି ଭଲ ପାରି ଖେଳିପାରିଲେ ନାହିଁ ଓ ମାତ୍ର ୯ ରନ କରି ଆଉଟ ହୋଇଗଲେ। ଏହା ପରେ କେଏଲ ରାହୁଲ ବିରାଟ କୋହଲିଙ୍କ ସହ ମିଶି ପାରିକୁ ଆଗକୁ ବଢ଼ାଇଲେ। କେବଳ ଏତିକି ନୁହେଁ ବରଂ କେଏଲ ରାହୁଲ ତାହା କରି ଦେଖାଇଛନ୍ତି ଯାହାକୁ ଦେଖି ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେଏଲ ରାହୁଲ ଲର୍ଡସ ଗ୍ରାଉଣ୍ଡରେ ସୁନ୍ଦର ଶତକ ଲଗାଇବାରେ ସଫଳ ହୋଇଯାଇଛନ୍ତି। ବିରାଟ କୋହଲି ସୁନ୍ଦର ଖେଳ ଆରମ୍ଭ କରିଥିଲେ କିନ୍ତୁ ଅର୍ଦ୍ଧଶତକ ପୁରା କରିପାରିଲେ ନାହିଁ ଓ ୪୨ ରନ କରି ଆଉଟ ହୋଇଗଲେ। ପ୍ରଥମ ଖେଳ ଶେଷ ସୁଧା ଭାରତ ୩ ୱିକେଟ ହରାଇ ୨୬୭ ରନ ବନେଇବାର ନଜର ଆସିଥିଲା।

Google

ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବାର ଅଳ୍ପ ସମୟ ପରେ ରାହୁଲ ଆଉଟ ହୋଇଗଲେ। ସେ ୨୫୦ ବଲରେ ୧୨୯ ରନର ପାରି ଖେଳିଛନ୍ତି। ଏହା ପରେ ରାହାଣେ ପୁଣି ଭଲ ଖେଳିପାରିନଥିଲେ ଓ ମାତ୍ର ୧ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ପନ୍ତ ଓ ଜାଡେଜା ପାରିକୁ ସମ୍ଭାଳିଲେ କିନ୍ତୁ ପନ୍ତ ୩୭ ରନ କରି ଆଉଟ ହୋଇଗଲେ। ଏହା ପରେ ଜାଡେଜା ମଧ୍ୟ ୪୦ ରନ କରି ଆଉଟ ହୋଇଗଲେ ଓ ଏହା ପରେପ୍ରଥମ ପାରିରେ ଭାରତ ୩୬୪ ରନ କରି ଅଲଆଉଟ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *