ପୃଥୀ ସ୍ୱ ଓ ଇସାନ କିସନଙ୍କୁ ମିଳିବନି ୩ୟ ଦିନିକିଆରେ ମୌକା! ଏହି ଦୁଇ ଷ୍ଟାର ଖେଳାଳି ପାଇପାରନ୍ତି ସୁଯୋଗ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ୨୩ ଜୁଲାଇ ଶୁକ୍ରବାରକୁ ମାନେ ଆଜି ଖେଳାଯିବ। ଭାରତ ସିରିଜ ୨-୦ରେ ନିଜ ନାମରେ କରିସାରିଛି। ଏବେ ଭାରତର ଟାର୍ଗେଟ ସିରିଜ କ୍ଲିନ ସୁଇପ କରିବା ହେବ। ତୃତୀୟ ଦିନିକିଆ ପୂର୍ବରୁ ଖବର ଅଛିକି ଭାରତ ଦିନିକିଆ ଦିନିକିଆ ପୂର୍ବରୁ ଚୂଡାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିପାରେ। ମିଡ଼ିଆ ରିପୋର୍ଟ ଅନୁସାରେ ଓପନର ପୃଥୀ ସ୍ୱ ଓ ୱିକେଟ କିପର ଇସାନ କିସନ ତୃତୀୟ ଦିନିକିଆରେ ବସିପାରନ୍ତି। ପ୍ରଥମ ଦିନିକିଆରେ ଦୁହେଁ ଭଲ ବ୍ୟାଟିଙ୍ଗ କରିଥିଲେ କିନ୍ତୁ ଦ୍ୱିତୀୟ ଦିନିକିଆରେ ଦୁହେଁ ଖରାପ ଶର୍ଟ ଖେଳି ଆଉଟ ହୋଇଥିଲେ।

Google

ଇନସାଇଡ଼ ସ୍ପୋର୍ଟସ ଅନୁସାରେ ଭାରତୀୟ ଟିମ ତୃତୀୟ ଦିନିକିଆରେ ପୃଥୀ ସ୍ୱଙ୍କ ଜାଗାରେ ଦେବଦତ ପଡିକଲ ବା ଋତୁରାଜ ଗାୟକବାଡ଼ଙ୍କୁ ମୌକା ଦେଇପାରେ। ଏହି ଦୁଇ ଖେଳାଳି ପ୍ରଥମ ଥର ଭାରତ ସହ ସାମିଲ ହୋଇଛନ୍ତି।ରିପୋର୍ଟ ଅନୁସାରେ ଟି-୨୦ ସିରିଜ ପୂର୍ବରୁଟିମ ଇଣ୍ଡିଆ ପୃଥୀ ସ୍ୱଙ୍କୁ ଆରାମ ଦେବାକୁ ଚାହିଁବ। ଖବର ଅନୁସାରେ ଚୂଡାନ୍ତ ଏକାଦଶରେ ଇସାନ କିସନଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ମୌକା ମିଳିପାରେ। ସଞ୍ଜୁ ସାମସନ ପ୍ରଥମ ଦୁଇଟି ଦିନିକିଆରେ ଆଘାତ କାରଣରୁ ସିଲେକ୍ସନ ପାଇଁ ଉପଲବ୍ଧ ନଥିଲେ କିନ୍ତୁ ଏବେ ସେ ପୁରା ଫିଟ ହୋଇଯାଇଛନ୍ତି।

୩ ନମ୍ବରରେ ଖେଳିବେ ସୂର୍ଯ୍ୟକୁମାର: ଇନସାଇଡ଼ ସ୍ପୋର୍ଟସ ଅନୁସାରେ ଯଦି ଇସାନ କିସନ ଖେଳିବେନି ତେବେ ସୂର୍ଯ୍ୟକୁମାର ଯାଦବ ୩ ନମ୍ବରରେ ଖେଳିପାରନ୍ତି। ସେହିପରି ସଞ୍ଜୁ ସାମସନଙ୍କୁ ନମ୍ବର ୫ରେ ମୌକା ମିଳିପାରେ। ପ୍ରଥମ ୨ ଟି ଦିନିକିଆରେ ଫ୍ଲପ ହୋଇଥିବା ମନୀଷ ପାଣ୍ଡେ ସେହି ନମ୍ବର ୪ରେ ଖେଳିବେ ବୋଲି ଆଶା । ହାର୍ଦିକ ପାଣ୍ଡ୍ୟାଙ୍କର ଫିଟନେସ ଟିମ ଇଣ୍ଡିଆ ପାଇଁ ଏକ ଚିନ୍ତାର ବିଷୟ ଅଟେ। ଦ୍ୱିତୀୟ ଦିନିକିଆରେ ବୋଲିଙ୍ଗ କରିବା ସମୟରେ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ଦେଖାଯାଇଥିଲା। ବ୍ୟାଟିଙ୍ଗ କରିବା ସମୟରେ ମଧ୍ୟ ସେ ଖାତା ଖୋଲିପାରିନଥିଲେ। ଏହା ପରେ ବୋଲିଙ୍ଗ ଓ ତଳ କ୍ରମରେ କୌଣସି ପରିବର୍ତ୍ତନ ହେବା ଅସମ୍ଭବ ଲାଗୁଛି।

Google

ଭାରତୀୟ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:ଶିଖର ଧାୱନ(କ୍ୟାପଟେନ), ଭୁବନେଶ୍ୱର କୁମାର(ଭାଇସ କ୍ୟାପଟେନ),ଦେବଦତ ପଡିକଲ/ଋତୁରାଜ ଗାୟକବାଡ଼, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ସଞ୍ଜୁ ସାମସନ, ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, ଦୀପକ ଚାହାର, ୟୁଜବେନ୍ଦ୍ର ଚହଲ ଓ କୂଲଦ୍ୱୀପ ଯାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *