ବଡ଼ ଖବର: ରାହୁଲ ଦ୍ରାବିଡ଼ ବନାମ ରବି ଶାସ୍ତ୍ରୀ, ଦ୍ରାବିଡ଼ କୋଚ୍ ହେବାକୁ ଚାହିଁଲେ ଶାସ୍ତ୍ରୀଙ୍କୁ ମିଳିବ ଚାଲେଞ୍ଜ

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ଲଗାତର ଦୁଇଟି ଦିନିକିଆ ମ୍ୟାଚ ଜିତିସାରିଛି ଓ ସବୁଆଡେ କୋଚ ରାହୁଲ ଦ୍ରାବିଡ଼ଙ୍କର ଚର୍ଚ୍ଚା ହେଉଅଛି। ପ୍ରଶଂସକ ଦାବି କରୁଛନ୍ତି କି ଦ୍ରାବିଡ଼ଙ୍କୁ ସିନିଅର ଦଳର ମଧ୍ୟ ଭାର ଦିଆଯାଉ। ଭାରତର ମୁଖ୍ୟ ଦଳର କୋଚ ରବି ଶାସ୍ତ୍ରୀଙ୍କ ଅନୁବନ୍ଧ ଏହି ବର୍ଷ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ଅଛି। ଏପର୍ଯ୍ୟନ୍ତ କୋୖଣସି ପ୍ରକାରର ଅଫିସିଆଲ ବୟାନ ଆସିନାହିଁ କି ତାଙ୍କର କୋଚ ରୂପରେ ସମୟ ବଢିବ କି ନାହିଁ। ଏପରି କୁହାଯାଉଛି କି ଦ୍ରାବିଡ଼ ତାଙ୍କ ସ୍ଥାନ ନେଇପାରନ୍ତି। କହିଦେଉଛୁ କି ବର୍ଷ ୨୦୧୭ରେ ଅନୀଲ କୁମ୍ବଲେଙ୍କର ହଟିବା ପରେ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର କୋଚ ଭାବରେ ପଦ ସମ୍ଭାଳି ଥିଲେ।

Google

ଏହି କଥାରୁ ଓହରି ହେବନାହିଁ କି ଦ୍ରାବିଡ଼ଙ୍କ ପାଖରେ ଭାରତୀୟ ଦଳର କୋଚ ପାଇଁ ଆବଶ୍ୟକ କ୍ରେଡିତ ଓ ଅନୁଭବ ଅଛି। ଯଦିଓ ଭାରତର ପୂର୍ବ କ୍ରିକେଟର ଆକାଶ ଚୋପ୍ରାଙ୍କୁ ଲାଗୁନାହିଁ କି ଦ୍ରାବିଡ଼ ଭାରତର କୋଚ ହେବାକୁ ଯାଉଛନ୍ତି। ଏହା ପ୍ରଥମ ଥର ନୁହେଁ ଯେବେ ଭାରତୀୟ ଦଳର ସମ୍ଭାବିତ କୋଚଙ୍କ ତାଲିକାରେ ଦ୍ରାବିଡ଼ଙ୍କ ନାମ ଚର୍ଚ୍ଚାରେ ଅଛି। କୁମ୍ବଲେଙ୍କର ଯିବାପରେ ମଧ୍ୟ ଦ୍ରାବିଡ଼ଙ୍କର ଚର୍ଚ୍ଚା ହେଉଥିଲା। ଯଦିଓ ଚାରିବର୍ଷ ପୂର୍ବରୁ ଦ୍ରାବିଡ଼ ନିଜକୁ କୋଚର ଦୌଡ଼ରୁ ଦୂରେଇ ରଖିଥିଲେ ବୋଲି ଜଣା ଯାଇଥିଲା। ଚୋପ୍ରାଙ୍କୁ ଲାଗୁଛି କି ଏଥର ମଧ୍ୟ ଏପରି ହେବ।

ସେ କହିଲେ,”ମତେ ଲାଗୁନାହିଁ କି ରାହୁଲ ଦ୍ରାବିଡ଼ ନିଜ ନାମ ତାଲିକାରେ ରଖିବାକୁ ଯାଉଛନ୍ତି। ଯଦି ରାହୁଲ କହିବେ କି ସେ ଭାରତର କୋଚ ହେବାକୁ ଚାହୁଁଛନ୍ତି ତେବେ ଟକ୍କର ହେଇପାରେ। ଯଦି ସେ ଚାହୁଁଛନ୍ତି, ତେବେ ଏହା ଏକ ମଜବୁତ ଲଢେଇ ହେବ ବୋଲି ଆଶା କରାଯାଉଅଛି ବୋଲି ଜଣା ଯାଉଛି।”ଦ୍ରାବିଡ଼ ଗତଥର ପରିବାର ସହ ଅଧିକ ସମୟ କଟାଇବା ପାଇଁ ଜୋର ଦେଇଥିଲେ ଓ ଭାରତ ଏ ଓ ଅଣ୍ଡର-୧୯ଦଳ ସହ ଯୋଡ଼ି ହୋଇଥିଲେ। ଶ୍ରୀଲଙ୍କା ଗସ୍ତରେ ଭାରତକୁ କେବଳ ଛଅଟି ମ୍ୟାଚର ସିରିଜ ଖେଳିବାର ଅଛି। ଏଥିପାଇଁ ସେ କୋଚ ହେବା ପାଇଁ ସହଜରେ ସ୍ୱୀକାର କରିନେଲେ। ଯଦି ଦ୍ରାବିଡ଼ କୋଚର ଦୌଡ଼ରେ ସାମିଲ ହେବେ ତେବେ ଶାସ୍ତ୍ରୀଙ୍କୁ କଡା ଟକ୍କର ମିଳିବ।

Google

ଚୋପ୍ରା ଆଗକୁ କହିଲେ,”କିନ୍ତୁ ଯଦି ଦ୍ରାବିଡ଼ ଅନିଚ୍ଛା ପ୍ରକାଶ କରନ୍ତି, ତେବେ ଶାସ୍ତ୍ରୀଙ୍କ ସାମ୍ନାରେ ଅନ୍ୟ ପ୍ରାର୍ଥୀ ଠିଆ ହୋଇପାରିବ ନାହିଁ। ଏପରି ମୋର କହିବାର କଥା।”ଚୋପ୍ରାଙ୍କୁ ଲାଗୁ ନାହିଁ କି କୋଚ ବଦଳେଇବାର ଆବଶ୍ୟକତା ମଧ୍ୟ ଅଛି। ଶାସ୍ତ୍ରୀଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟ୍ରଫି ଜିତି ନଥାଇପାରେ,କିନ୍ତୁ ଦଳର ସାମଗ୍ରିକ ପ୍ରଦର୍ଶନକୁ ସମାଲୋଚନା କରାଯାଇ ନାହିଁ।ଚୋପ୍ରାଙ୍କ ଅନୁସାରେ ଶାସ୍ତ୍ରୀ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳକୁ ନିଜର ସେବା ଦେଇପାରିବେ ବୋଲି ତାଙ୍କ ଅନୁସାରେ ଜଣା ଯାଇଛି। ଏହି ସମୟ ମଧ୍ୟରେ ଭାରତକୁ ଟି-୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପ ଖେଳିବାକୁ ହେବ ବୋଲି ଜଣା ଯାଉଛି।

ଶାସ୍ତ୍ରୀଙ୍କ କୋଚ ରହିଥିବା ସମୟରେ ଭାରତ ଏହି ବର୍ଷ ଟି୨୦ ୱାର୍ଲଡ଼ କପ ବିଜୟ ଲାଭ କରିଦେବେ ତେବେ ତାଙ୍କୁ ଏହି ପଦବୀରୁ ହଟାଇବା ଅସମ୍ଭବ ହୋଇଯିବ। ଯଦି ଭାରତ ଜଲ୍ଦି ବାହାର ହୋଇଯିବ ତେବେ ରବି ଶାସ୍ତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *