ହାଇଲାଇଟରେ ଅଶ୍ୱିନୀ! ଜୋର ଧରିଲା ଅଶ୍ୱିନୀଙ୍କ ଟ୍ୱିଟ, ଟି-୨୦ ଦଳରେ ସ୍ଥାନ ପାଇବା ପରେ ହଇଚଇ ସୃଷ୍ଟି

ଆପଣଙ୍କୁ କହିରଖିବୁ ଚଳିତ ବର୍ଷ ୨୦୨୧ରେ ଟି-୨୦ ବିଶ୍ୱକପ ଖେଳାଯିବାର ଅଛି ଓ ଏହା ଓମାନ ଓ ୟୁଏଇରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏହା ପାଇଁ ସବୁ ଟିମକୁ ୧୦ ତାରିଖ ମଧ୍ୟରେ ନିଜ ୧୫ ଜଣିଆ ଟିମ ଘୋଷଣା କରିବାକୁ କୁହାଯାଇଥିଲା ଯାହା ପରେ ଗତ କାଲି ଭାରତୀୟ ଟିମ ନିଜର ୧୫ ଜଣିଆ ଟିମ ଘୋଷଣା କରିଛି ଯେଉଁଥିରେ ଭାରତର ମହାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ଜାଗା ମିଳିଛି। ଏହା ଅଶ୍ୱିନୀଙ୍କ ପାଇଁ ବଡ଼ ଖବର କାରଣ ଅନେକ ସମୟରୁ ସେ କେବଳ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ରହିଥିଲେ କିନ୍ତୁ ତାଙ୍କୁ ସୀମିତ ଓଭର ସିରିଜରେ ଜାଗା ମିଳିପାରୁନଥିଲା। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ସେ ଶେଷଥର ୨୦୧୭ରେ ଟି-୨୦ଇଣ୍ଟରନେସନାଲ ମ୍ୟାଚ ଖେଳିଥିଲେ।

Google

ଏବେ ଏତେ ଦିନର ଅପେକ୍ଷା ପରେ ଅଶ୍ୱିନୀଙ୍କୁ ଟି-୨୦ ବିଶ୍ୱକପ ଟିମରେ ଜାଗା ମିଳିବା ପରେ ସେ ବହୁତ ଖୁସି ହୋଇଯାଇଛନ୍ତି ଓ ଏହାକୁ ନେଇ ସେ ଏକ ଟ୍ୱିଟ କରିଥିଲେ ଯାହା ଏବେ ବହୁତ ଭାଇରାଲ ହେଉଛି। ସେ ସେହି ଟ୍ୱିଟର କ୍ୟାପ୍ସନରେ ଲେଖିଥିଲେ ସବୁ ଅନ୍ଧକାର ଗଳିର ଶେଷରେ ନିଶ୍ଚଯ ଆଲୋକ ମିଳିଥାଏ ଯେଉଁ ଆଲୋକକୁ କୁ ସେ ଆଜି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ସବୁଠୁ ମୁଖ୍ୟ କଥା ହେଉଛି ଅଶ୍ୱିନୀ ଏହା ମଧ୍ୟ କହିଛନ୍ତି ଏହି ଲେଖାଟି ମୁଁ ଏବେ ଚୟନ ହେବା ପରେ ନୁହେଁ ବରଂ ୨୦୧୭ରେ ନିଜ ଡାଇରୀରେ ଲେଖିଥିଲି ଅପେକ୍ଷା କରିଥିଲି ଆଜିର ଦିନକୁ। ଏବେ ତାଙ୍କର ଏହି ଟ୍ୱିଟ ଲୋକଙ୍କୁ ବହୁତ ଭଲ ଲାଗିଛି ଓ ଏହା ଖୁବ ଭାଇରାଲ ହେଉଛି। କହିରଖିବୁ ଦଳ ଏଥର ବହୁତ ଭଲ ଲାଗୁଛି।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି (ଅଧିନାୟକ), ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଇସାନ କିସନ, ରବିନ୍ଦ୍ର ଜାଡେଜା, ରାହୁଲ ଚାହାର,ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ,ରବିଚଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମୀ, ଭୁବନେଶ୍ୱର କୁମାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *