IND VS ENG: ରବୀନ୍ଦ୍ର ଜାଡେଜାଙ୍କ ନାମରେ ଯୋଡି ହେଲା ଆଉ ଏକ ମାଇଲଷ୍ଟୋନ, ରଚିଲେ ଇତିହାସ

ଟିମ ଇଣ୍ଡିଆର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ କ୍ରିକେଟରେ ବଡ଼ ସ୍ଥାନ ହାସିଲ କରି ସାରିଛନ୍ତି। ସେ ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ୪୫୦ ୱିକେଟ ପୁରା ହେଇଯାଇଛି ଆଉ ଏପରି କରିଥିବା ସେ ଦ୍ୱିତୀୟ ଭାରତୀୟ ହେଇଛନ୍ତି ଯିଏ କି ୪୫୦ ୱିକେଟ ସହ ୪୫୦୦ ରନ ପୁରା କରିଛନ୍ତି। ଏହା ଆଗରୁ ଏହି ରେକର୍ଡ ପୂର୍ବ ଭାରତୀୟ ଅଧିନାୟକ କପିଲ ଦେବଙ୍କ ନାମରେ ଥିଲା।

Google

ଜାଡେଜା ନିଜର ଆନ୍ତର୍ଜାତୀୟ କ୍ରିକେଟ ଇତିହାସରେ ୨୭୩ ମ୍ୟାଚରେ ୪୫୦ ୱିକେଟ ନେଇ ସାରିଛନ୍ତି। ୧୦ ଥର ୫ ୱିକେଟରୁ ଅଧିକ ନେଇଛନ୍ତି। ୪୮ ରନ ଦେଇକି ୭ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ସହିତ ସେ ୩୨ ହାରରେ ୪୭୬୧ ରନ ମଧ୍ୟ ବନେଇବାର ଜଣା ଯାଇଛନ୍ତି। ଏହା ଆଗରୁ ୩୫୬ ମ୍ୟାଚରେ ୬୮୭ ୱିକେଟ ଏବଂ ୯୦୭୧ ରନ ବନାଇଥିଲେ ଆମ ପୂର୍ବ ଅଧିନାୟକ କପିଳ ଦେବ। ସେ ୨୪ ଥର ୫ ୱିକେଟ ବି ଅକ୍ତିଆର କରିଥିଲେ। ସେ ୯ଟି ଶତକ ବି ଲଗାଇବାର ସକ୍ଷମ ହୋଇଥିଲେ।

ଜାଡେଜା ଟେଷ୍ଟରେ ୨୨୩ ୱିକେଟ ଅକ୍ତିଆର କରିଛନ୍ତି: ତାଙ୍କ ଟେଷ୍ଟ କ୍ୟାରିୟର କଥା କହିବା ତାହେଲେ ସେ ୫୫ଟି ମ୍ୟାଚରେ ୨୫ ହାରରେ ୨୨୩ ୱିକେଟ ନିଜ ନାମରେ କରିଛନ୍ତି। ୯ ଥର ୫ ୱିକେଟ ଆଉ ଥରେ ୧୦ ୱିକେଟ ନେଇ ସାରିଛନ୍ତି। ଏହା ବ୍ୟତୀତ ୩୭ ହାରରେ ୧୬୮ଟି ଦିନିକିଆ ମ୍ୟାଚରେ ୧୮୮ ୱିକେଟ ନେଇଛନ୍ତି ଆଉ ୩୬ ରନ ଦେଇକି ୫ ୱିକେଟ ତାଙ୍କର ସର୍ବ ଶ୍ରେଷ୍ଠ ପ୍ରଦର୍ଶନ। ଟି ଟ୍ୱେଣ୍ଟିରେ ୫୦ଟି ମ୍ୟାଚରେ ୩୯ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ବୋଲି ଜଣା ଯାଇଛି ଏବଂ ଏହା ସହ ୪୮ ରନ ଦେଇକି ୩ଟି ୱିକେଟ ତାଙ୍କର ସର୍ବ ଶ୍ରେଷ୍ଠ ପ୍ରଦର୍ଶନ ଅଟେ।

Google

୫ଟି ପାରି ପରେ ୱିକେଟ ମିଳିଲା: ଜାଡେଜାଙ୍କୁ ତାଙ୍କର ଶେଷ ୫ଟି ପାରି ପରେ ୱିକେଟ ମିଳିଲା। ଏହା ଆଗରୁ ତାଙ୍କୁ ନଟିଂହମ ଟେଷ୍ଟ ତଥା ଲର୍ଡ୍ସ ଟେଷ୍ଟରେ ୱିକେଟ ମିଳି ନଥିଲା। ବିଶ୍ୱ ଟେଷ୍ଟ ଚାମ୍ପିଆନସିପରେ ମଧ୍ୟ ତାଙ୍କୁ ୱିକେଟ ମିଳି ନଥିଲା। ମାତ୍ର ଲର୍ଡ୍ସରେ ୪୦ ରନର ପାରି ତଥା ନଟିଂହମରେ ୫୬ ରନର ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *