IND VS ENG: ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ, ଦଖଲ କଲେ ଏହି ଖାସ ସ୍ଥାନ

ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟର ପ୍ରଥମ ପାରିରେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜାଙ୍କ ଛଡା ଆଉ କୌଣସି ବ୍ୟାଟ୍ସମ୍ୟାନ ଖାସ କିଛି କରିପାରିଲାନାହିଁ। କେଏଲ ରାହୁଲ ୮୪ରନର ପାରି ଖେଳିଥିବା ବେଳେ ଜାଡେଜା ଅର୍ଦ୍ଧଶତକିୟ ପାରି ଖେଳିଛନ୍ତି। ନଟିଂହମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଜାଡେଜା ସୁନ୍ଦର ପାରି ଖେଳିଛନ୍ତି।

Google

ଜାଡେଜା ନିଜ ନାମରେ କଲେ ଏହି ଖାସ ରେକର୍ଡ:ଭାରତତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁନ୍ଦର ବ୍ୟାଟିଙ୍ଗ କରି ୮୬ ବଲରେ ୮ ଟି ଚୌକା ଓ ୧ ଛକା ଦ୍ଵାରା ୫୬ ରନର ପାରି ଖେଳିଥିଲେ। ଏହା ସହିତ ଜାଡେଜା ନିଜ ନାମରେ ଏକ ଖାସ ରେକର୍ଡ କରିଛନ୍ତି। ଭାରତୀୟ ପାରିର ୬୦ ତମ ଓଭରରେ ଜାଡେଜା ସାମ କରନଙ୍କ ବଲରେ ଚୌକା ମାରି ଟେଷ୍ଟ କ୍ରିକେଟରର ନିଜର ୨ ହଜାର ରନ ପୁରା କରିଛନ୍ତି।

ଟେଷ୍ଟରେ ୨ ହଜାର ରନ ଓ ୨୦୦ ରୁ ଅଧିକ ୱିକେଟ ନେଇଥିବା ଜାଡେଜା ୫ମ ଖେଳାଳି ଅଟନ୍ତି। ଏହା ପୂର୍ବରୁ କପିଲ ଦେବ, ଅନୀଲ କୁମ୍ବଲେ, ରବିଚନ୍ଦ୍ରନ ଅଶ୍ୱିନୀ, ହରଭଜନ ସିଂହଙ୍କ ନାମରେ ଏହି ରେକର୍ଡ ରହିସାରିଛି। ଜାଡେଜା ମାତ୍ର ୫୩ ଟି ମ୍ୟାଚରେ ଏହି ରେକର୍ଡ କରିଛନ୍ତି ଓ ସେ ସବୁଠୁ କମ ମ୍ୟାଚରେ ଏପରି କରିଥିବା ତୃତୀୟ ଭାରତୀୟ ଖେଳାଳି ଅଟନ୍ତି। କପିଲ ଦେବ ୫୦ଟେଷ୍ଟ ଓ ଅଶ୍ୱିନୀ ୫୧ ଟି ଟେଷ୍ଟ ମ୍ୟାଚରେ ଏପରି କରିଥିଲେ।

ଟିମ ଇଣ୍ଡିଆ ହାସଲ କଲା ୯୫ ରନର ଲିଡ଼:ପ୍ରଥମେ ଇଂଲଣ୍ଡ ଟସ ଜିତି ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲା କିନ୍ତୁ ଇଂଲଣ୍ଡ କିଛି ଖାସ କରିପାରିନଥିଲା। ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଙ୍ଗ କାରଣରୁ ଇଂଲଣ୍ଡ ପାରି ମାତ୍ର ୬୪.୪ ଓଭରରେ ୧୮୩ ରନରେ ଅଟକିଯାଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସବୁଠୁ ଅଧିକ ୪ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମୀ ୩ ଟି, ସାରଦୁଲ ଠାକୁର ୨ ଟି ଓ ମହମ୍ମଦ ସିରାଜ ୧ ଟି ୱିକେଟ ନେଇଥିଲେ। ଦ୍ୱିତୀୟ ଦିନର ଖେଳା ବର୍ଷା କାରଣରୁ ଜଲ୍ଦି ଅଟକାଇଦିଆଗଲା। ଏକ ଭଲ ଆରମ୍ଭ ପରେ ମଧ୍ୟ ଟିମ ଇଣ୍ଡିଆର ତିନିଜଣ ଖେଳାଳି ଜଲ୍ଦି ଆଉଟ ହୋଇଗଲେ ଓ ମ୍ୟାଚର ରୂପ ବଦଳିଗଲା। ପୂଜାରା ମାତ୍ର ୪ ରନକରି ଯିମି ଆଣ୍ଡରସନଙ୍କ ବଲରେ ଆଉଟ ହୋଇଯାଇଥିଲେ ଓ ଏହାର ପର ବଲରେ ମାତ୍ର ଗୋଟେ ବଲରେ କ୍ୟାପଟେନ କୋହଲି ମଧ୍ୟ ଆଉଟ ହୋଇଗଲେ।ରୋହିତ ଲଞ୍ଚ ପୂର୍ବରୁ ଆଉଟ ହୋଇସାରିଥିଲେ।

ଏହା ପରେ ତୃତୀୟ ଦିନ ଖେଳ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା କାରଣରୁ ଖେଳକୁ ଅଟକାଇଦିଆଗଲା।ବର୍ଷା ବନ୍ଦ ହେବା ପରେ ଖେଳ ଆରମ୍ଭ ହେଲା ଓ ଭାରତ ୫ମ ୱିକେଟ ହରାଇଲା। ରିଷଭ ପନ୍ତ ୨୫ ରନ କରି ଆଉଟ ହୋଇଗଲେ। ଏହା ପରେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା ମିଶି ପାରିକୁ ଆଗକୁ ବଢ଼ାଇଲେ। ଭାରତ ଟିମ ଇଂଲଣ୍ଡ ସ୍କୋରକୁ ପାର କରି ଲିଡ଼ ନେଇଗଲା। ଲଞ୍ଚ ପୂର୍ବରୁ ଟିମ ଇଣ୍ଡିଆ ୧୯୧ ରନ କରିଦେଇଥିଲା। ରାହୁଲ ନିଜ ଶତକ ଲଗାଇପାରିନଥିଲେ ଓ ୮୪ ରନ କରି ଆଉଟ ହୋଇଯାଇଥିଲେ। ପ୍ରଥମ ପାରିରେ ଭାରତୀୟ ଟିମ ୨୭୮ ରନ କରି ଅଲଆଉଟ ହୋଇଯାଇଥିଲା ଓ ୯୫ ରନର ଲିଡ଼ ନେଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *