IND VS ENG: DRS ନେବାକୁ ଡରୁଥିଲେ ବିରାଟ! ପନ୍ତଙ୍କ ଚତୁରତା ଦେଲା ୱିକେଟ, ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ସୁନ୍ଦର ପ୍ରଦର୍ଶନ କରିଛି। ନଟିଂହମରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଟିମକୁ ଆରମ୍ଭରୁ ଝଟକା ଦେଇଥିଲା ଭାରତ ଯାହା ଦ୍ୱାରା ଇଂଲଣ୍ଡ ଟିମ ଶକ୍ତ ହୋଇପାରିଲା ନାହିଁ।

Google

ଭାରତୀୟ ବୋଲରଙ୍କର ଧମାକାଦାର ପ୍ରଦର୍ଶନ: ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଟିମର ଆରମ୍ଭ ଭଲ ରହିଲା ନାହିଁ। ଭାରତ ପକ୍ଷରୁ ପ୍ରଥମ ଓଭର ବୋଲିଙ୍ଗ କରୁଥିବା ଯଶପ୍ରୀତ ବୁମରା ସୁନ୍ଦର ବୋଲିଙ୍ଗ କରିଥିଲେ। ସେ ପ୍ରଥମ ଓଭରର ୫ ମ ବଲରେ ବାମହାତୀ ବ୍ୟାଟ୍ସମ୍ୟାନ ରୋରି ବୋନ୍ସଙ୍କୁ ଏଲବିଡବ୍ଲୁ କରି ଆଉଟ କରିଦେଇଥିଲେ। ଏହା ପରେ ୨୧ ତମ ଓଭରରେ ପୁଣି ଟିମ ଇଣ୍ଡିଆକୁ ସଫଳତା ମିଳିଥିଲା।

ରିଷଭ ପନ୍ତ କରିଦେଲେ କମାଲ: ଭାରତକୁ ଦ୍ୱିତୀୟ ସଫଳତା ମିଳିବାରେ ରିଷଭ ପନ୍ତଙ୍କ ବଡ଼ ଯୋଗଦାନ ଅଛି।ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୈକ କ୍ରାଉଁଲୀଙ୍କୁ ମହମ୍ମଦ ସିରାଜ ବୋଲିଙ୍ଗ କରୁଥିଲେ। ସିରାଜ ସୁନ୍ଦର ବୋଲିଙ୍ଗ କରିଥିଲେ ଯାହା ଦ୍ୱାରା ବଲ ହାଲକା ବ୍ୟାଟରେ ବାଜି ରିଷଭ ପନ୍ତଙ୍କ ହାତକୁ ଚାଲିଯାଇଥିଲା କିନ୍ତୁ ଅମ୍ପାୟାର ଆଉଟ ଦେଇନଥିଲେ।

ଏହା ବିରୁଦ୍ଧରେ କ୍ୟାପଟେନ ବିରାଟ କୋହଲି ଡିଆରଏସ ନେବାକୁ ଚାହୁଁନଥିଲେ କାରଣ ଏହାର ୩ ଟି ବଲ ପୂର୍ବରୁ ସେ ଗୋଟେ ଡିଆରଏସ ହରାଇସାରିଥିଲେ। ସେଥିପାଇଁ ଏହି ବଲ ବାଜିଛିକି ନାହିଁ ସେ ପକା ନଥିଲେ। କିନ୍ତୁ ୱିକେଟକିପର ପନ୍ତଙ୍କ ବାରମ୍ବାର କହିବା ଦ୍ଵାରା କୋହଲି ରିଭ୍ୟୁ ନେଇଥିଲେ। ଯାହା ପରେ ଅମ୍ପାୟାର କ୍ରାଉଲିଙ୍କୁ ଆଉଟ କରିଦେଲେ ଯାହା ପରେ କୋହଲି ଓ ପନ୍ତଙ୍କ ଖୁସି କହିଲେ ନସରେ।

ଟିମ ଇଣ୍ଡିଆର ସୁନ୍ଦର ଆରମ୍ଭ:ଏହି ମ୍ୟାଚରେ ଟସ ହାରି ଭାରତୀୟ ଟିମ ପ୍ରଥମେ ବୋଲିଙ୍ଗ କରିବାକୁ ଓହ୍ଲାଇଥିଲା।ଭାରତ ସୁନ୍ଦର ଆରମ୍ଭ କଲା ଓ ଇଂଲଣ୍ଡ ଟିମ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମରା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ରୋରି ବୋନ୍ସଙ୍କୁ ଆଉଟ କରିଦେଇଥିଲେ । ୨୩ ଓଭର ପରେ ଇଂଲଣ୍ଡର ସ୍କୋର ୫୮ ରନରେ ୨ଟି ୱିକେଟ ଥିଲା।ସେହିପରି ମହମ୍ମଦ ସିରାଜଙ୍କର ବଲରେ ଜୈକ କ୍ରଲୀ ୨୭ ରନ କରି ଆଉଟ ହୋଇଥିଲେ ଓ ଭାରତୀୟ ଟିମକୁ ତୃତୀୟ ୱିକେଟ ମିଳିଲା।

ଭାରତ:ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ(ୱିକେଟକିପର), ରବିନ୍ଦ୍ର ଜାଡେଜା, ସାରଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ମହମ୍ମଦ ସିରାଜ।

Google

ଇଂଲଣ୍ଡ:ରୋରି ବୋନ୍ସ, ଡୋମିନିକ ସିବଲି, ଜୈକ କ୍ରାଉଲି, ଜୋ ରୁଟ(କ୍ୟାପଟେନ), ଜୋନି ବେୟରଷ୍ଟୋ, ଡେନିୟଲ ଲୋରେନ୍ସ, ଜୋସ ବଟଲର(ୱିକେଟକିପର), ସାମ କରନ, ଓଲି ରବିନସନ,ଷ୍ଟୁଅର୍ଟ ବ୍ରର୍ଡ, ଜିମି ଆଣ୍ଡରସନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *