IND vs SA: ଋତୁରାଜ ଗାଏକବାଡ଼ ଏବଂ ଭେଙ୍କେଟେସ ଆୟର ସାଉଥ ଆଫ୍ରିକା ଟୁରରେ ପାଇବେ ମୌକା, ୧୭ ଶତକ ଲଗାଇଥିବା ଖେଳାଳି ହେବେ ବାହାର!

ଭାରତୀୟ ଚୟନକର୍ତାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ଧାୱଙ୍କର ବିଜୟ ହଜାରେ ଟ୍ରଫିରେ ଖରାପ ପ୍ରଦର୍ଶନ ଚିନ୍ତାର କାରଣ ହୋଇପାରେ। କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ ଓ ଭେଙ୍କଟେସ ଅୟର ଟିମରେ ଖେଳିବା ପ୍ରାୟ ଜଣା ଯାଉଛି। ଜାନୁଆରୀରେ ତିନୋଟି ମ୍ୟାଚ ବିଶିଷ୍ଟ ଏହି ଏକଦିବସିୟ ସିରିଜ ପାଇଁ ବିସିସିଆଇ ପୂର୍ବରୁ ରୋହିତ ଶର୍ମାଙ୍କୁ ଅଧିନାୟକ କରିସାରିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଟିମ ଘୋଷଣା ହୋଇନି। ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ଏକଦିବସିୟ ମ୍ୟାଚ ମଧ୍ୟ ଖେଳିବାର ଅଛି ଯାହାର ଆରମ୍ଭ ୨୬ ଡିସେମ୍ବରରୁ ହୋଇପାରେ।

Google

ବିଜୟ ହଜାରେ ଟ୍ରଫିରେ ଋତୁରାଜ ଗାଏକବାଡ଼ ଓ ଭେଙ୍କଟେସ ଅୟର ଲଗାତର ୩ ଟି ଓ ୨ ଟି ଶତକ ମାରିସାରିଲେଣି। ପ୍ରେସର ଆକାରରେ ମଧ୍ୟ ଅୟର ୱିକେଟ ନେଇଛନ୍ତି ତେଣୁ ଅଲରାଉଣ୍ଡର ଆକାରରେ ସେ ଟିମ ଇଣ୍ଡିଆରେ ହାର୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ବିକଳ୍ପ ହୋଇପାରନ୍ତି। ଏହା ବୁଝାଯାଉଛିକି ରୋହିତ ଓ ରାହୁଲ ଥିବା ହେତୁ ଅୟର ଓପନିଙ୍ଗରେ ଜାଗାପାଇପାରିବେନି।ତେଣୁ ତାଙ୍କୁ ୫ମ ବା ୬ ନମ୍ବରରେ ବ୍ୟାଟିଙ୍ଗ କରି ଫିନିସରର ଦାୟୀତ୍ୱ ତୁଲାଇବାକୁ ପଡିବା।

ଭେଙ୍କଟେସ ଅୟର ପ୍ରତ୍ୟେକଟି ମ୍ୟାଚରେ କରୁଛନ୍ତି ବୋଲିଙ୍ଗ: ସେ କେରଳ ବିରୁଦ୍ଧରେ ୪ର୍ଥ ନମ୍ବରରେ ବ୍ୟାଟିଙ୍ଗ କରି ୮୪ ବଲରେ ୧୧୨ ଓ ୫ ମ ନମ୍ବରରେ ବ୍ୟାଟିଙ୍ଗ କରି ୪୯ ବଲରେ ୭୧ରନ କରି ଦାଇତ୍ୱ ତୁଲାଇଛନ୍ତି। ଏହି କ୍ରମକୁ ଆଗକୁ ବଢ଼ାଇ ସେ ରବିବାରକୁ ୧୧୩ ବଲରେ ୧୦ ଟି ଛକା ଦ୍ଵାରା୧୫୧ ରନ କରିଛନ୍ତି। ବିସିସିଆଇର ଏକ ସୂତ୍ର କହିଛନ୍ତି ଭେଙ୍କଟେସ ନିଶ୍ଚିତ ଦକ୍ଷିଣ ଆଫ୍ରିକା ଯାଉଛନ୍ତି। ସେ ପ୍ରତ୍ୟେକ ମ୍ୟାଚରେ ୯-୧୦ ଓଭର ବୋଲିଙ୍ଗ କରୁଛନ୍ତି ଓ ଏବେ ହାର୍ଦିକ ଅସୁସ୍ଥ ଥିବାରୁ ତାଙ୍କୁ ମୌକା ଦେବା ଏକ ଭଲ ବିକଳ୍ପ ଅଟେ। ସେ କହିଛନ୍ତି ଟିମ ମ୍ୟାନେଜମେଣ୍ଟ ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଙ୍ଗର ଉପଦେଶ ଦେଇ ଠିକ କରିଛନ୍ତି। ଯଦି ସେ ଠିକ ରହିବେ ତ ନିଶ୍ଚିତ ଦକ୍ଷିଣ ଆଫ୍ରିକା ଯିବେ।

Google

ଶ୍ରୀଲଙ୍କାରେ ମିଳିନଥିଲା ଏକଦିବସିୟ ଖେଳିବାର ମୌକା: ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାୟକବାଡ଼ ଆଇପିଏଲ ୨୦୨୧ରେ ପାଇଥିବା ଲୟକୁ ବିଜୟ ହଜାରେ ଟ୍ରଫିରେ ଜାରି ରଖି ଚୟନକର୍ତାଙ୍କ ବଢ଼ାଇଦେଇଛନ୍ତି। ଗାୟକବାଡ଼ଙ୍କୁ ଶ୍ରୀଲଙ୍କା ଗ୍ରସ୍ତରେ ଦୁଇଟି ଟି-୨୦ ମ୍ୟାଚ ଖେଳିବାକୁ ମିଳିଥିଲା କିନ୍ତୁ ଏକଦିବସସିୟ ମ୍ୟାଚ ଖେଳିବାକୁ ମିଳିନଥିଲା। ଏପରିକି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ତିନୋଟି ଯାକ ଟି-୨୦ରେ ମଧ୍ୟ ତାଙ୍କୁ ଖେଳିବାକୁ ମୌକା ମିଳିନଥିଲା କାରଣ ରୋହିତ ଶର୍ମା ଶୀର୍ଷ କ୍ରମରେ ବ୍ୟାଟିଙ୍ଗ କରୁଥିଲେ। ରାହୁଲ କିମ୍ବା ଇସାନ କିଷାନ ତାଙ୍କ ସହ ଥିଲେ। ଗାୟକବାଡ଼ ଲଗାତର ମ୍ୟାଚରେ ମଧ୍ୟପ୍ରଦେଶ ବିରୁଦ୍ଧରେ ୧୩୬, ଛତିଶଗଡ଼ ବିରୁଦ୍ଧରେ ୧୫୪ ନଟଆଉଟ ଓ କେରଳ ବିରୁଦ୍ଧରେ ୧୨୪ ରନର ପାରି ଖେଳିଛନ୍ତି ଯାହାକୁ ଅଣଦେଖା କରିବା ଚୟନକର୍ତାଙ୍କପାଇଁ କଷ୍ଟକର ହେବ।

ଧୱନ ଚାରିଟିଯାକ ମ୍ୟାଚରେ ଫେଲ: ଅନ୍ୟ ପଟେ ବିଜୟ ହଜାରେ ଟ୍ରଫିରେ ଧାୱନ ଲଗାତର ୪ ଟି ମ୍ୟାଚରେ ୦,୧୨,୧୪ଓ ୧୮ ରନର ପାରି ଖେଳିଥିଲେ। କୋଚ ରାହୁଲ ଦ୍ରାଭିଡ ଟେଷ୍ଟରେ ଯେଉଁଭଳି ରାହାଣେ ଓ ଇସାନ୍ତ ଶର୍ମାଙ୍କୁ ମୌକା ଦେଇଛନ୍ତି ସେଥିରୁ ଲାଗୁଛି ସେ ଧାୱନଙ୍କୁ ମଧ୍ୟ ଗୋଟେ ମୌକା ଦେଇପାରନ୍ତି। ବିସିସିଆଇର ଏକ ସୂତ୍ର କହିଛି ଶେଷ ଥର ଯେବେ ଭାରତ ଏକଦିବସିୟ ସିରିଜ ଖେଳିଥିଲା ସେବେ ଧୱନ ଅଧିନାୟକ ଥିଲେ ଓ ଶ୍ରୀଲଙ୍କାରେ ମଧ୍ୟ ମ୍ୟାଚ ଜିତିଲା ଭଳି ପାରି ଖେଳିଥିଲେ।

Google

ସେ କହିଛନ୍ତି,” ତାଙ୍କ ପାଖରେ ଲୟ ହାସଲ କରିବା ଭଳି କ୍ଷମତା ଅଛି। ତେଣୁ ଗାୟକବାଡ଼ ଟିମରେ ହେବା ଆବଶ୍ୟକ। କିନ୍ତୁ ମତେ ଲାଗୁଛିକି ଚୟନକର୍ତା ଧୱନଙ୍କୁ ଆଉ ଏକ ମୌକା ଦେବେ। ଧୱନ ଏକଦିବସିୟରେ ୧୭ ଟି ଶତକ ମାରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *