IND VS ENG: ସିରାଜ ଓ କରନଙ୍କ ମଧ୍ୟରେ ଦେଖାଗଲା ହାଇ ଭୋଲଟେଜ ଡ୍ରାମା, କୋହଲି ଆସି କଲେ ସମାଧାନ, ଦେଖନ୍ତୁ ଭିଡିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ରୋମାଞ୍ଚକ ଜାରି ଅଛି। ଚତ୍ରୁର୍ଥ ଦିନର ଖେଳ ଶେଷ ହେବା ପୂର୍ବରୁ ଭାରତ ଇଂଲଣ୍ଡ ୩୦୩ ରନରେ ଅଲଆଉଟ କରିଦେଇଥିଲା କିନ୍ତୁ ଇଂଲଣ୍ଡର ବ୍ୟାଟିଙ୍ଗ ସମୟରେ ଇଣ୍ଡିଆର ବୋଲର ମହମ୍ମଦ ସିରାଜ ଅନେକ ସମୟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ସହ ଝଗଡା କରୁଥିବା ଦେଖାଯାଇଛି।

Google

କରନଙ୍କ ସହ ଭିଡିଗଲେ କରନ: ଇଂଲଣ୍ଡର ଦ୍ୱିତୀୟ ପାରି ସମୟରେ ଏକ ସମୟ ଏପରି ଆସିଥିଲା ଯେବେ ଭାରତର ଷ୍ଟାର ବୋଲର ମହମ୍ମଦ ସିରାଜ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କରନଙ୍କ ସହ ଭିଡି ଯାଇଥିଲେ। କରନ ବ୍ୟାଟିଙ୍ଗ ସମୟରେ ଏପରି ଦେଖାଯାଇଥିଲାକି ସେ ବ୍ୟାଟିଙ୍ଗ ଗାର୍ଡ ନେବାରେ ଅଧିକ ସମୟ ଲଗାଉଥିଲେ। ସିରାଜଙ୍କୁ ଏହି କାରଣ ପାଇଁ ସାମ କରନଙ୍କ ଉପରେ ରାଗ ଆସିଲା। ଯାହା ଦ୍ୱାରା ସିରାଜ ରାଗିଯାଇ କରନଙ୍କୁ ଏକ ବାଉଁସର ପକାଇଥିଲେ। ଏହା ପରେ ସିରାଜ ରାଗରେ କରନଙ୍କ ପାଖୁ ଯାଇ କିଛି କହିଥିଲେ।

ବିରାଟଙ୍କୁ କରିବାକୁ ପଡିଲା ସମାଧାନ: ସିରାଜ ଅଟକିଲେ ନାହିଁ ଯେବେ ପର୍ଯ୍ୟନ୍ତ ଏହି ବ୍ୟାଟ୍ସମ୍ୟାନ ଆଉଟ ନହୋଇଛି। କରନ ଜବାବରେ ସିରାଜଙ୍କୁ କିଛି କହି ଅଧିକ କହିନଥିଲେ। କେବଳ ଏତିକି ନୁହେଁ ଏହା ପୂର୍ବରୁ ସିରାଜ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଡୋମ ସିମ୍ବଲି ଓ ଜେମ୍ସ ଆଣ୍ଡରସନଙ୍କ ସହ ଭିଡିଥିଲେ। କରମଙ୍କ ସହ ଝଗଡାକୁ ସମାଧାନ ପାଇଁ ନିଜେ ଅଧିନାୟକ କୋହଲି ଆସିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି।

ବିଜୟର ପାଖାପାଖି ଥିଲା ଭାରତ: ଚତ୍ରୁର୍ଥ ଦିନ ଇଂଲଣ୍ଡର ଦ୍ୱିତୀୟ ପାରି ୩୦୩ ରନରେ ଅଟକିଯାଇଥିଲା। ଅଧିନାୟକ ଜୋ ରୁଟ ସୁନ୍ଦର ଶତକିୟ ପାରି ଖେଳିଥିଲେ। ଭାରତ ତରଫରୁ ଯଶପ୍ରୀତ ବୁମରା ସବୁଠୁ ଅଧିକ୫ ୱିକେଟ ଅକ୍ତିଆର କରିଥିଲେ। ଭାରତକୁ ବିଜୟପାଇଁ ୨୦୯ ରନର ଲକ୍ଷ ମିଳିଛି। ଚତ୍ରୁର୍ଥ ଦିନର ଖେଳ ଶେଷ ସୁଧା ଭାରତ ୧ ୱିକେଟ ହରାଇ ୫୨ ରନ ବନାଇଥିଲା। ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମା ୧୨-୧୨ ରନ କରି ନଟ ଆଉଟ ଥିଲେ, ମାତ୍ର ବର୍ଷା ଲାଗି ରହିବା କାରଣରୁ ଖେଳ ହୋଇପାରିନଥିଲା ଏବଂ ମ୍ୟାଚ ଡ୍ର ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *