IND VS SL: ନିର୍ଣ୍ଣାୟକ ଟି-୨୦ ରେ ଭାରତକୁ ୭ ୱିକେଟରେ ହରାଇ ଟ୍ରଫି ଉପରେ କଲା କବ୍ଜା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ପ୍ରଥମ ଟି-୨୦ ଜିତିବା ପରେ ଭାରତ ଶ୍ରୀଲଙ୍କା ପାଖରୁ ୨ୟ ଟି-୨୦ ହାରିଯାଇଥିଲା ହେଲେ ନିର୍ଣ୍ଣାୟକ ମ୍ୟାଚରେ ଭାରତକୁ ଶ୍ରୀଲଙ୍କା ହରାଇ ଟି-୨୦ ଟ୍ରଫି ନିଜ ନାମରେ କରିଦେଇଛି। ଆଗ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୮୧ ରନ କରିଥିଲା। ଦଳ ପକ୍ଷରୁ ଋତୁରାଜ ଗାଏକବାଡ଼ ୧୦ , ଭୁବନେଶ୍ୱର କୁମାର ୧୬ ଏବଂ କୂଳଦୀପ ଯାଦବ ୨୩ କରିଥିଲେ। ତାଙ୍କ ଛଡା କେହି ୨ ଅଙ୍କ ଛୁଇଁ ପାରିନଥିଲେ।

Google

ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶନକା ୩ଟି ଏବଂ ଚମିରା, ମେଣ୍ଡିସ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ଶ୍ରୀଲଙ୍କା ସୁନ୍ଦର ଭାବରେ ପାରି ଆରମ୍ଭ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫରଣାଣ୍ଡ ୧୨, ମିନୋଦ ୧୮ , ଧନଞ୍ଜୟ ଡି ସିଲଭା ୨୪, ହସରଙ୍ଗା ୧୪ ଏବଂ ସମରାୱିକରମା ୬ ବନାଇ ଥିଲେ। ଶ୍ରୀଲଙ୍କା ଦିନିକିଆ ସିରିଜ ୨-୧ ରେ ହାରିବା ପରେ ଭଲ ପ୍ରତ୍ୟାବର୍ତ୍ତନ କଲା ଏବଂ ଟି-୨୦ ରେ ଭାରତକୁ ୨-୧ ରେ ହରାଇ ଟ୍ରଫି ନିଜ ନାମରେ କଲା।

Google

ଭାରତ ପକ୍ଷରୁ ରାହୁଲ ଚାହାର ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୧୫ ରନ ଦେଇ ୩ଟି ୱିକେଟ ପାଇଥିଲେ। ଭାରତର ଆଉ କେଉଁ ବୋଲର ୱିକେଟ ପାଇନଥିଲେ। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *