IND VS SL: ଦ୍ୱିତୀୟ ଟି-୨୦ରେ ଭାରତକୁ ୪ ୱିକେଟରେ ହରାଇ ସିରିଜକୁ ବରାବର କଲା ଶ୍ରୀଲଙ୍କା, କାଲି ଫାଇନାଲ ଲଢେଇ

ପ୍ରଥମ ମ୍ୟାଚ ଭାରତ ଜିତିବା ପରେ ଏବେ ଦ୍ଵିତୀୟ ମ୍ୟାଚରେ ଭାରତ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ କରିଥିଲା। ଦଳ ପକ୍ଷରୁ ଶିଖର ଧୱନ ୪୨ ବଲରେ ୪୦, ଡେବ୍ୟୁ କରିଥିବା ଋତୁରାଜ ଗାଏକବାଡ଼ ୨୧ ଏବଂ ଦେବଦତ ପାଡିକଲ ୨୯ ରନ ବନାଇଥିଲେ। ଧୱନ ନିଜ ପାରିରେ ୫ଟି ଚୌକା ଲଗାଇଥିବା ବେଳେ ଗାଏକବାଡ଼ ୧ଟି ଚୌକା ଲଗାଇଥିଲେ ଏବଂ ଦେବଦତ ପାଡିକଲ ୧ଟି ଛକା ଏବଂ ୧ଟି ଚୌକା ଲଗାଇଥିଲେ।

Google

ତାଙ୍କ ଛଡା ସାମସନ ୭, ନୀତିଶ ରାଣା ୯, ଭୁବନେଶ୍ୱର କୁମାର ୧୩ ଏବଂ ନବଦୀପ ସୈନି ୧ ରନ ବନାଇଥିଲେ।

ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଚମିରା, ହସରଂଗା ଏବଂ ଶନକା ୧ଟି ୱିକେଟ ଅକ୍ତିଆର କରିଥିଲେ।

Google

ଏହି ଟାର୍ଗେଟକୁ ଆଗରେ ରଖି ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଏବଂ ବିନୋଦ ପାରି ଓପନ କରିଥିଲେ। ଅଭିସ୍କା ଫରଣାଣ୍ଡ ୨ଟି ଚୌକା ଲଗାଇ ୧୧ ରନ ବନେଇଥିଲେ। ମିନୋଦ ଭଲ ବ୍ୟାଟିଂ କରି ୩୧ ବଲରେ ୪ଟି ଚୌକା ସହ ୩୬ ବନାଇଥିଲେ। ସନ୍ଦିରା ଏବଂ ଧନୁସ ଯଥାକ୍ରମେ ୮ ଏବଂ ୩ ବନାଇଥିଲେ। ଧନଞ୍ଜୟ ଡି ସିଲଭା ୧ଟି ଚୌକା ଏବଂ ୧ଟି ଛକା ସହାୟତାରେ ୩୪ ବଲରେ ୪୦ ବନାଇଥିଲେ। ସେ ଏକ ସୁନ୍ଦର ପାରି ଖେଳି ଆଉଟ ହୋଇଯାଇଥିଲେ। ହସରଙ୍ଗା ୧୧ ବଲରେ ୨ଟି ଚୌକା ସହ ୧୫ ବନାଇଥିଲେ ତାଙ୍କ ଛଡା ରମେଶ ମେଣ୍ଡିସ ୨ ଏବଂ ଚାମିକା କରୁଣାରତନେ ୧୨ ରନ ବନାଇଥିଲେ।

ଭାରତ ପକ୍ଷରୁ କୂଳଦୀପ ଯାଦବ ୨ଟି ୱିକେଟ ନିଜ ନାମରେ ନାମିତ କରିଥିବା ବେଳେ ଭୁବି, ରାହୁଲ ଚାହର, ଚେତନ ସକାରିଆ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *