ଏହି ୪ ବୋଲରଙ୍କୁ ଡ଼ରିଥାନ୍ତି ଷ୍ଟିଭ ସ୍ମିଥ! ଭାରତର ଏହି ଖତରନାକ ବୋଲର ସାମିଲ

ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କ ମଧ୍ୟରୁ ଜଣେ କାରଣ ସେ ଟେଷ୍ଟ କ୍ରିକେଟ ସହ ଟି-୨୦ରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଟେଷ୍ଟ କ୍ରିକେଟରେ ସବୁଠୁ କମ ମ୍ୟାଚରେ ୭ ହଜାର ରନ ପୁରା କରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି। କିନ୍ତୁ ଦୁନିଆର କିଛି ଏପରି ବୋଲର ଅଛନ୍ତି ଯାହାଙ୍କୁ ଖେଳିବା ଷ୍ଟିବଙ୍କୁ ମଧ୍ୟ ଅସୁବିଧା ହୁଏ। କାରଣ ଯେବେ ସ୍ମିଥଙ୍କୁ ପଚରାଯାଇଥିଲା ତାଙ୍କୁ କେଉଁ ବୋଲରଙ୍କୁ ଖେଳିବା ପାଇଁ ଅସୁବିଧା ହୁଏ ସେ ଜଣେ ନୁହେଁ ବରଂ ଚାରିଜଣ ବୋଲରଙ୍କ ନାମ କହିଥିଲେ।

Google

ଷ୍ଟିବ ସ୍ମିଥ ଯେଉଁ ଚାରିଜଣ ବୋଲରଙ୍କ ନାମ ନେଇଥିଲେ ସେଥିରେ ଭାରତର ପ୍ରେସର ଯଶପ୍ରୀତ ବୁମରା,ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ, ଦକ୍ଷିଣ ଆଫ୍ରିକାର ବୋଲର କଗୀସୋ ରବାଡ଼ା ଓ ଅଷ୍ଟ୍ରେଲିଆର ବୋଲର ପେଟ କମିନ୍ସ ଅଛନ୍ତି। ସ୍ମିଥ କହିଛନ୍ତି ବର୍ତ୍ତମାନ ଏହି ଚାରିଜଣ ବୋଲର ବିଶ୍ୱକ୍ରିକେଟରେ ରାଜ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହାକି ଏହି ଚାରିଜଣ ବୋଲର ପ୍ରେସର ବୋଲର ଅଟନ୍ତି। ଏଥିରୁ ସବୁଠୁ ଖତରନାକ ଅଟନ୍ତି କାରଣ ତାଙ୍କ ବୟସ ୩୯ ହେଲାଣି କିନ୍ତୁ ତାଙ୍କ ବୋଲରରେ ଏହାର କୌଣସି ଦୃଶ୍ୟମାନ ହେଉନାହିଁ।

Google

କହିରଖିବୁ ଦୁଇ ଦିନ ତଳେ ନଟିଂହମରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଆଣ୍ଡରସନ ଭାରତର ପ୍ରଥମ ପାରିରେ ୪ ଟି ୱିକେଟ ନେଇ ଭାରତର ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଟେଷ୍ଟରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ୩ ନମ୍ବରରେ ପହଁଚିଯାଇଛନ୍ତି। ଯଶପ୍ରୀତ ବୁମରା ମଧ୍ୟ ସେହି ଟେଷ୍ଟ ମ୍ୟାଚରେ ସୁନ୍ଦର ବୋଲିଙ୍ଗ କରିଥିଲେ କାରଣ ସେ ଇଂଲଣ୍ଡର ପ୍ରଥମ ପାରିରେ ୪ ଟି ଓ ଦ୍ୱିତୀୟ ପାରିରେ ୫ ଟି ମୋଟ ୯ ଟି ୱିକେଟ ନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *