ସୂର୍ଯ୍ୟକୁମାର ଯାଦବଙ୍କ ସହ ପ୍ରଥମ ଟି-୨୦ରେ ହେଲା ଏପରି ଅନ୍ୟାୟ, ଏହି ପୂର୍ବ ଷ୍ଟାର ଖେଳାଳି ଉଠାଇଲେ ପ୍ରଶ୍ନ

ଶ୍ରୀଲଙ୍କା ଗ୍ରସ୍ତରେ ଟିମ ଇଣ୍ଡିଆର ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ଲଗାତର ରନ ଆସୁଛି। ଦିନିକିଆ ସିରିଜରେ ମ୍ୟାଚ ଅଫ ଦି ସିରିଜ ଘୋଷଣା ହେବା ପରେ ଏବେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି। ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୩୪ ବଲରେ ସୁନ୍ଦର ୫୦ ରନ କରିଥିଲେ ଯେଉଁଥିରେ ୫ ଟି ଚୌକା ଓ ୨ ଟି ଛକା ସାମିଲ ଥିଲା। ସୂର୍ଯ୍ୟକୁମାରଙ୍କ ଏହି ପାରି ଦ୍ଵାରା ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ ବନେଇଥିଲେ। ଏହାର ଜବାବରେ ଶ୍ରୀଲଙ୍କା ଟିମ ୧୨୬ ରନରେ ଅଲଆଉଟ ହୋଇଗଲା ଓ ଭାରତ ପ୍ରଥମ ଟି-୨୦ ୩୬ ରନରେ ଜିତିଗଲା। ସୂର୍ଯ୍ୟକୁମାର ପ୍ରଥମ ଟି-୨୦ରେ ସୁନ୍ଦର ବ୍ୟାଟିଙ୍ଗ କରିଛନ୍ତିସତ କିନ୍ତୁ ଭାରତର ପୂର୍ଵ ପ୍ରେସ ବୋଲର ଜାହିର ଖାନଙ୍କ ଅନୁସାରେ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାରଙ୍କ ସହ ଅଳ୍ପ ଅନ୍ୟାୟ ହୋଇଛି।

Google

ଜାହିର ଖାନଙ୍କ ଅନୁସାରେ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ଟି-୨୦ରେ ମ୍ୟାନ ଅଫ ଦି ମ୍ୟାଚ କରାଯିବାର ଥିଲା କିନ୍ତୁ ଏହି ଆୱାର୍ଡ ଭୁବନେଶ୍ୱର କୁମାରଙ୍କୁ ଦିଆଗଲା। ଭୁବନେଶ୍ୱର କୁମାର ସେହି ମ୍ୟାଚରେ ୨୨ ରନ ଦେଇ ୪ ଟି ୱିକେଟ ଅକ୍ତିଆର କରିଥିଲେ। କ୍ରିକବଜ ସହ କଥାବାର୍ତ୍ତା ସମୟରେ ଜାହିର ଖାନ କହିଛନ୍ତି,”ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ଅଫ ଦି ମ୍ୟାଚର ଅଧିକାରୀ ଥିଲେ ଯିଏକି ଏହି ଖରାପ ପିଚରେ ସୁନ୍ଦର ରନରେଟରେ ରନ କରିଥିଲେ। ସେ ନିଜ ପାରିରେ ୫ଟି ଚୌକା ଓ ୨ ଟି ଛକା ମାରିଥିଲେ ଓ ୧୮ ରନ ଦୌଡ଼ି କରି ନେଇଥିଲେ। ମାନେ ଏହି ବ୍ୟାଟ୍ସମ୍ୟାନ ବହୁତ କମ ଡ଼ଟ ବଲ ଖେଳିଥିଲା ଓ କଷ୍ଟପରିସ୍ଥିତିରେ ଭଲ ରନ କରିଥିଲେ ଯେଉଁଥି ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ କରିବା ଉଚିତ ଥିଲା ବୋଲି ମୋର ମାନିବାର ଅଛି”।

ଶ୍ରୀଲଙ୍କାକୁ ସୂର୍ଯ୍ୟକୁମାର ଯାଦବଙ୍କ ଠୁ ଶିଖୀବା ଆବଶ୍ୟକ-ଜାହିର: ଜାହିର ଖାନ ଶ୍ରୀଲଙ୍କାକୁ ସୂର୍ଯ୍ୟକୁମାର ଯାଦବଙ୍କ ଠୁ କିପରି ରନ କରାଯାଉଛି ଶିଖିବା ଉଚିତ ବୋଲି କହିଛନ୍ତି। ଜାହିର ଖାନ କହିଛନ୍ତି ଦିନିକିଆ ସିରିଜରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭଲ ଶର୍ଟ ମାରିଲେ ସତ କିନ୍ତୁ ଏକ, ଦୁଇ ରନ ନେବାରେ ସକ୍ଷମ ହେଲେନି ଯାହା ଦ୍ୱାରା ତାଙ୍କ ଉପରେ ପ୍ରେସର ହେଲା।

Google

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଟେଷ୍ଟ ଟିମରେ ଜାଗା: କହିରଖିବୁକି ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଓ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିବା ଯୋଗୁ ଟେଷ୍ଟ ଟିମରେ ଜାଗାମିଳିଛି । ସୋମବାରକୁ ବିସିସିଆଇ ଘୋଷଣା କରିଛିକି ସୂର୍ଯ୍ୟକୁମାର ଯାଦବ ଓ ପୃଥୀ ସ୍ୱ ଇଂଲଣ୍ଡ ଦୌଡ଼ରେ ଯିବେ। କହିରଖିବୁ ସୂର୍ଯ୍ୟକୁମାର ଯାଦବ ଟି-୨୦ ଓ ଦିନିକିଆ ଛଡା ଲମ୍ବା କ୍ରିକେଟରେ ମଧ୍ୟ ଭଲ ଖେଳାଳି ଅଟନ୍ତି। ଏହି ଡାହାଣହାତୀ ଖେଳାଳିଙ୍କର ଫାଷ୍ଟକ୍ଳାସରେ ୪୪ ଔସତ ଥିଲା ବେଳେ ମୋଟ ୧୪ ଶତକ ମଧ୍ୟ ଅଛି। ଏହା ସଫା କଥାକି ଯଦି ଟେଷ୍ଟ ଟିମରେ ତାଙ୍କୁ ଖେଳିବାର ମୌକା ମିଳିଲା ସେ ନିଶ୍ଚୟ କମାଲ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *