ଧୱନ ଏବଂ ଇଶାନ କିଶାନଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ମାତ ଦେଲା ଭାରତ, ଏହି ଖେଳାଳି ରହିଲେ ହିରୋ

ଆପଣଙ୍କୁ କହିରଖିବୁ ଏକାସାଙ୍ଗରେ ଇଂଲଣ୍ଡ ସିରିଜ ଓ ଶ୍ରୀଲଙ୍କା ସିରିଜ ଥିବାରୁ ଭାରତୀୟ ସିନିୟର ଟିମ ଇଂଲଣ୍ଡ ଗ୍ରସ୍ତରେ ଯାଇଥିବାରୁ ଆଉ ଏକ ଯୁବ ଟିମ ଶିଖର ଧାୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଯାଇଥିଲା ଯେଉଁଠି ପ୍ରଥମ ଦିନିକିଆରେ ଯୁବ ଖେଳାଳିଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ଭାରତ ଅତି ସହଜରେ ଶ୍ରୀଲଙ୍କା ବିରୁଦ୍ଧରେ ବିଜୟ ହାସଲ କରିଛି। ଅଧିନାୟକ ଧୱନ ଓ ଇସାନ କିସନଙ୍କ ସୁନ୍ଦର ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚରୁ ଅତି ସହଜରେ ଜିତିଯାଇଛି। ଏବେ ଭାରତ ଏହି ମ୍ୟାଚକୁ ୭ ୱିକେଟରେ ଜିତି ସିରିଜରେ ୧-୦ରେ ଆଗେଇ ଯାଇଛି।

Google

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଓ ଭାରତୀୟ ବୋଲରଙ୍କ ଆକ୍ରାମକ ବୋଲିଙ୍ଗ ଆଗରେ ୫୦ ଓଭରରେ ୯ ୱିକେଟ ହରାଇ ମାତ୍ର ୨୬୨ ରନ କରିଥିଲା ଯାହାକୁ ଅତି ସହଜରେ ଭାରତ ଅତିକ୍ରମ କରିଦେଇଥିଲା। ଭାରତ ମାତ୍ର ୩୬.୪ ଓଭରରେ ସେହି ଟାର୍ଗେଟକୁ ପାର କରିଥିଲା। ଏହା ସମ୍ଭବ ହୋଇଥିଲା ଅଧିନାୟକ ଧାୱନଙ୍କ ୮୬ ରନର ନଟଆଉଟ ପାରି, ଇସାନ କିସନଙ୍କ ସୁନ୍ଦର ୫୯ ରନର ଅର୍ଦ୍ଧଶତକୀୟ ପାରି ଓ ପୃଥୀ ସ୍ୱଙ୍କ ୨୪ ବଲରେ ୪୩ ରନର ଧୂଆଁଧାର ପାରି ପାଇଁ।

ଭାରତ ପକ୍ଷରୁ ଓପନିଙ୍ଗ କରିବାକୁ ଓହ୍ଲାଇଥିଲେ ଅଧିନାୟକ ଧାୱନ ଓ ପୃଥୀ ସ୍ୱ ଯିଏକି ସୁନ୍ଦର ଆରମ୍ଭ କରିଥିଲେ ଖାସ କରି ପୃଥୀ ସ୍ୱ ଆରମ୍ଭରୁ ଶ୍ରୀଲଙ୍କାର ବୋଲରଙ୍କ ଉପରେ ପ୍ରେସର ପକାଇଥିଲେ। ସେ ଆଉଟ ହେବା ପରେ ଧାୱନ ସାଥ ଦେଲେ ଯୁବ ଇସାନ କିସନ ସେ ମଧ୍ୟ ସୁନ୍ଦର ଅର୍ଦ୍ଧଶତକିୟ ପାରି ଖେଳିଥିଲେ। ଗୋଟେ ପଟେ ଅଧିନାୟକ ଧାୱନ ଅପରାଜୟ ରହି ମ୍ୟାଚକୁ ଜିତାଇଥିଲେ।

Google

ଆପଣଙ୍କୁ କହିରଖିବୁ ଶ୍ରୀଲଙ୍କା ଟଚ ଜିତିବା ପରର ଆଗ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଆରମ୍ଭ ଭଲ ହୋଇଥିଲେ ମଧ୍ୟ ୪୯ ରନରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ୟୁଜବେନ୍ଦ୍ର ଚହଲ ଯାହା ଥିଲା ଓପନର ଅବିଷ୍କା ଫର୍ଣ୍ଣାଡୋ (୩୨)ଙ୍କ ୱିକେଟ। ଏହା ପରେ ଭାନୁକା ରାଜପକ୍ଷେଙ୍କୁ ଆଉଟ କରି କୁଲଦୀପ ଯାଦବ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ବିନୋଦ ଭାବୁକା ହେଲେ କୁଲଦୀପଙ୍କ ଆଉ ଏକ ଶିକାର।

ଏହା ପରେ ପ୍ରଦର୍ଶନ କରିବାର ପାରି ଥିଲା କୁନାଲ ପାଣ୍ଡିଆଙ୍କର ଯିଏକି ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରିଥିଲେ। ୧୧୭ରେ ୪ ଓ୍ଵିକେଟ ପରେ ମଧ ଚରିତ ଅସାଲଙ୍କା ଓ ଅଧିନାୟକ ଦାସୁନ ଶନାଙ୍କା ଶ୍ରୀଲଙ୍କାକୁ ଏକ ଲମ୍ବା ସ୍କୋର ଦେବାକୁ ପାରିକୁ ସମ୍ଭାଳିଥିଲେ କିନ୍ତୁ ଏହିଯୋଡିରେ ବ୍ରେକ ଲଗାଇଥିଲେ ଦୀପକ ଚାହାର ସେ ଦୁହିଁଙ୍କୁ ଆଉଟ କରିଦେଇଥିଲେ। ଶେଷ କିଛି ଓଭରରେ ଚମିକା କରୁଣାରତ୍ନେ ଵିସ୍ପୋଟକ ପାରି ଖେଳି ଶ୍ରୀଲଙ୍କାକୁ ଏକ ଲଢେଇ କଲାଭଳି ସ୍କୋରରେ ପହଁଞ୍ଚାଇଦେଇଥିଲେ।ଯାହାକୁ ମାତ୍ର ୩ ୱିକେଟ ହରାଇ ଭାରତ ସେହି ଟାର୍ଗେଟକୁ ହାସଲ କରିନେଇଥିଲା। ମ୍ୟାଚର ହିରୋ କହିବାକୁ ଗଲେ କ୍ୟାପଟେନ ଧୱନଙ୍କ ସମେତ ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ,ପୃଥୀ ସ୍ୱ ଏବଂ କୂଳଦୀପ ରହିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *