ବ୍ୟୁରୋ ରିପୋର୍ଟ: ବର୍ମୀଂହମ ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ଭାରତ କୁ ଲାଗିଛି ଏବି ବଡ଼ ଝଟକା। ତେବେ ଭାରତର ସୁନା ପୁଅ ନିରଜ ଏହି ଚମ୍ପିୟନସିପରେ ଅଂଶଗ୍ରହଣ କରିପାରିବେନି। ସେ ଜାଭଲିନ ଫିଙ୍ଗିବାରେ ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ଜିତିଥିଲେ ରୌପ୍ୟ ପଦକ। ବିଶେଷ ରିପୋର୍ଟରୁଜଣା ଯାଇଛି କି ଅସୁସ୍ଥତା କାରଣ ପାଇଁ ଆଗାମୀ ୨୮ ରେ ହେବାକୁ ଥିବା କମନୱେଲଥ ଗେମରେ ଅଂଶ ଗ୍ରହଣ କରିପାରିବେ ନାହିଁ।

ମାନ୍ୟବର ରାଜୀବ ମେହେଟା ଯିଏକି ଭାରତୀୟ ଅଲମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ସେ ଏହାର ସୂଚନା ଦେଇଛନ୍ତି। ସେ ଏହି ଚମ୍ପିୟନସିପରେ ଭାଗ ନେବା ପାଇଁ ଶତ ପ୍ରତିଶତ ସୁସ୍ଥ ନଥିବା ସେ କହିଛନ୍ତି।
୨୦ ଦିନ ତାଙ୍କୁ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ଆହତ ହୋଇଥିଲେ ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି।
Star javelin thrower #NeerajChopra has pulled out of the Commonwealth Games due to "fitness concerns", the Indian Olympic Association (IOA) announced on Tuesday.https://t.co/bCOj3BDTIw
— The Hindu (@the_hindu) July 26, 2022
ତେବେ ନିରଜ ଭାରତର ଗୌରବ ବିଦେଶରେ ବଢ଼ାଇଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ଜାଭଲିନ ୮୮.୧୩ ମିଟର ଦୂରକୁ ପକାଇ ରୌପ୍ୟ ପଦକ ଜିତିବାରେ ସଫଳ ରହିଥିଲେ। ରୌପ୍ୟ ପଦକ ବିଜେତା ନିରଜ ଆହତ ହୋଇଥିବା କଥା ବି ସ୍ୱୀକାର କରିଥିଲେ।
ତେବେ ବିଶେଷ ତଥ୍ୟରୁ ଜଣା ଯାଇଛି କି ସେ କହିଥିଲେ ଚତୁର୍ଥ ଥର ଫିଙ୍ଗିବା ପରେ ମୁଁ ଜଂଘରେ ସାମାନ୍ୟ ସମସ୍ୟା ଅନୁଭବ କରିଛି। ଏଥିନିମନ୍ତେ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଲି ନାହିଁ। ତେବେ ମୁଁ ବେଶୀ ଦୂର କୁ ଫିଙ୍ଗିବି ବୋଲି ଆଶା ରଖିଛି ବୋଲି ସେ କହିଥିଲେ। ତେବେ ଏହି ନିମନ୍ତେ ମୁଁ ଜଂଘକୁ ବାନ୍ଧିଦେଇଛି। ସବୁକିଛି ଠିକ ହୋଇଯିବ ବୋଲି ମୁଁ ଭାବୁଛି।ସୋମବାର ସକାଳେ ଜଣା ପଡିବ କି ଏହି ଆହତ ସମସ୍ୟା କେତେ ଗୁରୁତର। ତେବେ ରବିବାରକୁ ଭାରତର ସୁନା ପୁଅ ନିରଜ କହିଥିଲେ। ତେବେ ବିଶେଷ ରିପୋର୍ଟ ରୁ ଯାହା ଜଣ ଯାଇଅଛି କି ତାଙ୍କ ଆହତ ସମସ୍ୟା ବହୁତ ଜଟିଳ ବୋଲି ସ୍ପଷ୍ଟ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।