କୋହଲିଙ୍କ ବଦଳରେ ଟେଷ୍ଟରେ ଏହି ୩ ଜଣ କ୍ୟାପଟେନ ହେବାର ଯୋଗ୍ୟ, ନମ୍ବର ୩ରେ ଅଛନ୍ତି ଏହି ଯାଦୁୟୀ ସ୍ପିନର

ଏବେ ପର୍ଯ୍ୟନ୍ତ ଗୋଟେ ଆଇସିସି ଟ୍ରଫି ଜିତିନଥିବାରୁ ତାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠୁଛି। ଏହା ଆଲୋଚନା ହେବା ଯୁକ୍ତିଯୁକ୍ତ ମଧ୍ୟ, ଆପଣଙ୍କୁ କହିରଖିବୁ ବର୍ତ୍ତମାନ ସମୟରେ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ କିନ୍ତୁ ଅଧିନାୟକ ରୂପରେ ସେ ଏତେ ସଫଳ ହୋଇନାହାନ୍ତି, ହେଲେ ସେ ଟେଷ୍ଟରେ ସୁପରଷ୍ଟାର ଅଧିନାୟକ ଅଟନ୍ତି। ଏବେ ପର୍ଯ୍ୟନ୍ତ ବିରାଟ କୋହଲି ଟିମ ଇଣ୍ଡିଆକୁ ଗୋଟେ ମଧ୍ୟ ଆଇସିସି ଟ୍ରଫି ଜିତାଇପାରି ନାହାନ୍ତି। ଏହା ସହ କୋହଲି ଗୋଟେ ମଧ୍ୟ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି। ସେହିପରି ଟେଷ୍ଟ କ୍ରିକେଟ କଥା କହିବା ତ ଏପରି ତିନିଜଣ ଖେଳାଳି ଅଛନ୍ତି ଯିଏକି ବିରାଟ କୋହଲିଙ୍କ ଜାଗାରେ ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି।

Google

ରୋହିତ ଶର୍ମା: ଟିମ ଇଣ୍ଡିଆର ଟି-୨୦ ଏବଂ ଦିନିକିଆ ଟିମର ଉପଅଧିନାୟକ ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକ ହେବାର ପୁରା ସକ୍ଷମ ଅଟନ୍ତି। ସବୁବେଳେ ଏକଦିବସିୟ କ୍ରିକେଟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ କଥା ହୋଇଥାଏ। ଯଦି ଟିମ ମ୍ୟାନେଜମେଣ୍ଟ ରୋହିତଙ୍କୁ ଟେଷ୍ଟ ଟିମର ଅଧିନାୟକ କରିବେ ତେବେ ସେ ହିଟ ସାବ୍ୟସ୍ତ ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ୫ ଥର ଆଇପିଏଲ ଟ୍ରଫି ଜିତିଛି।

ଅଜିଙ୍କ୍ୟ ରାହାଣେ: ଅଜିଙ୍କ୍ୟ ରାହାଣେ ଟିମ ଇଣ୍ଡିଆ ପାଇଁ ବିରାଟ କୋହଲିଙ୍କ ଠୁ ଭଲ ଅଧିନାୟକ ସାବ୍ୟସ୍ତ ହୋଇପାରିବେ। ପୂର୍ଵ ବର୍ଷ ଭାରତୀୟ ଟିମ ଏଡିଲେଡ଼ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିଥିବା ଟେଷ୍ଟରେ ଦ୍ୱିତୀୟ ପାରିରେ ମାତ୍ର ୩୬ ରନରେ ଅଲଆଇଟ ହୋଇଯାଇଥିଲା। ମାର୍କ ବୋ ରିଙ୍କି ପଏଣ୍ଟିଙ୍ଗ କହିଥିଲେ ମହମ୍ମଦ ସାମୀ ଓ ବିରାଟ କୋହଲିଙ୍କ ବିନା ଟିମ ଜବାବ ଦେଇପାରିବନି।

Google

କିନ୍ତୁ ରାହାଣେ ଅଷ୍ଟ୍ରେଲିଆର ମାଇଣ୍ଡ ଗେମରେ ଧ୍ୟାନ ନଦେଇ ଟିମ ଇଣ୍ଡିଆକୁ ମେଲବର୍ଣ ଟେଷ୍ଟରେ ବିଜୟୀ କରାଇଲେ। ଷ୍ଟାର ଖେଳାଳିଙ୍କ ବିନା ଟିମ ଇଣ୍ଡିଆ ମେଲବର୍ଣ ଟେଷ୍ଟରେ ଓହ୍ଲାଇଥିଲା। ନୂଆ ଅଧିନାୟକ ହୋଇଥିବା ରାହାଣେ ସେହି ଟେଷ୍ଟରେ ସୁନ୍ଦର ଶତକ ମାରିଥିଲେ। ଏହା ପରେ ଭାରତ ଏହି ଟେଷ୍ଟ ସିରିଜ ୨-୧ରେ ଜିତିଥିଲା।

ରାହାଣେଙ୍କର ବ୍ୟାଟ୍ସମ୍ୟାନ ଆକାରରେ ବିଦେଶରେ ବିରାଟ କୋହଲିଙ୍କ ଠୁଭଲ ରେକର୍ଡ ଅଛି।ରାହାଣେଙ୍କ ପାଖରେ ବ୍ୟାଟିଙ୍ଗ ସହ ଲିଡ଼ରସିପର ଦକ୍ଷତା ମଧ୍ୟ ଅଛି। ପୂର୍ଵ କିଛି ବର୍ଷ ହେବ ରାହାଣେ ଟେଷ୍ଟରେ ସୁନ୍ଦର ପାରି ଖେଳି ଟିମ ଇଣ୍ଡିଆର ଇଜତ ବଞ୍ଚାଇଛନ୍ତି। ରାହାଣେଙ୍କର ଭଲ ପାରିସବୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣଆଫ୍ରିକା ଭଳି ଦେଶରେ ଆସିଛି।

Google

କହିରଖିବୁକି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ୬୩ଟି ଟେଷ୍ଟ ଖେଳିଛି ଯେଉଁଥିରେ ୩୭ ମ୍ୟାଚରେ ବିଜୟ ମିଳିଥିବା ବେଳେ ୧୫ରେ ପରାଜୟ ଓ ୧୧ ମ୍ୟାଚ ଡ୍ର ହୋଇଛି। ସେହିପରି ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ୫ ଟି ଟେଷ୍ଟ ଖେଳିଛି ଯେଉଁଥିରେ ଭାରତକୁ ୪ ଟି ମ୍ୟାଚରେ ବିଜୟ ମିଳିଥିବା ବେଳେ ଗୋଟେ ମ୍ୟାଚ ଡ୍ର ହୋଇଛି। ଖାସ କଥା ଏହାକି ରାହାଣେଙ୍କ ଅଧିନାୟକତ୍ୱରେ ଭାରତକୁ ଗୋଟେ ମଧ୍ୟ ମ୍ୟାଚରେ ପରାଜୟ ମିଳିନି।

ରବିଚନ୍ଦ୍ରନ ଅଶ୍ୱିନୀ: ଟିମ ଇଣ୍ଡିଆର ମହାନ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ଟେଷ୍ଟ ଟିମର ଅଧିନାୟକ କରାଯାଇପାରେ। ତାଙ୍କ ପାଖରେ ଭଲ ଅନୁଭବ ଅଟେ ତେଣୁ ଯଦି ତାଙ୍କୁ ଟେଷ୍ଟଟିମର ଅଧିନାୟକ କରାଯିବ ସେ ଟିମକୁ ଭଲ ସଫଳତା ଦେଇପାରିବେ। ଅଶ୍ୱିନୀ କେବଳ ଭାରତ ନୁହେଁ ବରଂ ଦୁନିଆର ସବୁଠୁ ଭଲ ଅଫ ସ୍ପିନର ମାନାଯାଇଥାନ୍ତି। ସେ ଏହି ବର୍ଷ ଇଂଲଣ୍ଡ ସହ ଘରୋଇ ଟେଷ୍ଟ ସିରିଜରେ ନିଜ ଟେଷ୍ଟ କ୍ୟାରିଅରର ୪୦୦ ୱିକେଟ ପୁରା କରିଛନ୍ତି।ଅଶ୍ୱିନୀ ଭାରତରେ ଅନୀଲ କୁମ୍ବଲେ ଓ ହରଭଜନ ସିଂହଙ୍କ ପରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି। ମହାନ ସ୍ପିନର ମୁରଲୀଧରଣଙ୍କ ପରେ ଦୁନିଆରେ ସବୁଠୁ କମ ପାରିରେ ଅଶ୍ୱିନୀ ୪୦୦ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *