ବଡ଼ ଖବର: BCCI କଲା ରିପ୍ଲେସମେଣ୍ଟ ପଠାଇବାପାଇଁ ପ୍ରସ୍ତୁତି, ଏହି ୪ ଧୂଆଁଧାର ଖେଳାଳି ଯିବେ ଇଂଲଣ୍ଡ

ଇଂଲଣ୍ଡ ଗ୍ରସ୍ତରେ ଟିମ ଇଣ୍ଡିଆ ପାଇଁ ଖୁସି ଖବର ଆସି ପହଁଚିଛି। ଏବେ ଗୋଟେ ନୁହେଁ କି ଦୁଇଟି ନୁହେଁ ଏବେ ଟିମ ଇଣ୍ଡିଆରେ ୪ ଜଣ। ରିପ୍ଲେସମେଣ୍ଟ ଖେଳାଳି ଭାରତୀୟ ଟିମ ସହିତ ଯୋଡି ହେବେ। ତେବେ ଆସନ୍ତୁ ଜାଣିବା ସେ କେଉଁ ଚାରିଜଣ ଖେଳାଳି ଯିଏକି ରିପ୍ଲେସମେଣ୍ଟ କରାଯିବେ। ୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ତିନୋଟି ବଡ଼ ଝଟକା ଲାଗିଛି। ପ୍ରଥମେ ଯୁବ ଓପନର ଶୁଭମନ ଗିଲ, ଯୁବ ବୋଲର ଆବେଶ ଖାନ ଓ ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ସିରିଜରୁ ବାହାର ହୋଇଯାଇଛନ୍ତି।

Google

ସର୍ଵ ପ୍ରଥମେ ଶୁଭମନ ଗିଲ ଆଘାତ ହୋଇଥିଲେ ଯାହା ପରେ ଅନ୍ୟ କୌଣସି ଖେଳାଳିଙ୍କୁ ତାଙ୍କ ଜାଗାରେ ଇଂଲଣ୍ଡ ପଠାଇବା ପାଇଁ ବିସିସିଆଇ ସିଧା ମନାକରିଦେଇଥିଲା।ଏବେ ଆବେଶ ଖାନ ଓ ୱାସିଙ୍ଗଟନ ସୁନ୍ଦର ଆଘାତ ହେବା ପରେ ଭାରତୀୟ ଟିମର ଚିନ୍ତା ବଢିଯାଇଛି। କାରଣ ଭାରତ ଇଂଲଣ୍ଡ ସହ ୫ଟି ଟେଷ୍ଟ ସିରିଜ ଖେଳିବ ଯାହା ଏକ ଲମ୍ବା ସିରିଜ ହେବ। ଏବେ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଯାଇଛି।

ଜଣାପଡିଛି ବିସିସିଆଇ ଭୁବନେଶ୍ୱର କୁମାରଙ୍କ ସମେତ ଆଉ ତିନିଜଣ ଖେଳାଳିଙ୍କୁ ଇଂଲଣ୍ଡ ପଠାଇପାରେ।ଭୁବନେଶ୍ୱର କୁମାର ଏବେ ଶ୍ରୀଲଙ୍କା ଗ୍ରସ୍ତରେ ଅଛନ୍ତି। ଏବେ ତାଙ୍କ ସହ ସୂର୍ଯ୍ୟକୁମାର ଯାଦବ,ପୃଥୀ ସ୍ୱ ଓ ଜୟନ୍ତ ଯାଦବଙ୍କୁ ମଧ୍ୟ ଇଂଲଣ୍ଡ ପଠାଯାଇପାରେ। ବିସିସିଆଇର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଆମେ ଦେଖିବୁ କଣ ଅତିଶୀଘ୍ର ଖେଳାଳିଙ୍କୁ ପଠାଇବାର ଆବଶ୍ୟକ ଅଛି। ଏବେ ଇଂଲଣ୍ଡ ଗ୍ରସ୍ତରେ ୨୪ ଜଣ ଖେଳାଳି ଯାଇଛନ୍ତି ଯେଉଁଥିରୁ ୩ ଜଣ ପୂର୍ବରୁ ବାହାର ହୋଇଯାଇଛନ୍ତି। ତଥ୍ୟରୁ ଜଣା ଯାଉଛି କି ସୂର୍ଯ୍ୟ କୁମାର ଯାଦବ ବି ଇଂଲଣ୍ଡ ଯିବେ ।

Google

କହିରଖିବୁକି ଟିମ ମ୍ୟାନେଜମେଣ୍ଟ ବିସିସିଆଇକୁ ସ୍ୱ ଓ ପଡିକଲଙ୍କୁ ଇଂଲଣ୍ଡ ପଠାଇବା ପାଇଁ କହିଥିଲା କିନ୍ତୁ ବିସିସିଆଇ ଏହାକୁ ମନାକରିଦେଇଥିଲା। ମାନାଯାଉଛି ଏହି ୪ ଜଣ ଖେଳାଳିଙ୍କୁ ଇଂଲଣ୍ଡ ପଠାଯାଇପାରେ। ଭୁବନେଶ୍ୱର ତିନିବର୍ଷ ପୂର୍ବେ ଶେଷଥର ଟେଷ୍ଟ ସିରିଜ ଖେଳିଥିଲେ। ଏବେ ଦେଖିବା ବାକିରହିଲା ଇଂଲଣ୍ଡରେ ଭାରତକୁ କେତେଜଣ ରିପ୍ଲେସମେଣ୍ଟ ଖେଳାଳି ମିଳୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *