ନୀତିଶ ରାଣାଙ୍କ ସହିତ ହୋଇଛି ଅନ୍ୟାୟ? ଏହି ପୂର୍ବ ଷ୍ଟାର ଉଠାଇଲେ ଟିମ ଇଣ୍ଡିଆ ଉପରେ ପ୍ରଶ୍ନ!

ଶ୍ରୀଲଙ୍କା ବିରୁଦ୍ଧରେ ଦିନିକିଆ ସିରିଜରେ ଶେଷ ମ୍ୟାଚରେ ଟିମ ଇଣ୍ଡିଆକୁ ୩ ୱିକେଟରେ ହାର ମିଳିଥିଲା। ସିରିଜ ସିନା ଇଣ୍ଡିଆ ଜିତିଲା କିନ୍ତୁ ଶେଷ ମ୍ୟାଚରେ ଟିମ ଇଣ୍ଡିଆ ଯେଉଁଭଳି ଭାବରେ ରହିଲା ତାହା ଦେଖି ଆକାଶ ଚୋପଡା ବହୁତ ନିରାଶ ଦେଖାଯାଉଛନ୍ତି। ଆକାଶ ଚୋପ୍ରା ନିଜ ୟୁଟୁବ ଚ୍ୟାନେଲରେ ଏକ ଭିଡ଼ିଓ ପୋଷ୍ଟ କରି ଟିମ ଇଣ୍ଡିଆର ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସେ ନୀତିଶ ରାଣାଙ୍କୁ ନମ୍ବର ୭ ରେ ବ୍ୟାଟିଙ୍ଗ କରିବାକୁ ପଠାଇବା ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ଆକାଶ ଚୋପ୍ରା କହିଛନ୍ତି ଶେଷ ଦିନିକିଆରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଟିମକୁ ହାଲକାରେ ନେଇଗଲା ଯାହାର ପରିଣାମ ପରାଜୟ ରୂପରେ ମିଳିଲା।

Google

ଆକାଶ ଚୋପ୍ରା କହିଛନ୍ତି,”ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ୬ ଟି ପରିବର୍ତ୍ତନ କଲା। ଯେଉଁଥିରେ ୫ ଜଣ ଖେଳାଳି ଡେଭ୍ୟୁ କରୁଥିଲେ। ଭାରତ ପୁରା ବୋଲିଙ୍ଗ ଲାଇନ ବଦଳାଇଦେଲା। ପୂର୍ବ ମ୍ୟାଚରେ ଖେଳିଥିବା ଜଣେ ବୋଲର ମଧ୍ୟ ତୃତୀୟ ମ୍ୟାଚରେ ଖେଳୁନଥିଲା। ବ୍ୟାଟିଙ୍ଗରେ ନୀତିଶ ରାଣାଙ୍କୁ ନମ୍ବର ୭ ରେ ଓହ୍ଲାଗଲା, ଏହି ଖେଳାଳି ନିଜ ଜୀବନରେ ନମ୍ବର ୩ ରୁ ତଳକୁ ଖେଳିନାହିଁ।

ପରାଜୟ ସହ ମିଳିଲା ଟିମ ଇଣ୍ଡିଆକୁ ଜବାବ: ଆକାଶ ଚୋପ୍ରା କହିଛନ୍ତି ଭାରତୀୟ ଟିମ ଚୂଡାନ୍ତ ଦିନିକିଆରେ ୬ ପରିବର୍ତ୍ତନ କରି ଶ୍ରୀଲଙ୍କା ଟିମକୁ ହାଲକାରେ ନେଉଥିଲା। ଇଣ୍ଡିଆକୁ ଲାଗୁଥିଲାକି ଟିମ ଶ୍ରୀଲଙ୍କା କମଜୋର ଅଟେ ଓ ତାକୁ ଆରାମରେ ହରେଇ ଦେବ କିନ୍ତୁ ଏପରି ହେବ। ଆକାଶ ଚୋପ୍ରା କହିଥିଲେ,”ତୃତୀୟ ଦିନିକିଆରେ ଭାରତୀୟ ଟିମ ଶ୍ରୀଲଙ୍କାକୁ ହାଲକାରେ ନେଇଗଲା। ଏହି ମ୍ୟାଚ ଡେବ୍ୟୁ ମ୍ୟାଚ ଖେଳୁଥିବା ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମ ଇଣ୍ଡିଆକୁ ଲାଗୁଥିଲାକି ସେ ଆରାମରେ ମ୍ୟାଚ ଜିତିଯିବ କାରଣ ଶ୍ରୀଲଙ୍କା ଟିମ ମକଜୋର ଅଟେ କିନ୍ତୁ ପରାଜୟ ଦ୍ଵାରା ଟିମ ଇଣ୍ଡିଆକୁ ଜବାବ ମିଳିଲାକି କେବେ କାହାକୁ ହାଲକାରେ ନେବା ଉଚିତ ନୁହେଁ”।

Google

କହିରଖିବୁକି ଭାରତୀୟ ଟିମ ବର୍ଷା ପ୍ରଭାବିତ ମ୍ୟାଚରେ ମାତ୍ର ୨୨୫ ରନ କରିପାରିଥିଲା। ପୃଥୀ ସ୍ୱ ୪୯, ସଞ୍ଜୁ ସୈମସନ ୪୬ ରନର ଯୋଗଦାନ ଦେଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ୪୦ ରନ କରିଥିଲେ କିନ୍ତୁ ଟିମର ବାକି ଖେଳାଳି କିଛି ଖାସ କରିପାରିନଥିଲେ। ଏହା ପରେ ଶ୍ରୀଲଙ୍କା ଟିମ ଅବିଷ୍କା ଫନାଣ୍ଡୋ ଓ ଭାନୁକା ରାଜପକ୍ଷେଙ୍କ ଅର୍ଦ୍ଧଶତକୀୟ ପାରି ଯୋଗୁ ଏହି ମ୍ୟାଚ ୩ ୱିକେଟରେ ଜିତିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *