ଅଷ୍ଟ୍ରେଲିଆ ଟିମକୁ ଲାଗିଲା ବଡ଼ ଝଟକା, ଏହି ଷ୍ଟାର ଖେଳାଳି ନଖେଳିପାରନ୍ତି ଟି-୨୦ ବିଶ୍ୱକପ

ଅଷ୍ଟ୍ରେଲିଆର ଦିନିକିଆ ଓ ଟି-୨୦ ଅଧିନାୟକ ଏରନ ଫିଞ୍ଚଙ୍କର ଟି-୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ପ୍ରଥମେ ୱେଷ୍ଟଇଣ୍ଡିଜ ଓ ଏବେ ବଙ୍ଗଳାଦେଶ ଗ୍ରସ୍ତରୁ ସେ ହଟିଯାଇଛନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ସମୟରେ ସେ ଆଘାତ ହୋଇଥିଲେ। ଏହା ପରେ ସେ ଦିନିକିଆ ସିରିଜରେ ମଧ୍ୟ ଓହ୍ଲାଇପାରିନଥିଲେ। ଟି-୨୦ ବିଶ୍ୱକପ ଆରମ୍ଭ ଅକ୍ଟୋବର-ନଭେମ୍ବରରେ ୟୁଏଇ ଓ ଓମାନରେ ଖେଳାଯିବ।

Google

ଏରନ ଫିଞ୍ଚ ଜଲ୍ଦି ୱେଷ୍ଟଇଣ୍ଡିଜରୁ ଅଷ୍ଟ୍ରେଲିଆ ବାହାରିବେ ଯାହା ଦ୍ୱାରା ଟି-୨୦ ବିଶ୍ୱକପ ପୂର୍ବରୁ ଫିଟ ହୋଇପାରିବେ।ଏହା ପରେ ତାଙ୍କର ଡାହାଣ ଆଣ୍ଠୁରେ ସର୍ଜରି ହୋଇପାରେ।୩୪ ବର୍ଷୀୟ ଏରନ ଫିଞ୍ଚ ବାରବାଡୋସରୁ ଇଣ୍ଡନ ଓ ଦୋହା ହୋଇ ମଲବର୍ଣ ଯିବେ। ସେ ଶେଷ ଟି-୨୦ରେ ଆଘାତ ହୋଇଥିଲେ। ଟିମକୁ ମଧ୍ୟ ଟି-୨୦ରେ ୱେଷ୍ଟଇଣ୍ଡିଜ ହାତରୁ ସିରିଜରେ ୧-୪ରେ ହାରିବାକୁ ପଡିଲା।

ବିଶ୍ୱକପ ପୂର୍ବ ଫିଟ ହୋଇଯିବାର ଆଶା: ଏରନ ଫିଞ୍ଚଙ୍କ ସର୍ଜରି ପରେ ମଧ୍ୟ ମେଡିକାଲ ଷ୍ଟାପଙ୍କୁ ଆଶାଅଛି ସେ ଟି-୨୦ ବିଶ୍ୱକପ ପୂର୍ବରୁ ଠିକ ହୋଇଯିବେ।ଅଷ୍ଟ୍ରେଲିଆ ଟିମ ଏବେ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଟ୍ରଫି ଜିତିପାରିନାହିଁ। ଆଗାମୀ ମାସରେ ଅଷ୍ଟ୍ରେଲିଆ ଟିମକୁ ବଙ୍ଗଳାଦେଶ ବିରୁଦ୍ଧରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ଅଛି। ଏହା ଟି-୨୦ବିଶ୍ୱକପ ପୂର୍ବରୁ ପ୍ରସ୍ତୁତ ହେବାର ଠିକ ସମୟ। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦିନିକିଆ ସିରିଜରେ ଏଲେକ୍ସ କ୍ୟାରିଙ୍କୁ ଅଧିନାୟକ କରାଯାଇଛି କିନ୍ତୁ ବଙ୍ଗଳାଦେଶ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ମାଥୟୁ ୱେଡ଼ଙ୍କୁ ଅଧିନାୟକ କରାଯାଇପାରେ। ବାୟୋବବୁଲରେ ଅଶୁବିଧା କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ ଫିଞ୍ଚଙ୍କ ଜାଗାରେ କୌଣସି ଅନ୍ୟ ଖେଳାଳିଙ୍କୁ ପଠାଇବା ପାଇଁ ମନାକରିଦେଇଛି।

Google

ଫିଞ୍ଚ କହିଲେ ଘରକୁ ଫେରିବା ଦ୍ଵାରା ନିରାଶ ଅଛନ୍ତି: ଏରନ ଫିଞ୍ଚ କହିଛନ୍ତି,”ଘରକୁ ଯାଉଥିବାରୁ ମୁଁ ବହୁତ ନିରାଶ ଅଛି କିନ୍ତୁ ବଙ୍ଗଳାଦେଶକୁ ନଯିବା ଏକ ଭଲ ବିକଳ୍ପ। ମୁଁ ଖେଳିବି ପାରିନଥାନ୍ତି ଓ ଫିଟ ହେବାକୁବି କଷ୍ଟହୋଇଥାନ୍ତା”।ସେ କହିଛନ୍ତି ଆବଶ୍ୟକ ପଡିଲେ ସର୍ଜରି କରାଇବି ଓ ବିଶ୍ୱକପ ପୂର୍ବରୁ ଫିଟ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୋଏଲ, ପେଟ କମିନ୍ସଙ୍କ ଭଳି ମହାନ ଖେଳାଳି ୱେଷ୍ଟଇଣ୍ଡିଜ ଗ୍ରସ୍ତକୁ ନଯିବାର ଫଇସଲା କରିଛନ୍ତି। ଏରନ ଫିଞ୍ଚ ସେପ୍ଟେମ୍ବରରେ ବାପା ହେବାକୁ ଯାଉଛନ୍ତି ବୋଲି ସୂଚନାରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *