IND VS SL: ଏହି ୫ଜଣ ଭାରତୀୟ ଖେଳାଳୀଙ୍କ ପାଇଁ ଫେରିବାର ଶେଷ ସୁଯୋଗ, ନହେଲେ ଶେଷ ହୋଇଯିବେ କ୍ୟାରିୟର

ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ ପାଇଁ ଯୁବମାନଙ୍କ ସହ କେତେକ ସିନିଅର ଖେଳାଳୀଙ୍କୁ ମଧ୍ୟ ମୌକା ଦେଇଛି। ସିରିଜ (ଭାରତ ବନାମ ଶ୍ରୀଲଙ୍କା) ର ଆରମ୍ଭ ୧୮ଜୁଲାଇରୁ ହେବ। ଗସ୍ତରେ ଦଳକୁ ତିନୋଟି ଦିନିକିଆ ଓ ତିନୋଟି ଟି୨୦ ମୁକାବିଲା ଖେଳିବାର ଅଛି। ଦଳରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ସହିତ କେତେକ ଦିଗଜଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଖେଳାଳୀମାନଙ୍କ ପାଇଁ ଶ୍ରୀଲଙ୍କା ଗସ୍ତ ଜରୁରୀ ଅଟେ। ଯଦି ଏମାନେ ଏଠାରେ ଭଲ ପ୍ରଦର୍ଶନ ନକରିବେ ତେବେ ତାଙ୍କର ଅନ୍ତଜାତୀୟ କ୍ୟାରିୟର ଏଠି ସମାପ୍ତ ହୋଇପାରେ। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ହେବ। ଏମିତିରେ ସବୁ ଖେଳାଳୀ ଏଠାରେ ଭଲ ଖେଳ ଦେଖେଇବାକୁ ଚାହିଁବେ ବୋଲି ଜଣା ଯାଉଛି।

Google

ୟୁଜବେନ୍ଦ୍ର ଚହଲ: ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ପ୍ରଦର୍ଶନ ବର୍ତ୍ତମାନ ଔଷତରୁ ତଳେ ଅଛି। ଇଂଲଣ୍ଡ ବିରୁଦ୍ଧରେ ଟି୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ବହୁତ ମହଙ୍ଗା ରହିଲେ। ଏହାପରେ ଶେଷ ଦୁଇଟି ମ୍ୟାଚରେ ଲେଗ ସ୍ପିନର ରାହୁଲ ଚହରଙ୍କୁ ମୌକା ଦିଆଗଲା। ସେ ନିଜ ବୋଲିଂରେ ପ୍ରଭାବିତ କଲେ। ଶ୍ରୀଲଙ୍କା ଗସ୍ତରେ ରାହୁଲ ଚହରଙ୍କ ଛଡା ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସ୍ଥାନ ମିଳିଛି। ଆଇପିଏଲରେ ରାହୁଲ ଚହର ଓ ବରୁଣଙ୍କର ଖେଳ ଭଲ ରହିଥିଲା।ଏମିତିରେ ତାଙ୍କୁ ଭାରତୀୟ ଦଳରେ ଜାଗା ମିଳିପାରେ। ୟୁଜବେନ୍ଦ୍ର ଚହଲ ୫୪ଟି ଦିନିକିଆରେ ୯୨ଟି ଯେବେକି ୪୮ଟି ଟି୨୦ରେ ୬୨ଟି ୱିକେଟ ଅକ୍ତିଆର କରିଛନ୍ତି।

କୁଲଦୀପ ଯାଦବ: ବାମହାତର ସ୍ପିନ ବୋଲର କୁଲଦୀପ ଯାଦବ ଗତ ଏକ ବର୍ଷରୁ ଫର୍ମରେ ନାହାନ୍ତି। ବର୍ତ୍ତମାନ ଆଇପିଏଲ ସଂସ୍କରଣରେ ତାଙ୍କୁ କୋଲକାତା ନାଇଟ ରାଇଡ଼ର୍ସ ଗୋଟିଏ ମ୍ୟାଚରେ ବି ମୌକା ଦେଇନାହିଁ। ଗୋଟେ ସମୟରେ କୁଲଦୀପ ଓ ଚହଲଙ୍କ ଯୋଡି ପ୍ରମୁଖ ବୋଲି କୁହାଯାଉଥିଲା। କୁଲଦୀପ ୬୩ଟି ଦିନିକିଆରେ ୧୦୫ଟି ଯେବେକି ୨୧ଟି ଟି୨୦ ଅନ୍ତଜାତୀୟରେ ୩୯ଟି ୱିକେଟ ନିଜ ନାମରେ ନାମିତ କରାଇଛନ୍ତି।

Google

ମନୀଷ ପାଣ୍ଡେ: ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ୨୦୧୫ ଇଣ୍ଟରନ୍ୟାଶନାଲରେ ଡେବ୍ୟୁ କରିଥିଲେ କିନ୍ତୁ ୬ବର୍ଷର କଥା କହିବା ତେବେ ସେ ଏବେ ପର୍ଯ୍ୟନ୍ତ ୨୬ ୱାନଡେ ଏବଂ ୩୯ ଟି୨୦ ହିଁ ଖେଳିଛନ୍ତି। ତାଙ୍କ ପ୍ରଦର୍ଶନରେ ସ୍ଥିରତାର କମି ରହିଅଛି। ସେ ଦିନିକିଆରେ ଏକ ଶତକ ଏବଂ ୨ଟି ଅର୍ଦ୍ଧଶତକ ଯେତେବେଳେ କି ଟି୨୦ରେ ୩ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସୂର୍ଯ୍ୟକୁମାର ଯାଦବ,ଇଶାନ କିଷାନଙ୍କ ଆସିବା ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ ଉପରେ ଅଧିକ ଲକ୍ଷ୍ୟ ଦିଆଯାଉଥିବାର ଜଣା ଯାଇଅଛି।

ସଞ୍ଜୁ ସାମସନ: ସଞ୍ଜୁ ସାମସନଙ୍କୁ ବର୍ତ୍ତମାନର ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲର୍ସ ଦଳର କ୍ୟାପଟେନ ଅଛନ୍ତି । ସେ ବଡ଼ ବଡ଼ ଶର୍ଟ ପାଇଁ ପରିଚିତ କିନ୍ତୁ ତାଙ୍କ ପ୍ରଦର୍ଶନରେ ବି ଲଗାତାର ନାହିଁ। କେଏଲ ରାହୁଲ ରାହୁଲ ଲିମିଟେଡ଼ ଓଭରରେ ଏବେ ୱିକେଟକିପର ଭାବରେ ଖେଳୁଅଛନ୍ତି ବୋଲି ଦେଖା ଯାଉଅଛି। ଇଶାନ କିଷାନ ଟି୨୦ ଇଣ୍ଟରନ୍ୟାଶନାଲରେ ଭଲ ଶୁଭାରମ୍ଭ କରିଛନ୍ତି। ଏପରି ଭାବରେ ସାମସନଙ୍କ ନିଜର ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ହେବ। ସଞ୍ଜୁ ସାମସନଙ୍କୁ ଏବେ ପର୍ଯ୍ୟନ୍ତ କେବଳ ୭ଟି ଟି୨୦ ଇଣ୍ଟରନ୍ୟାଶନାଲରେ ଖେଳିବାର ମୌକା ମିଳିଛି।

Google

ଦୀପକ ଚାହର: ଫାଷ୍ଟ ବୋଲର ଦୀପକ ଚାହର ଟି୨୦ ଇଣ୍ଟରନ୍ୟାଶନାଲରେ ଭଲ ଆରମ୍ଭ କରିଥିଲେ କିନ୍ତୁ ଏହାପରେ ସେ ଦଳରୁ ବାହାରି ଯାଇଥିଲେ। ଇଂଲଣ୍ଡ ବିରୁଦ୍ଧରେ ଟି୨୦ ସିରିଜରେ ସେ ଖେଳିନଥିଲେ। ୧୫ ଟି-୨୦ ଇଣ୍ଟରନ୍ୟାଶନାଲରେ ସେ ୧୮ ୱିକେଟ ଅକ୍ତିଆର କରିଥିଲେ। ଯେତେବେଳେ କି ୩ ଦିନିକିଆରେ ୨ ୱିକେଟ ମିଳିଛି। ଯଶପ୍ରୀତ ବୁମରାହ,ମହମ୍ମଦ ଶାମି,ଭୁବନେଶ୍ୱର କୁମାର,ମହମ୍ମଦ ସିରାଜ,ହାର୍ଦିକ ପାଣ୍ଡ୍ୟା ରହିଥିବା ସତ୍ତ୍ୱେ ଦଳରେ ଜାଗା ବନେଇବା ପାଇଁ ତାଙ୍କୁ ଭଲ ଖେଳ ଦେଖେଇବାକୁ ହେବ। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *