IND VS ENG: ଇଂଲଣ୍ଡରେ କମ୍ପିଲା ବିରାଟ ନାମ, ଇଏ ବିରାଟ କୋହଲିଙ୍କ ଦଳ, ଜିତିକି ହିଁ ଛାଡିବ! ଖବର ଭାଇରଲ

ଭାରତ ଟେଷ୍ଟ ସିରିଜର ୨-୧ ରେ ଆଗୁଆ ହୋଇଯାଇଛି। ଥାର୍ଡ ଟେଷ୍ଟର ପ୍ରଥମ ପାରିରେ ଭାରତୀୟ ଦଳ ୭୮ ରନରେ ଅଲ ଆଉଟ ହୋଇଯାଇଥିଲା। ଦଳ ଏହି ଟେଷ୍ଟ ହରିଯାଇଥିଲା। ଏହା ପରେ ଚତୁର୍ଥ ଟେଷ୍ଟର ପ୍ରଥମ ପାରିରେ କେବଳ ୧୯୧ ରନ ହିଁ ବନାଇବାର ସକ୍ଷମ ରହିଥିଲେ। ହେଲେ କୋହଲିଙ୍କ ଦଳ ମ୍ୟାଚକୁ ଫେରିବାରେ ଇତିହାସ ରଚନା କରିଛନ୍ତି। ଭାରତୀୟ ଦଳ ଚତୁର୍ଥ ଟେଷ୍ଟ ୧୫୭ ରନରେ ନିଜ ନାମରେ ନାମିତ କଲା। ଏହା ସହ ସିରିଜରେ ୨-୧ ର ଲିଡ଼ ହାସିଲ କଲା।

Google

ଏହା ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡରେ କେବଳ ୩୬ ରନରେ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚ ଭାରତ ୮ ୱିକେଟରେ ପରାସ୍ତ ହୋଇଯାଇଥିଲା। ହେଲେ ଆଗ ଟେଷ୍ଟ ଯାହା ମେଲବର୍ଣରେ ଖେଳାଯାଇଥିଲା ସେଠି ଦଳ ୮ ୱିକେଟରେ ବିଜୟ ହାସଲ କରିଥିଲା। କେବଳ ଏତିକି ନୁହେଁ ଭାରତୀୟ ଦଳ ସିରିଜ ମଧ୍ୟ ୨-୧ ରେ ଜିତିଥିଲା। ହେଲେ ଶେଷ ୩ଟି ଟେଷ୍ଟ କୋହଲି ଖେଳିନଥିଲେ ମାତ୍ର ତାଙ୍କର ସାଥି ଖେଳାଳି ଥିଲେ।

SENA ଦେଶରେ ୬ତମ ଟେଷ୍ଟ ବିଜୟ: ବିରାଟ କୋହଲି କ୍ୟାପଟେନ ହିସାବରେ SENA ଦେଶ ମାନେ ସାଉଥ ଆଫ୍ରିକା, ଇଂଲଣ୍ଡ , ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ୬ଟି ଟେଷ୍ଟ ଜିତିଯାଇଛନ୍ତି। ଏଥିରେ ଅଷ୍ଟ୍ରେଲିଆରେ ୨,ସାଉଥ ଆଫ୍ରିକାରେ ୧ଟି ଟେଷ୍ଟ ଏବଂ ଇଂଲଣ୍ଡରେ ୩ଟି ମ୍ୟାଚ ଅଟେ। ଏସିଆର ଅଧିନାୟକ ହିସାବରେ ଏହି ରେକର୍ଡ ସବୁଠୁ ଅଧିକ ଅଟେ। ଶ୍ରୀଲଙ୍କା କଥା କହିବା ତ SENA ଦେଶରେ କେବଳ ୩ଟି ଟେଷ୍ଟ ଜିତିପାରିଛି। ମାନେ ଶ୍ରୀଲଙ୍କାଠୁ ଭାରତ ଦୁଇ ଗୁଣ ବିଜୟ ହାସଲ କରିଛି।

ଓଭାଲ ଏବଂ ଲଡ୍ସରେ ପ୍ରଥମ ଥର ସିରିଜ ବିଜୟ: ୫୦ ବର୍ଷ ପରେ ଭାରତୀୟ ଦଳ ଓଭାଲରେ ମ୍ୟାଚ ଜିତିଲା। ୧୯୭୧ ମସିହାରେ ଭାରତ ୪ ୱିକେଟରେ ବିଜୟ ଲାଭ କରିଥିଲା। ଏହା ପରେ ଏହି ମୈଦାନରେ ଖେଳାଯାଇଥିବା ୩ ଟି ଟେଷ୍ଟରେ ଭାରତକୁ ପରାଜୟ ମିଳିଥିଲା।

କ୍ୟାପଟେନ ଭାବରେ ଇଂଲଣ୍ଡ ବିପକ୍ଷରେ କୋହଲିଙ୍କର ଏହା ୧୦ତମ ଟେଷ୍ଟ ବିଜୟ। ୧୦ କିମ୍ବା ତା ଠୁ ଅଧିକ ଟେଷ୍ଟ ଜିତିବା ମାମଲାରେ କୋହଲି ୫ନମ୍ବର କ୍ୟାପଟେନ ଅଟନ୍ତି। ଅଷ୍ଟ୍ରେଲିଆର ଏଲନ ବର୍ଡର ଏବଂ ୱେଷ୍ଟ ଇଣ୍ଡିଜର ଭିଭିଆନ ରିଚାର୍ଡସ ସବୁଠୁ ଅଧିକ ୧୩-୧୩ ବିଜୟ ହାସଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *