କ୍ୟାପଟେନ କୋହଲିଙ୍କ ବଡ଼ ବୟାନ, କହିଲେ କେଉଁ ବି ମୈଦାନରେ ହରାଇଦେବୁ ଇଂଲଣ୍ଡକୁ, ଆମକୁ ଚିଡ଼େଇଲେ ଛାଡ଼ିବୁ ନାହିଁ

ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିରୁଦ୍ଧରେ ଏଯାଏ ସୁନ୍ଦର ଫର୍ମ ଜାରି ରଖିଛନ୍ତି। ନଟିଂହମରେ ଟେଷ୍ଟ ଡ୍ର ରହିଥିବା ବେଳେ ଲଡ୍ସରେ ଭାରତ ବିଜୟର ସ୍ୱାଦ ପାଇଥିଲା। ଏବଂ ଏବେ ଭାରତ ୧-୦ ରେ ଆଗୁଆ ଅଛି। ଏବେ ଭାରତୀୟ ଦଳ ୩ୟ ଟେଷ୍ଟ ଲିଡ୍ସରେ ଖେଳିବାର ଅଛି। ଏହା ମଧ୍ୟରେ ବିରାଟ କୋହଲି ଇଂଲଣ୍ଡକୁ କଡା ୱାରନିଂ ଦେଇଦେଇଛନ୍ତି। କୋହଲି ପ୍ରେସ କନ୍ଫରେନ୍ସରେ କହିଲେ କି ଇଂଲଣ୍ଡ ଦଳକୁ ସବୁ ପ୍ରକାର ଜବାବ ଦେବେ। ଏହା ସହିତ ସେ କହିଲେ କି କୌଣସି ବି ପିଚରେ ଇଂଲଣ୍ଡକୁ ହରାଇପାରିବୁ। ଜାଣନ୍ତୁ ଲିଡ୍ସ ଟେଷ୍ଟ ପୂର୍ବରୁ କ୍ୟାପଟେନ କୋହଲି କହିଥିବା ୫ଟି କଥା।

Google

୧.କୋହଲିଙ୍କୁ ପଚରାଗଲା ଇଂଲଣ୍ଡରେ ସିରିଜ ଜିତିବାର ଭଲ ମୌକା ଅଛି, ଏହାକୁ ନେଇ କୋହଲି କହିଲେ କି, ଯଦି ଇଂଲଣ୍ଡର ସବୁ ଖେଳାଳି ଖେଳିଥାନ୍ତେ ତେବେ ବି ଆମେ ତାଙ୍କୁ ହରାଇପାରିଥାଆନ୍ତୁ। ଆମେ କେଉଁ ବି ଦଳକୁ କେଉଁଠି ବି ହରାଇପାରିବୁ। ହେଡେଲିଂରେ ଇଂଲଣ୍ଡର ପ୍ରଦର୍ଶନ ଭଲ ବି ଅଛି। ଯାହା ଉପରେ କୋହଲି କହିଲେ ଆମ ଟିମ ଏଯାଏ ଏଠି ମ୍ୟାଚ ଖେଳିନି। ହେଲେ ଆମେ ଇଂଲଣ୍ଡକୁ ଦୁନିଆର କେଉଁଠି ବି ହରାଇ ପାରିବୁ। ଆମକୁ ଆଗକୁ କଣ କରିବାକୁ ହେବ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ।

୨.ବିରାଟ କୋହଲିଙ୍କୁ ଲିଡ୍ସରେ ଐତିହାସିକ ସଫଳତା ବିଷୟରେ ପ୍ରଶ୍ନ କରାଗଲା ଯାହାକୁ ନେଇ ସେ କହିଲେ ମୁଁ ବିଟିଯାଇଥିବା ଦିନ ବିଷୟରେ ମହତ୍ତ୍ୱ ଦିଏନି। ପୂର୍ବରୁ କଣ ହୋଇଛି ତାକୁ ଧରି ଫାଇଦା ନାହିଁ। ସବୁକିଛି ତୁମ ମାନସିକତା ଉପରେ ନିର୍ଭର କରେ। ଆମେ ଆଗ ମ୍ୟାଚ ନିମନ୍ତେ ପ୍ରସ୍ତୁତ।

Google

୩.ଲଡ୍ସ ଟେଷ୍ଟ ଜିତିବା ଉପରେ କୋହଲି କହିଲେ, ସେ ଟ୍ରେଣ୍ଟ ବ୍ରିଜର ୫ମ ଦିନକୁ ନେଇ ବହୁତ ନିରାଶ। କୋହଲି କହିଲେ ନଟିଂହମରେ ବିଜୟ ନ ମିଳିବା ଦ୍ଵାରା ନିରାଶ ଅଟୁ ହେଲେ ଆମେ ୨ୟ ଟେଷ୍ଟବି ସେହି ଆକ୍ରମଣତକ ଭାବେ ଗଲୁ, ଆମେ ସେହି ଲୋକଙ୍କ ଭିତରେ ନାହୁଁ ଯେ ତୁମେ ଆମକୁ କହିବ ଏବଂ ଆମେ ପଛକୁ ପଳାଇବୁ।

୪.କୋହଲି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ସବୁଠୁ ମୁସ୍କିଲ ଜାଗା ବୋଲି କହିଲେ। ସେ କହିଲେ ଇଂଲଣ୍ଡରେ କୌଣସି ଜିନିଷ ଗ୍ୟାରେଣ୍ଟି ନାହିଁ। ଆପଣଂକୁ ଧର୍ଯ୍ୟ ରଖିବାକୁ ହେବ। ଏହା ମନେ ରଖେନି କି ଆପଣ କେତେ ଅନୁଭବୀ। ଆପଣ କେତେ ରନ ବନାଇଛନ୍ତି। ଭୁଲ କରିବା କ୍ଷଣି ହିଁ ଆପଣ ଆଉଟ ହୋଇଯିବେ।

Google

୫. ବିରାଟ କୋହଲି ମହମ୍ମଦ ସିରାଜଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ। ସେ କହିଲେ ତାଙ୍କୁ ସିରାଜଙ୍କ ପ୍ରଦର୍ଶନରେ ଟିକେ ବି ଆଶ୍ଚର୍ଯ୍ୟ ହୋଇନାହିଁ। କୋହଲି କହିଲେ, ଅଷ୍ଟ୍ରେଲିଆ ସିରିଜର ସିରାଜଙ୍କର ଆତ୍ମ ବିଶ୍ୱାସ ବଢ଼ିଲା। ଭରସା ତାଙ୍କ ଖେଳସ୍ତର ଉପରକୁ ନେଇ ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *