ସୋଏବ ଅକତର ଅନୁଷ୍କାଙ୍କୁ କଣ ପାଇଁ କହିଲେ, ‘କୋହଲିଙ୍କୁ ଏପରି କରିବାରୁ ଅଟକାଇଦିଅ’…ଖବର ଭାଇରଲ

ସୋଏବ ଅକତର ଚାହୁଁନଥିଲେ କି ବିରାଟ କୋହଲି ଅଧିନାୟକତ୍ୱ କରନ୍ତୁ। ସେ ଏହି କଥା ବିରାଟଙ୍କ ପତ୍ନୀ ଅନୁଷ୍କାଙ୍କୁ କହିଥିଲେ ଓ ମ୍ୟାସେଜ ମଧ୍ୟ ଦେଇଥିଲେ କି ସେ ବିରାଟକୁ ଏପରି କରିବା ପାଇଁ ଅଟକାଇ ଦିଅନ୍ତୁ ନଚେତ ବିରାଟଙ୍କ ପାଇଁ ଏହା ଖରାପ ହେଇପାରେ। ଏହି କଥା ନିଜେ ସୋଏବ ଅକତର ଜଣାଇଛନ୍ତି ଓ ଏହି କଥାକୁ ସେ ମନେ ପକାଇଛନ୍ତି ଯେବେ ବିରାଟଙ୍କୁ ୨୦୧୪ରେ ଅଧିନାୟକ କରାଯାଉଥିଲା।

Google

ଆପଣଙ୍କୁ କହିରଖିବୁ ସୋଏବ ଅକତର ଓ ଅନୁଷ୍କା ଶର୍ମା ଏକ ଶୋ ରେ ଏକାସାଥିରେ ଆସିଥିଲେ। ସେହି ସମୟରେ ସୋଏବ ଅନୁଷ୍କାଙ୍କୁ ଏହି ମ୍ୟାସେଜ ଦେଇଥିଲେ କି ବିରାଟ ଅଧିନାୟକ ନହୁଅନ୍ତୁ।କାରଣ ସେ କହିଥିଲେକି ମୁଁ ଚାହୁଁଛି ବିରାଟ ସବୁଠୁ ଅଧିକ ଶତକ ମାରନ୍ତୁ ଓ ରନ କରନ୍ତୁ କିନ୍ତୁ ଯଦି ସେ ଅଧିନାୟକ ହେବେ ତାଙ୍କ ଉପରେ ଅଧିକ ପ୍ରେସର ରହିବ ତେବେ ହୋଇପାରେ ସେ ଏପରି ରେକର୍ଡ ନକରିପାରନ୍ତି।

Google

ସେହି ଶୋ କୁ ସୋଏବ ମନେପକାଇଛନ୍ତି କି ସେ ଅନୁଷ୍କାଙ୍କୁ କହିଥିଲେ,”ମତେ ଲାଗୁଛି ବିରାଟ ଭୁଲ କରୁଛନ୍ତି ଅଧିନାୟକ ହୋଇ। କାରଣ ମୋର କହିବାର ଅର୍ଥ ହେଲା ଭାରତରେ ଅନେକ କ୍ରିକେଟ ପ୍ରେମୀ ଅଛନ୍ତି ଯେଉଁମାନେ ବିରାଟ କୋହଲିଙ୍କ ଠୁ ଅଧିକ ରନର ଆଶା କରିଛନ୍ତି। ସେ ଜଣେ ଯୁବ ଖେଳାଳି ଅଟନ୍ତି ତାଙ୍କୁ ଅଧିକ ପ୍ରେସର ନଦେଇ କେବଳ ଖେଳିବା ପାଇଁ ଦିଆଯାଉ ଓ ସେ ରନ କରିବା ଉପରେ ଫୋକସ କରନ୍ତୁ”।

ଏବେ ସୋଏବ ଅକତର କହିଛନ୍ତି ସେହି ସମୟରେ ମୁଁ ଭୁଲ ଥିଲି କାରଣ ବିରାଟ କୋହଲି ଜଣେ ଭଲ ଅଧିନାୟକ ଅଟନ୍ତି ଓ ସେ ନିଜ ଉପରେ କେବେବି ଅଧିନାୟକର ପ୍ରେସର ପକାଇବା ପାଇଁ ଦେଇନାହାନ୍ତି ଓ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିରାଟ ଜଣେ ଭଲ ଅଧିନାୟକ ସହିତ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି। ସେ ଲଗାତର ସୁନ୍ଦର ଭାବେ ରନ କରିଆସୁଛନ୍ତି ଓ ସେ ଏହିପରି ରନ କରିଚାଲନ୍ତୁ ବୋଲି ମୁଁ ଚାହୁଁଛି। ସେ ଇଣ୍ଟରନେସନାଲରେ ୧୨୦ ଶତକ ମାରନ୍ତୁ। ଆପଣଙ୍କୁ କହିରଖିବୁ ଇଣ୍ଟରନେସନାଲରେ ସବୁଠୁ ଅଧିକ ୧୦୦ ଶତକ ସଚିନ ଟେନ୍ଦୁଲକରଙ୍କ ନାମରେ ଅଛି କିନ୍ତୁ ସୋଏବ କହିଛନ୍ତି କୋହଲି ଯେଉଁଭଳି ବ୍ୟାଟିଙ୍ଗ କରୁଛନ୍ତି ସେ ନିଶ୍ଚୟ ଏହାକୁ ଭାଙ୍ଗିଦେବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *