ବଡ ଖବର: ବିରାଟ କୋହଲି ଛାଡ଼ିବେ ଅଧିନାୟକତ୍ୱ ପଦ, ରୋହିତ ଶର୍ମା ହେବେ ନୂଆ ଅଧିନାୟକ, ଖୁବ ଶୀଘ୍ର ଗ୍ରହଣ କରିବେ ଦାୟୀତ୍ୱ: ରିପୋର୍ଟ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବେ ଟି-୨୦ ଓ ଦିନିକିଆରୁ ଅଧିନାୟକ ପଦ ଛାଡିବାର ପ୍ରସ୍ତୁତିରେ ଅଛନ୍ତି। କୁହାଯାଉଛିକି ଟି-୨୦ ବିଶ୍ୱକପ ୨୦୨୧ ତୁରନ୍ତ ପରେ ବିରାଟ କୋହଲି ଏହି ବଡ଼ ନିସ୍ପତି ନେଇପାରନ୍ତି। ଯଦି ଏପରି ହୁଏ ତେବେ ରୋହିତ ଶର୍ମାଙ୍କୁ ଏହି ବଡ଼ ଦାୟୀତ୍ୱ ଦିଆଯାଇପାରେ।

Google

ଟାଇମ୍ସ ଅଫ ଇଣ୍ଡିଆରେ ଲେଖାଯାଇଥିବା ଖବର ଅନୁସାରେ,”ଅଷ୍ଟ୍ରେଲିଆ ଗ୍ରସ୍ତରୁ ହିଁ ଭାରତୀୟ ଟିମ ଧଳା ବଲ କ୍ରିକେଟରେ ଅଧିନାୟକ ବଦଳାଇବାକୁ ନେଇ ଚିନ୍ତା କରୁଛି। ବିରାଟ କୋହଲି ବାପା ହେବ ପରେ ଏହା ଚିନ୍ତା କରାଯାଇଥିଲାକି ଦିନିକିଆ ଓ ଟି-୨୦ରେ ଅଧିନାୟକ ଚେଞ୍ଜ ହୋଇପାରେ। ଟିମ ମ୍ୟାନେଜମେଣ୍ଟ ବିରାଟ କୋହଲି ରୋହିତ ଶର୍ମାଙ୍କୁ ଅନେକ ଥର ଏହା ନେଇ ଆଲୋଚନା ମଧ୍ୟ କରିଛନ୍ତି”।

କୁହାଯାଉଛିକି ବିରାଟ ନିଜେ ଟି-୨୦ ବିଶ୍ୱକପ ୨୦୨୧ ପରେ ଏହାର ଘୋଷଣା କରିପାରନ୍ତି। ତାଙ୍କର ମାନିବା ଅଟେକି ଏବେ ତାଙ୍କୁ ନିଜ ବ୍ୟାଟିଙ୍ଗ ଉପରେ ଫୋକସ କରିବାର ଆବଶ୍ୟକତା ଅଛି। ବିରାଟ ଚାହୁଁଛନ୍ତି ସେ ନିଜ ବ୍ୟାଟିଙ୍ଗକୁ କିପରି ଭଲ କରିପାରିବେ। ତାଙ୍କୁ ପୁଣି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେବାର ଅଛି।

ବିସିସିଆଇର ସୂତ୍ର ଅନୁସାରେ ଟିମ ମ୍ୟାନେଜମେଣ୍ଟ ବର୍ଷର ଆରମ୍ଭ ପୂର୍ବରୁ ହିଁ ବିରାଟ ଓ ରୋହିତଙ୍କ ମଧ୍ୟରେ ଥିବା ଦ୍ଵନ୍ଦ ସମ୍ପର୍କକୁ ବଦଳାଇଦେବାରେ କାମ କରିଛି। ଦୁହିଁଙ୍କ ମଧ୍ୟରେ ଏବେ ଭଲ ସଂପର୍କ ରହିଛି। ଏବେ ବିସିସିଆଇ ବର୍ଷର ଶେଷ ସମୟରେ ଅଧିନାୟକତ୍ୱରେ ପରିବର୍ତ୍ତନ ଚାହୁଁଛି।

୩୨ବର୍ଷୀୟ ବିରାଟ କୋହଲିଙ୍କର ଅବସର ନେବାର ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ଭାବନା ନାହିଁ। ସେ ଲମ୍ବା ସମୟ ପର୍ଯ୍ୟନ୍ତଟିମ ଇଣ୍ଡିଆ ପାଇଁ ଖେଳିବାକୁ ଚାହୁଁଛନ୍ତି।ଅଧିନାୟକ ରୂପରେ ସେ ଟିମକୁ ଏକ ଉଚ୍ଚ ସ୍ଥାନକୁ ନେଇଛନ୍ତି। ବିଦେଶରେ ଦଳ ଟେଷ୍ଟ ସିରିଜ ଜିତିବା ସ୍ୱପ୍ନ ପରି ଲାଗୁଥିଲା ହେଲେ ସେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦଳକୁ ବିଜୟୀ କରି ଦେଖେଇଥିଲେ। ସେ ୯୫ ଟି ଦିନିକିଆରେ ଏବେ ପର୍ଯ୍ୟନ୍ତ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରୁ ତାଙ୍କୁ ୬୫ ମ୍ୟାଚରେ ବିଜୟ ମିଳିଛି। ସେହିପରି ସେ ଏବେ ପର୍ଯ୍ୟନ୍ତ ୪୫ ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ତାଙ୍କୁ ୨୯ ଟି ମ୍ୟାଚରେ ବିଜୟ ମିଳିଛି।

ସୁନ୍ଦର କ୍ୟାରିୟର ଥାଇ ମଧ୍ୟ ବିରାଟ ଏବେ ପର୍ଯ୍ୟନ୍ତ ନିଜ ଅଧିନାୟକତ୍ୱରେ ଭାରତକୁ ଗୋଟେ ମଧ୍ୟ ଆଇସିସି ଟ୍ରଫି ଜିତାଇପାରି ନାହାନ୍ତି। ତାଙ୍କ ଏହି କଥାର ଦୁଃଖ ରହିବ। ହେଲେ ଏହି ଖବର ଏବେ ଜୋର ଧରିଛି କି ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ କ୍ୟାପଟେନସି ପଦରୁ ଓହରିଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *