ବିରାଟ କୋହଲି ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବିବାଦରେ ଘେରରେ, ଦେବାକୁ ପଡିବ ଜବାବ?

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଏବେ ଇଂଲଣ୍ଡ ବିରୁଦ୍ଧରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରସ୍ତୁତିରେ ଲାଗିଛନ୍ତି କିନ୍ତୁ ଏହା ମଧ୍ୟରେ ସେ ଏକ ବିବାଦରେ ଫସିଯାଇଛନ୍ତି। ଏହି ବିବାଦ ହେଉଛି ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଯେଉଁଥିରେ ସେ ଏକ ବେସରକାରୀର ୟୁନିଭର୍ସିଟିର ପ୍ରଚାର କରୁଛନ୍ତି।

Google

ବୁଧବାରକୁ ବିରାଟ କୋହଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ବେସରକାରୀ ୟୁନିଭର୍ସିଟିର ପ୍ରଚାର କରିଛନ୍ତି। ଏହି ପ୍ରଚାରରେ ସେ ଟୋକୀଓ ଅଲମ୍ପିକରେ ଖେଳୁଥିବା ଖେଳାଳି ମାନଙ୍କ ବିଷୟରେ ମଧ୍ୟ କହିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଲା ଓ ଲୋକ ଭାରତୀୟ କ୍ୟାପଟେନଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରୁଛନ୍ତି।

ଏବେ ମିଡ଼ିଆ ରିପୋର୍ଟ ଏହା କି ଏହି ପ୍ରଚାର ଉପରେ ଆଡ଼ଭାଟାଇଜିଙ୍ଗ ଷ୍ଟେଡ଼ର୍ଡସ କାଉନ୍ସିଲ ଅଫ ଇଣ୍ଡିଆକୁ ଆପତ୍ତି ଅଛି ଓ ତାଙ୍କୁ ଜଲ୍ଦି ଏହା ପାଇଁ ନୋଟିସ ପଠାଯାଇପାରେ।

Google

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ପୋଷ୍ଟ ଆଡ଼ଭାଟାଇଜିଙ୍ଗ ଷ୍ଟେଡ଼ର୍ଡସ କାଉନ୍ସିଲ ଅଫ ଇଣ୍ଡିଆର ନିର୍ଦେଶର ଉଲଘଂନ ଅଟେ।ଆଡ଼ଭାଟାଇଜିଙ୍ଗ ଷ୍ଟେଡ଼ର୍ଡସ କାଉନ୍ସିଲ ଅଫ ଇଣ୍ଡିଆର ଦିଶା ନିର୍ଦେଶ ଅନୁସାରେ ପୋଷ୍ଟରେ କୌଣସି ଡିସ୍ବେଲେମର ନାହିଁ। ମାନେ ପୋଷ୍ଟରେ ବିରାଟ କୋହଲି କୌଣସି ସୂଚନା ଦେଇନାହାନ୍ତିକି ଏହା ଏକ ପେଡ ପ୍ରମୋସନ ଅଟେ।

ବିରାଟ କୋହଲି ନିଜ ପୋଷ୍ଟରେ ଲେଖିଛନ୍ତି,”ବଢିଆ ରେକର୍ଡ ଅଟେ। ଭାରତର ୧୦% ଅଲମ୍ପିକ ଖେଳାଳି ଲଭଲି ପ୍ରୋଫେସନାଲ ୟୁନିଭର୍ସିଟିରୁ ଅଟନ୍ତି। ମତେ ଆଶା ଅଛିକି ଏଲପିୟୁ ଜଲ୍ଦି ଭାରତ କ୍ରିକେଟ ଟିମରେ ମଧ୍ୟ ନିଜ ଷ୍ଟୁଡେଣ୍ଟଙ୍କୁ ପଠାଇବ। ଜୟ ହିନ୍ଦ”।

ବିରାଟ କୋହଲିଙ୍କ ଏହି ପୋଷ୍ଟ ଉପରେ ଆଡ଼ଭାଟାଇଜିଙ୍ଗ ଷ୍ଟେଡ଼ର୍ଡସ କାଉନ୍ସିଲ ଅଫ ଇଣ୍ଡିଆର ଅଧିକାରୀ କହିଛନ୍ତି ଆମେ ଏହି ମାମଲାକୁ ଦେଖୁଛୁ ଓ ଜଲ୍ଦି ଏହା ଉପରେ ବିରାଟ କୋହଲିଙ୍କୁ ଜବାବ ଦେବାକୁ ପଡିବ।

Google

କହିରଖିବୁକି ବିରାଟ କୋହଲି ଏହି ସମୟରେ ଡ଼ରହମରେ ଅଛନ୍ତି ଓ ସେ ଏବେ ଟିମ ସହିତ ଟେଷ୍ଟ ସିରିଜର ପ୍ରସ୍ତୁତିରେ ଲାଗିଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ ୪ ଅଗଷ୍ଟରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *