IND VS ENG: ବିରାଟ କୋହଲି “ଗୋଲଡନ ଡ଼କ”ରେ ଆଉଟ, ଆଣ୍ଡରସନଙ୍କୁ କହିଥିଲେ ଏମିତି କଥା, ଏବେ ଉଡାଉଛନ୍ତି ମଜାକ

ଇଂଲଣ୍ଡ ସହ ଟେଷ୍ଟ ସିରିଜର ଏକ ଦିନ ପୂର୍ବରୁ ଆଣ୍ଡରସନଙ୍କ ଉପରେ କୋହଲିଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ପ୍ରଶ୍ନ ଥିଲାକି ଆପଣ ଆଣ୍ଡରସନଙ୍କ ସାମ୍ନା କିପରି କରିବେ?ଏହାର ଉତ୍ତରରେ କୋହଲି କହିଥିଲେ -ମୁଁ ଖାଲି ବ୍ୟାଟିଙ୍ଗ କରିବି।କିନ୍ତୁ ନୋଟିଘଂମ ଟେଷ୍ଟର ପ୍ରଥମ ପାରିରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ମାତ୍ର ଗୋଟେ ବଲରେ ଆଉଟ ହୋଇଗଲେ। କୋହଲିଙ୍କୁ ଇଂଲଣ୍ଡ ବୋଲର ଯେମ୍ସ ଆଣ୍ଡରସନ ସୁନ୍ଦର ଆଉଟସୁଇଙ୍ଗ ବଲରେ ଆଉଟ କରିଛନ୍ତି।ଆଣ୍ଡରସନଙ୍କ ବଲରେ କୋହଲିଙ୍କ ପାଖରେ କୌଣସି ଜବାବ ନଥିଲା ଓ ସେ ସୁନରେ ଆଉଟ ହୋଇଗଲେ। ଗୋଲଡ଼ନ ଡ଼କରେ ଆଉଟ ହେବା ଦ୍ଵାରା ଏବେ ସୋସିଆଲ ମିଡ଼ିଆରେ କୋହଲିଙ୍କ ମଜାକ ଉଡାଯାଉଛି।

Google

ସୋସିଆଲ ମିଡ଼ିଆରେ ଫ୍ୟାନ୍ସ କୋହଲିଙ୍କ ମଜାକ ମିମ୍ସ ସେୟାର କରୁଛନ୍ତି। ଭାରତର ଅଧିନାୟକ ବିରାଟ କୋହଲି ପ୍ରେସ କନ୍ଫରେନ୍ସରେ ଯାହା କହିଥିଲେ ତାହା ମଧ୍ୟ ଭାଇରାଲ ହେଉଛି। କହିରଖିବୁ ବିରାଟ କୋହଲି ଓ ଆଣ୍ଡରସନଙ୍କ ମଧ୍ୟରେ ଯୁଦ୍ଧର ପରିବେଶ ଭାରତ ଇଂଲଣ୍ଡ ପହଁଚିବା କ୍ଷଣି ହିଁ ଆରମ୍ଭ ହୋଇଯାଇଥିଲା। ବର୍ଷ ୨୦୧୪ରେ ଆଣ୍ଡରସନ କୋହଲିଙ୍କୁ ପିଚରେ ଅଧିକ ସମୟ ଠିଆ ହେବାକୁ ଦେଇନଥିଲେ କିନ୍ତୁ ବର୍ଷ ୨୦୧୮ରେ କୋହଲି ଆଣ୍ଡରସନଙ୍କୁ ଥରେ ମଧ୍ୟ ୱିକେଟ ଦେଇନଥିଲେ କିନ୍ତୁ ୨୦୨୧ ଟେଷ୍ଟ ମ୍ୟାଚରେ କୋହଲି ପ୍ରଥମ ମ୍ୟାଚରେ ହିଁ ଆଣ୍ଡରସନଙ୍କୁ ପ୍ରଥମ ବଲରେ ୱିକେଟ ଦେଇଛନ୍ତି।

ବିରାଟ କୋହଲି ୫ ମ ଥର ଗୋଲଡ଼ନ ଡ଼କରେ ହେଲେ ଆଉଟ: ବିରାଟ କୋହଲି ଇଂଲଣ୍ଡ ବିରୁଦ୍ଧରେ ୩ୟ ଥର ଓ ସମୁଦାୟ ୫ ମ ଥର ଗୋଲଡ଼ନ ଡ଼କରେ ଆଉଟ ହୋଇଛନ୍ତି। ବିରାଟ ୨୦୧୧-୧୨ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ବେନ ହେଲପନହୋମଙ୍କ ବଲରେ ଶୂନରେ ଆଉଟ ହୋଇଥିଲେ। ଇଂଲଣ୍ଡ ବିରୁଦ୍ଧରେ ୨୦୧୪ରେ ଲିୟାମ ଫ୍ଲଙଙ୍କେଟ ଓ ୨୦୧୮ରେ ଷ୍ଟୁଅର୍ଟ ବ୍ରର୍ଡଙ୍କ ବଲରେ ଗୋଲଡ଼ନ ଡକରେ ଆଉଟ ହୋଇଥିଲେ। ୨୦୧୯ରେ ୱେଷ୍ଟଇଣ୍ଡିଜର କିମାର ରୋଚ ବିରାଟ କୋହଲିଙ୍କୁ ପ୍ରଥମ ବଲରେ ଆଉଟ କରିଥିଲେ। କହିରଖିବୁ ବିରାଟ କୋହଲି ଇଣ୍ଟରନେସନାଲ କ୍ରିକେଟରେ ଯିମି ଆଣ୍ଡରସନଙ୍କ ବିରୁଦ୍ଧରେ ୯ ମ ଥର ଆଉଟ ହୋଇଛନ୍ତି। ସେହିପରି ଆଣ୍ଡରସନ ଇଣ୍ଟରନେସନାଲ କ୍ରିକେଟରେ ସଚିନଙ୍କୁ ୧୨ ଥର ଓ ଧୋନିଙ୍କୁ ୧୦ ଥର ଆଉଟ କରିଛନ୍ତି ବୋଲି ଜଣା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *