IND VS ENG: ବିରାଟ କୋହଲି ଗ୍ରାଉଣ୍ଡରେ ଆଣ୍ଡରସନଙ୍କୁ କଲେ ଚୁପ, କହିଲେ ବୁମରା ଭାବ ନାହିଁ…

ଅଧିନାୟକ ବିରାଟ କୋହଲି ଆକ୍ରାମକ ବ୍ୟବହାର ପାଇଁ ଜଣାଯାଇଥାନ୍ତି। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ସେ ଇଂଲଣ୍ଡର ପ୍ରେସର ବୋଲର ଜେମ୍ସ ଆଣ୍ଡରସନଙ୍କ ସହ ଗ୍ରାଉଣ୍ଡରେ ଭିଡିଗଲେ। ଏହାର ଭିଡ଼ିଓ ମଧ୍ୟ ବହୁତ ଭାଇରାଲ ହେଉଛି। ଟିମ ଇଣ୍ଡିଆ ପ୍ରଥମ ପାରିରେ ୩୬୪ ରନ କରିଥିଲା ଯେବେକି ଟିମ ଇଂଲଣ୍ଡ ପ୍ରଥମ ପାରିରେ ୩୯୧ ରନ କରିଦେଇଥିଲା। ନ୍ୟୁଜ ଲେଖା ଯିବା ପର୍ଯ୍ୟନ୍ତ ଭାରତ ଚତ୍ରୁର୍ଥ ଦିନ ଖେଳରେ ୩ ୱିକେଟ ହରାଇ ୯୩ ରନ ବନେଇଥିଲା।

Google

ଟିମ ଇଣ୍ଡିଆର ଦ୍ୱିତୀୟ ପାରିର ୧୬ ଓଭରର ଚତ୍ରୁର୍ଥ ବଲରେ ଏହି ଘଟଣା ଘଟିଛି। ଜେମ୍ସ ଆଣ୍ଡରସନ ବଲ ପକାଇବା ପରେ ପିଚ ମଝିରେ ଦୌଡ଼ିବାକୁ ଲାଗିଲେ। ଅନ୍ୟ ପଟେ ବ୍ୟାଟିଙ୍ଗ କରୁଥିବା ଅଧିନାୟକ ବିରାଟ କୋହଲି ତାଙ୍କୁ ରାଗିକି କହିଥିଲେ ଏହା ପିଚ ଅଟେ। ଏହା ଆପଣଙ୍କ ଘର ନୁହେଁ ଯେ ଆପଣ ମଝିରେ ଦୌଡ଼ିବେ। ଦୁହିଁଙ୍କ ମଝିରେ ହୋଇଥିବା କଥାବାର୍ତ୍ତାର ଭିଡ଼ିଓ ଭାଇରାଲ ହେଉଛି। ଏହା ପୂର୍ବରୁ ତୃତୀୟ ଦିନ ବ୍ୟାଟିଙ୍ଗ ସମୟରେ ଜେମ୍ସ ଆଣ୍ଡରସନଙ୍କୁ ଯଶପ୍ରୀତ ବୁମରା ନିଜ ବାଉଁଶର ବଲରେ ବହୁତ ଅସୁବିଧାରେ ପକାଇଥିଲେ। ଦୁହିଁଙ୍କ ମଧ୍ୟରେ ମଧ୍ୟ କଥା କଥନ ହୋଇଥିଲା ଓ ବିରାଟ କୋହଲି କହିଲେ ବୁମରା ବୋଲି ମୋତେ ଭାବ ନାହିଁ। ବିରାଟ କୋହଲି ଦ୍ୱିତୀୟ ପାରିରେ ମଧ୍ୟ କୌଣସି ଖାସ ରନ କରିପାରିନଥିଲେ ଓ ମାତ୍ର ୨୦ ରନ କରି ଆଉଟ ହୋଇଯାଇଥିଲେ। ଆଣ୍ଡରସନ ପ୍ରଥମ ପାରିରେ ୫ ୱିକେଟ ଅକ୍ତିଆର କରିଥିଲେ ଓ ବିରାଟ କୋହଲି ପ୍ରଥମ ପାରିରେ ୪୨ ରନ ବନେଇଥିଲେ।

ଟିମ ଇଣ୍ଡିଆର ଲର୍ଡସରେ ରେକର୍ଡ ଭଲ ନାହିଁ:ଟିମ ଇଣ୍ଡିଆ ଲର୍ଡସରେ ନିଜର ୧୯ ତମ ଟେଷ୍ଟ ମ୍ୟାଚ ଖେଳୁଛି କିନ୍ତୁ ଏହି ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ରେକର୍ଡ ଭଲ ନାହିଁ। ମାତ୍ର ଦୁଇଟି ଟେଷ୍ଟ ମ୍ୟାଚରେ ହିଁ ଭାରତକୁ ବିଜୟ ମିଳିଛି। ସେହିପରି ଇଂଲଣ୍ଡ ଟିମ ୧୨ ଟି ମ୍ୟାଚ ଜିତିଛି ଓ ୪ ଟି ମ୍ୟାଚ ଡ୍ର ରହିଛି। ସେଥିପାଇଁ ଟିମ ଇଣ୍ଡିଆ ଏଠି ବିଜୟ ହାସଲ କରି ରେକର୍ଡ ପରିବର୍ତ୍ତନ କରିବା ପାଇଁ ଚାହିଁବ। ଟିମ ୧୪ ବର୍ଷ ହେବ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିପାରିନାହିଁ। ଶେଷ ଥର ଇଂଲଣ୍ଡରେ ଖେଳାଯାଇଥିବା ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୧-୪ରେ ପରାଜୟ ମିଳିଥିଲା।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *