ବିରାଟ କୋହଲି VS ରୋହିତ ଶର୍ମା: କେବଳ IPL ନୁହେଁ ଦିନିକିଆ ଏବଂ ଟି-୨୦ ରେ ବି ହିଟମାନ କୋହଲିଙ୍କ ଠୁ ଆଗରେ…

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଅଳ୍ପ ଦିନ ତଳେ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଟିମ ଘୋଷଣା କରିଦେଇଛି। କୋଭିଡ-୧୯ ପାଇଁ ୟୁଏଇ ଓ ଓମାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି କ୍ୟାପଟେନ ବି ଅଛଛି। ଏହା ମଧ୍ୟ ଚର୍ଚ୍ଚା ହେଉଛିକି ଯଦି ଟିମ ଇଣ୍ଡିଆ ଏହି ଟି-୨୦ ବିଶ୍ୱକପ ନଜିତେ ତେବେ ବିରାଟ କୋହଲିଙ୍କୁ କ୍ୟାପଟେନସି ଛାଡିବାକୁ ହେବ।

Google

ପୂର୍ଵ କିଛି ବର୍ଷରୁ ତାଙ୍କର ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ତୁଳନା କରାଯାଉଛି। ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ଅପେକ୍ଷା କିଛି କ୍ରିକେଟର ରୋହିତ ଶର୍ମାଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିଛି ତ ରୋହିତଙ୍କ ଅଧିନାୟକତ୍ୱକୁ ଧୋନିଙ୍କଠୁ ଭଲ କହିଛନ୍ତି। ଏହାର ସବୁଠୁ ବଡ଼ କାରଣ ହେଉଛି ଇଣ୍ଡିଆନ ପ୍ରିମୀୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମାଙ୍କ ସଫଳତା।

ଏଥି ପାଇଁ ଉଠୁଛି ପ୍ରଶ୍ନ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏବେ ପର୍ଯ୍ୟନ୍ତ ତିନୋଟି ଆଇସିସି କପରେ ଓହ୍ଲାଇଛି ଯେଉଁଥିରେ ଦୁଇଥର ଟିମକୁ ଫାଇନାଲ ମ୍ୟାଚରେ ପରାଜୟ ମିଳିଛି ଜେବେକି ଥରେ ସେମିଫାଇନାଲରେ ପରାଜୟ ମିଳିଛି। ୨୦୧୭ରେ ଆଇସିସି ଚାମ୍ପିୟାନ ଟ୍ରଫିରେ ପାକିସ୍ତାନଠୁ ପରାଜୟ ମିଳିଥିଲା। ଯେବେକି ଆଇସିସି ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଟିମ ନ୍ୟୁଜଲ୍ୟାଣ୍ଡଠୁ ହାରିଥିଲା। ଏହା ପୂର୍ବରୁ ୨୦୧୯ ବିଶ୍ୱକପରେ ଟିମ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡ ଠୁ ହାରିଥିଲା।

Google

ଏଥିପାଇଁ ରୋହିତ କରୁଛନ୍ତି କୋହଲିଙ୍କୁ ଡୋମିନେଣ୍ଟ: ଅନ୍ୟ ପକ୍ଷରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ରେକର୍ଡ ଆଇପିଏଲରେ ଜବରଦସ୍ତ ଅଟେ। ସେ ଆଇପିଏଲରେ ନିଜ ଟିମକୁ ୫ ଥର ଚମ୍ପିୟାନ କରିଛନ୍ତି ଯେବେକି କୋହଲି ଥରେ ମଧ୍ୟ ଟ୍ରଫି ଜିତିପାରିନାହାନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଟିମ ବର୍ଷ ୨୦୧୩, ୨୦୧୫,୨୦୧୭, ୨୦୧୯ ଓ ୨୦୨୦ରେ ଚମ୍ପିୟାନ ହୋଇଥିଲା। ଏହା ସହ ରୋହିତ ଏସିଆ କପ ୨୦୧୮ରେ ଟିମ ଇଣ୍ଡିଆକୁ ନିଜ ଅଧିନାୟକତ୍ୱରେ ଚମ୍ପିୟାନ କରେଇବାରେ ସଫଳ ରହିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *