ରାହାଣେଙ୍କୁ ନେଇ ସେହ୍ଵାଗଙ୍କ ବଡ଼ ବୟାନ! କହିଲେ କେବେ ରାହାଣେଙ୍କୁ ଟିମରୁ ବାହାର କରିବା ଦରକାର

ଟିମ ଇଣ୍ଡିଆର ଉପଅଧିନାୟକ ରାହାଣେଙ୍କ ବ୍ୟାଟ ଯେପରି ସୁଖୀ ଯାଇଛି। ଯାହା ପାଇଁ ବିଦେଶ ମାଟିରେ ରନର ବର୍ଷା କରୁଥିବା ଏହି ବ୍ୟାଟ୍ସମ୍ୟାନ ଟିମରୁ ବାହାର ହୋଇପାରନ୍ତି ବୋଲି ସୋସିଆଲ ମିଡିଆରେ ଜୋର ଧରିଛି। ରାହାଣେ ଇଂଲଣ୍ଡ ଗ୍ରସ୍ତରେ ଯାଇଥିଲେ ଯେଉଁଠି ସେ ପୁରା ଫ୍ଲପ ସାବ୍ୟସ୍ତ ହୋଇଥିଲେ। ପୁରା ଗ୍ରସ୍ତରେ ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଆସିଥିଲା ଓ ଏବେ ତାଙ୍କୁ ଟିମରୁ ବାହାର ନେଇ ଆଲୋଚନା ହେଉଛି। କିନ୍ତୁ ପୂର୍ଵ ଓପନର ବିରେନ୍ଦ୍ର ସେହ୍ଵାଗ ରାହାଣେଙ୍କୁ ଆଉ ଏକ ମୌକା ଦେବା କଥା କହିଛନ୍ତି। ସେହ୍ଵାଗ କହିଛନ୍ତି କେବେ ରାହାଣେଙ୍କୁ ବାହାର କରିବା ଆବଶ୍ୟକ?

Google

ବିରେନ୍ଦ୍ର ସେହ୍ଵାଗ ସୋନି ସ୍ପୋର୍ଟ ଚ୍ୟାନେଲରେ କଥା ହେବା ବେଳେ କହିଛନ୍ତି ରାହାଣେଙ୍କୁ ଆଉ ଏକ ସିରିଜରେ ମୌକା ଦେବା କଥା। ସେହ୍ଵାଗଙ୍କ ଅନୁସାରେ ଅନେକ ଖେଳାଳି ବିଦେଶରେ ଫ୍ଲପ ହୋଇଥାନ୍ତି ଯାହା ରାହାଣେଙ୍କ ସହ ହେଲା ତେଣୁ ତାଙ୍କୁ ନ୍ୟୁଜଲ୍ୟାଣ୍ଡ ସହ ହେବାକୁ ଥିବା ଘରୋଇ ଟେଷ୍ଟ ସିରିଜରେ ମୌକା ଦେବାକୁ ସେ କହିଛନ୍ତି। ଯଦି ସେ ସେଠାରେ ମଧ୍ୟ ଫ୍ଲପ ହେଲେ ତେବେ ତାଙ୍କୁ ଟିମରୁ ବାହାର କରିପାରନ୍ତି ବୋଲି ସେହ୍ଵାଗ କହିଛନ୍ତି।

ସେହ୍ଵାଗ କହିଲେ ରାହାଣେଙ୍କୁ ଦିଅ ଅନ୍ତିମ ମୌକା: ସେହ୍ଵାଗ କହିଛନ୍ତି,”ମତେ ଲାଗୁଛି ବିଦେଶ ସିରିଜ ଖରାପ ଗଲେ ମଧ୍ୟ ଆପଣଙ୍କୁ ଘରୋଇ ସିରିଜରେ ମୌକା ମିଳିବା ଦରକାର। ବିଦେଶ ସିରିଜ କେବେ କେବେ ହୋଇଥାଏ କିନ୍ତୁ ଘରୋଇ ସିରିଜ ଆପଣ ସବୁବେଳେ ଖେଳିଥାନ୍ତି। ଯଦି ଭାରତରେ ମଧ୍ୟ ରାହାଣେ ଖରାପ ପ୍ରଦର୍ଶନ କରିବେ ତେବେ ମୁଁ ମାନୁଛି ତେଣୁ ଟିମରୁ ବାହାର କରିବା ଉପରେ ଭାବିବା ଆବଶ୍ୟକ”।

Google

ସେହ୍ଵାଗ ଆଗକୁ କହିଛନ୍ତି,”ମୁଁ ଅନେକ ମହାନ ଖେଳାଳିଙ୍କୁ ଦେଖିଚି ଯେଉଁମାନେ ଲଗାତର ୮-୯ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ତାଙ୍କ ବ୍ୟାଟରୁ ଗୋଟେ ମଧ୍ୟ ଅର୍ଦ୍ଧଶତକ ଆସିନାହିଁ କିନ୍ତୁ ସେମାନେଙ୍କୁ ମୌକା ମିଳିଲା ତ ସେମାନେ ଗୋଟେ ବର୍ଷରେ ହିଁ ୧୨୦୦-୧୫୦୦ ରନ କରିଦେଲେ”। କହିରଖିବୁ ରାହାଣେ ପୂର୍ଵ ବିଶ୍ୱଟେଷ୍ଟ ଚାମ୍ପିୟାନସିପରେ ଭାରତ ପାଇଁ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ତାଙ୍କ ବ୍ୟାଟରୁ ୧୧୫୯ ରନ ବାହାରିଥିଲା। କିନ୍ତୁ ମେଲବର୍ଣ ଟେଷ୍ଟ ଶତକ ପରଠୁ ତାଙ୍କ ବ୍ୟାଟ ଚୁପ ଅଛି। ଏବେ ତାଙ୍କ ବ୍ୟାଟିଙ୍ଗ ଆଭରେଜ ୧୯.୮୬ ଅଛି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *