କଣ ପାଇଁ ଭାଙ୍ଗିଲା ଶୁଭମନ ଗିଲଙ୍କ ହୃଦୟ? ଘରେ ପଂହଁଚି କଲେ ଏମିତି ଇମୋସନାଲ ପୋଷ୍ଟ

ଭାରତର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏବେ ଭାରତ ଫେରିଆସିଛନ୍ତି। ବିଶ୍ୱଟେଷ୍ଟ ଚାମ୍ପିୟାନସିପ ସମୟରେ ଶୁଭମନ ଗିଲ ଆଘାତ ହୋଇଯାଇଥିଲେ। ସେ ଭାରତ ଫେରିଆସିବା ପରେ ଏପରି ଦୁଇଟି ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯାହା ଦେଖି ଆପଣମଧ୍ୟ ଇମୋସନାଲ ହୋଇଯିବେ। ଭାରତର ଟେଷ୍ଟର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଆଘାତ କାରଣରୁ ଇଂଲଣ୍ଡ ସିରିଜରୁ ବାହାର ହୋଇଯାଇଛନ୍ତି।

Google

ଏବେ ସେ ଇଂଲଣ୍ଡରୁ ନିଜ ଘର ଚଣ୍ଡୀଗଡ଼ ପହଁଚିଯାଇଛନ୍ତି।ତାଙ୍କ ଆଘାତ ଗମ୍ଭୀର କାରଣରୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଇଣ୍ଡିଆ ଟିମରୁ ବାହାର ହୋଇଯାଇଛନ୍ତି। ସେ ଘରକୁ ଆସିବା କ୍ଷଣି ଦୁଇଟି ପୋଷ୍ଟ କରିଛନ୍ତି ଯେଉଁଠି ଗୋଟିଏ ପୋଷ୍ଟରେ ଏୟାରପୋଟ ଦେଖାଯାଉଛି ଯେଉଁଥିରେ ସେ ଦୁଃଖ ଇମୋଜି ସେୟାର କରିଛନ୍ତି ଅନ୍ୟ ପଟେ ଆଉ ଏକ ଫଟୋରେ ଏକ କେକ ଦେଖାଯାଉଛି ଯେଉଁ କେକରେ ୱେଲ କମ ହୋମ ଲେଖାଯାଇଛି।

Google

ବିଶ୍ୱଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଖେଳିବା ସମୟରେ ସେ ଗୋଟେ ପାରିରେ ୨୮ ଓ ଆଉ ଏକ ପାରିରେ ୮ ରନ କରିଥିଲେ ଯେଉଁ ସମୟରେକି ତାଙ୍କ ଗୋଡରେ ଆଘାତ ଲାଗିଥିଲା। ସେଥିପାଇଁ ସେ ଇଂଲଣ୍ଡ ଗ୍ରସ୍ତରେ ହେବାକୁ ଥିବା ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ତାଙ୍କ ଆଘାତ ବିଷୟରେ ବିସିସିଆଇ ସୂତ୍ରରୁ ଜଣାପଡିଥିଲେ ମଧ୍ୟ ବୋର୍ଡ ତରଫରୁ ଏହା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଆସିନାହିଁ।

Google

ତାଙ୍କ ଆଘାତ ଖବର ୩୦ ଜୁନକୁ ସାମ୍ନାକୁ ଆସିଥିଲା ସେବେ ବୋର୍ଡ କେବଳ କହିଥିଲା ସେ କେବଳ ପ୍ରଥମ ଟେଷ୍ଟରେ ଉପଲବ୍ଧ ରହିବେ ନାହିଁ। ଏବେ ସେ ସ୍ବଦେଶ ଫେରିଆସିବା ପରେ ଏହା ନିଶ୍ଚିନ୍ତ ହୋଇଯାଇଛିକି ସେ ପୁରା ଟେଷ୍ଟ ସିରିଜରେ ଉପଲବ୍ଧ ହେବେନାହିଁ। ଭାରତ ପାଖରେ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ପରି ଖେଳାଳି ଅଛନ୍ତି ଯିଏକି ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ କରିପାରନ୍ତି। ଷ୍ଟାଣ୍ଡବାଇ ରୂପରେ ଭାରତ ପାଖରେ ବଙ୍ଗାଲର ଅଭିମନ୍ୟୁ ଈଶ୍ୱରମ ମଧ୍ୟ ଅଛନ୍ତି କିନ୍ତୁ ସେ ଏବେ ଆଇସୋଲେସନରେ ଅଛନ୍ତି। ଆପଣଙ୍କୁ କହିରଖିବୁ ଭାରତ ପାଇଁ ଶୁଭମନ ଗିଲ ବର୍ଷ ୨୦୧୯ରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ଅଷ୍ଟ୍ରେଲିଆ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ କିନ୍ତୁ ଇଂଲଣ୍ଡ ସହ ହୋଇଥିବା ଘରୋଇ ସିରିଜରେ ସେ ଖାସ ପ୍ରଦର୍ଶନ କରିପାରିନଥିଲେ । ସେ ମେଲବର୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେଭ୍ୟୁ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *