IND VS ENG: ଏବେ ଅଛି ୩ୟ ଟେଷ୍ଟ ଜିତିବାର ମୌକା! କେବଳ ଏତିକି ରନ କଲେ ବଢିବ ଭାରତର ବିଜୟ ଚାନ୍ସ, ଦେଖନ୍ତୁ ରିପୋର୍ଟ

ଭାରତୀୟ ଟିମ ଏହି ବର୍ଷର ଇଂଲଣ୍ଡ ଦୌଡ଼ରେ ବହୁତ ଉତ୍ତମ ପ୍ରଦର୍ଶନ କରୁଛି। ପ୍ରଥମ ଟେଷ୍ଟ ବର୍ଷା ଚାଲୁଥିବାରୁ ଡ୍ର ରହିଲା ମାତ୍ର ଭାରତ ଏଥିରେ ବହୁତ ଅଧିକ ମଜବୁତ ସ୍ଥିତିରେ ଥିଲା। ଏହାପରର ଟେଷ୍ଟ ମ୍ୟାଚ ବହୁତ ଉନ୍ନତ ଭାବରେ ଭାରତ ଜିତିଗଲା। ଏହା ସହିତ ଭାରତ ଦ୍ୱିତୀୟ ଟେଷ୍ଟରେ ୧-୦ ରେ ଆଗରେ ଥିଲା। ମାତ୍ର ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଜବରଦସ୍ତ ଫେରିଛି। ଭାରତୀୟ ଟିମକୁ ମାତ୍ର ୭୮ ରନରେ ହିଁ ଅଲଆଉଟ କରିଦେଇଛି ଇଂଲଣ୍ଡ ଦଳ। ଏହା ସହିତ ଭାରତ ବିପକ୍ଷରେ ପ୍ରଥମ ପାରିରେ ବହୁତ ଉତ୍ତମ ଆରମ୍ଭ କରିଛି। ମାତ୍ର ବିରାଟ କୋହଲିଙ୍କ କ୍ୟାପଟେନସିରେ ଭାରତ ଏପରି ଅନେକ ପରିସ୍ଥିତିରୁ ଫେରି ମ୍ୟାଚ ଜିତି ସାରିଛି।

Google

ଏହାପରେ ଭାରତୀୟ ଟିମର ସବୁଠୁ ପ୍ରଥମ ଟାର୍ଗେଟ ଇଂଲଣ୍ଡ ଟିମକୁ ବଡ ଲୀଡ଼ ନେବାରୁ ଅଟକାଇବା। ଏହାପରେ ଟିମ ଯଦି ଭଲ ବ୍ୟାଟିଂ କରି ତାଙ୍କ ଲୀଡ଼କୁ ପାର କରିପାରେ ତାହେଲେ ହୁଏତ ଜିତିବାର ସମ୍ଭାବନା ଅଛି। ଚତୁର୍ଥ ପାରିରେ ୧୭୦ ରନର ଟାର୍ଗେଟ କେବେ ସହଜ ହେଇନଥାଏ। ଲର୍ଡ୍ସ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ମାତ୍ର ୧୨୦ ରନରେ ହି ଅଲ ଆଉଟ ହେଇଯାଇଥିଲେ। ବିରାଟ କୋହଲି ନିଜେ ତାଙ୍କ କ୍ୟାପଟେନସିରେ ଚତୁର୍ଥ ପାରିରେ ୧୦ ଥର ବିପକ୍ଷୀ ଟିମକୁ କେବେ ୧୭୦ ରନ ପାରି କରିବାକୁ ଦେଇନାହାନ୍ତି।

ବିରାଟ କୋହଲିଙ୍କ କ୍ୟାପଟେନସିରେ ଇଂଲଣ୍ଡ ଟିମକୁ ଚାରି ଥର ଚତୁର୍ଥ ପାରିରେ ୧୭୦ ରନ ଭିତରେ ହିଁ ଅଟକାଇ ଦିଆଯାଇଛି। ଏହି ବର୍ଷ ଚେନ୍ନାଇରେ ହିଁ ଖେଳା ଯାଇଥିବା ଏକ ମୁକାବିଲାରେ ଇଂଲଣ୍ଡ ଟିମକୁ ୪୮୨ ରନର ଟାର୍ଗେଟ ମିଳିଥିଲା ଆଉ ଟିମ ମାତ୍ର ୧୬୪ ରନ କରି ହିଁ ଆଉଟ ହେଇ ଯାଇଥିଲା। ୨୦୧୬ ରେ ସେଭଳି ହିଁ ଟିମ ମାତ୍ର ୧୫୮ ରନରେ ହିଁ ଅଲଆଉଟ ହେଇ ଯାଇଥିଲା ଆଉ ପୂର୍ବ ଥର ଲର୍ଡ୍ସ ଉପରେ ବି ସେହିଭଳି ହିଁ ଦୃଶ୍ୟମାନ ହୋଇଥିଲା ବୋଲି ଜଣା ଯାଇଛି।

Google

ଏହି ରେକର୍ଡ ଦ୍ୱାରା ଜିତିବା ମୁସ୍କିଲ: ଆଉ ଏକ ରେକର୍ଡ ଅଛି ଯାହା କି ଡରେଇବା ଭଳି ଲାଗେ। ଏହି ରେକର୍ଡ ମୁତାବିକ ଭାରତ ଯେତେବେଳେ ବି ୧୪୦ ଅଥବା ତାହାଠାରୁ କମ ରନ କରି ଆଉଟ ହେଇଛି ଟିମ ପାଇଁ ଜିତିବା ମୁସ୍କିଲ ହେଇଛି। ଏହା ଆଗରୁ ଭାରତ ଅଷ୍ଟ୍ରେଲିଆରେ ୩୬ ରନ କରି ଅଲ ଆଉଟ ହେଇ ଯାଇଥିଲେ ଯାହା କି ଭାରତ ଟେଷ୍ଟ ଇତିହାସରେ ନ୍ୟୁନତ୍ତମ ସ୍କୋର ଅଟେ। ଆଉ ଏହାପରେ ଭାରତ ଏବେ ଏହିଠାରେ ୭୮ ରନରେ ଅଲ ଆଉଟ ହେଇଯାଇଛି। ଏବେ ଭାରତକୁ ମ୍ୟାଚ ଜିତିବା ପାଇଁ ଚମତ୍କାର କରିବାକୁ ହେବ।

ତେବେ ଆଉ ଏକ ରେକର୍ଡ ଅଛି କି ଚତୁର୍ଥ ପାରିରେ କେହି ବି ଟିମ ୧୮୦ ବା ତାହାଠାରୁ ଅଧିକ ରନ ଚେଜ କରି ଜିତିବାର ଅସୁବିଧା ହେଇଛି। ଏଠାରେ ୭୯ ଟେଷ୍ଟ ମ୍ୟାଚ ମାନଙ୍କରୁ ମାତ୍ର ୭ଟି ଟେଷ୍ଟରେ ଚତୁର୍ଥ ପାରୋଇରେ ୧୮୦ ଅଥବା ତାହାଠାରୁ ଅଧିକ ରନ ଚେଜ ହେଇଛି। ୪ଥର ଏହି କାରନାମା ଇଂଲଣ୍ଡ କରିଛି। ଏଠାରେ ସବୁଠୁ ବଡ଼ ୪୦୫ ରନର ଚେଜ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ୧୯୪୮ରେ ହେଡିଙ୍ଗଲିରେ କରିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *