IPL ୨୦୨୧ ରୁ ବାଦ ପଡିଲେ କ୍ରିସ୍ ଓକ୍ସ, ଦିଲ୍ଲୀ ପାଇଁ ୧୦୦ ୱିକେଟ ନେଇଥିବା ବୋଲରଙ୍କୁ ଦଳରେ ହେଲେ ସାମିଲ

ଆଇପିଏଲ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ଼ ଝଟକା। ନିଜ କାରଣ ପାଇଁ କ୍ରିସ୍ ଓକ୍ସ ଓହରିଗଲେ ଆଇପିଏଲରୁ। ଦଳ ସୋମବାର ଦିନ ଅଧିକାରୀକ ରିପୋର୍ଟ ଦେଇ ଏହାକୁ ସ୍ପଷ୍ଟ କରିଛି। ଦିଲ୍ଲୀ କ୍ୟାପିଟାଲସ ଓକ୍ସଙ୍କ ରିପ୍ଲେସମେଣ୍ଟ ସ୍ୱରୂପ ଅଷ୍ଟ୍ରେଲିଆର ପ୍ରେସ ବୋଲର ବେନ ଡୋରିସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଛି।

Google

ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ଓକ୍ସ ଦିଲ୍ଲୀ ପକ୍ଷରୁ ୫ଟି ୱିକେଟ ଅକ୍ତିଆର କରିଥିଲେ ଏବଂ ୩ଟି ମ୍ୟାଚ ଖେଳିଥିଲେ। ତାଙ୍କ ବଦଳରେ ସାମିଲ ହୋଇଥିବା ବେନଙ୍କୁ ଏବେ ଅଷ୍ଟ୍ରେଲିଆ ଦଳରେ ଖେଳିବାର ମୌକା ମିଳିନାହିଁ। ହେଲେ ସେ ବିଗବାସ ଲିଗରେ ସୁନ୍ଦର ବୋଲିଂ କରିଥିଲେ। ସେ ୬୯ ଟି ମ୍ୟାଚରେ ୮୫ଟି ୱିକେଟ ନିଜ ନାମରେ ନାମିତ କରାଇଥିଲେ। ସେ ସିଡ୍ନୀ ସିକ୍ସର ପକ୍ଷରୁ ଖେଳନ୍ତି। ଟି-୨୦ରେ ସେ ୮୨ ଟି ମ୍ୟାଚ ଖେଳି ୧୦୦ ୱିକେଟ ଅକ୍ତିଆର କରିଛନ୍ତି।

ବେନ ଜଲଦି ହିଁ ଦିଲ୍ଲୀ କ୍ୟାପିଟାଲସ କ୍ୟାମ୍ପ ସହ ବାୟୋ ବବଲରେ ଯୋଡି ହେବେ। ହେଲେ ସେ ଆରମ୍ଭ ମ୍ୟାଚ ଖେଳିବାର ବିଫଳ ରହିବେ। କାରଣ ସେ ୟୁଏଇ ପଂହଁଚିବା ପରେ ୬ ଦିନ କ୍ବାରେଣ୍ଟିନ ରହିବେ। ଦିଲ୍ଲୀ କ୍ୟାପିଟାଲସ ଆଇପିଏଲର ପଏଣ୍ଟ ଟେବୁଲରେ ୮ଟି ୬ଟି ମ୍ୟାଚ ଜିତି ନମ୍ବର ୧ ରେ ଅଛି। ୨୨ ସେପ୍ଟେମ୍ବରରୁ ଦ୍ୱିତୀୟ ଭାଗ ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହା ପରେ ୨୫ ସେପ୍ଟେମ୍ବରରେ ରାଜସ୍ଥାନ ବିପକ୍ଷରେ ଏବଂ କୋଲକତା ବିପକ୍ଷରେ ୨୮ ସେପ୍ଟେମ୍ବରରେ ଖେଳିବ।

ଆଇପିଏଲ ଦ୍ୱିତୀୟ ଭାଗ ଆରମ୍ଭ ହେବା ପୂର୍ବରୁ ଏବେ ପାଖାପାଖି ୧୫ ଜଣ ଖେଳାଳୀ ଲିଗରୁ ହଟି ସାରିଲେଣି। ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକସ୍ , ଜନି ବେୟାରଷ୍ଟ୍ର, କ୍ରିସ୍ ଓକ୍ସ, ଡାଭିଡ ମଲାନ, ଜୋସ ବଟଲର ସାମିଲ ଅଛନ୍ତି । ଏହା ଛଡା ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଝାଇ ରିଚାର୍ଡସନ, ରାଇଲି ମେରିଡ଼ଥ, ଆଡ଼ମ ଜାମ୍ପା, ଡାନିଏଲ ସାମସ୍, କେନ ରିଚାର୍ଡସନ ସାମିଲ।

ମାଂଚେଷ୍ଟରର ଟେଷ୍ଟ ନ ଖେଳା ହେବାରୁ ଏହି ସବୁ ଖବର ଆସୁଛି। ଇଂଲଣ୍ଡର ୫ ଖେଳାଳୀ ଆଇପିଏଲ ୨୦୨୧ ରୁ ହଟି ସାରିଛନ୍ତି। ଏବେ କେତେକ ହଟିଗଲେଣି ଏବଂ ପ୍ଲେଅଫ ଭିତରେ ଆଉ କିଛି ହଟି ବି ପାରନ୍ତି। କାରଣ ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡକୁ ପାକିସ୍ତାନରେ ୧୪ ଏବଂ ୧୫ ଅକ୍ଟୋବରକୁ ଟି-୨୦ ମୁକାବିଲା ଖେଳାଯିବାର ଅଛି। ଇସିବି ସବୁ ଖେଳାଳିଙ୍କୁ ଏହି ମ୍ୟାଚ ବେଳେ ଉପଲବ୍ଧ ରହିବାକୁ କହିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *