ନୂଆ ବର୍ଷରେ ଶ୍ରୀଶାନ୍ତଙ୍କୁ ମିଳିଲା ଖୁସି ଖବର, କଣ ମିଳିଲା IPLକଣ୍ଟ୍ରାକ୍ଟ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

୩୭ ବର୍ଷୀୟ ଶ୍ରୀଶାନ୍ତ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ଟିମର ଦ୍ରୁତ ଵୋଲିଙ୍ଗ ସମ୍ଭାଳିବେ।

Google

ଭାରତୀୟ ପୂର୍ବ ଦ୍ରୁତ ବୋଲର ଶ୍ରୀଶାନ୍ତଙ୍କୁ ୧୦ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ସୈହଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ଟିମରେ ଅନ୍ତର୍ଭୁକ୍ତ କରାଯାଇଛି। ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧକ ପରେ ଆଃ ଶ୍ରୀଶାନ୍ତଙ୍କ ପ୍ରଥମ ଟୁର୍ଣ୍ଣାହେବ। ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଆଇପିଏଲରେ ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗରେ ଶ୍ରୀଶାନ୍ତଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ଶ୍ରୀଶାନ୍ତ ଆଇପିଏଲ ୨୦୨୧ରେ ଖେଳୁଥିବା ଦେଖାଯାଇପାରନ୍ତି। ଏହି କଥା ସେ ନିଜେ କହିଛନ୍ତି। ଶ୍ରୀଶାନ୍ତ କହିଥିଲେ କି କିଛି ଆଇପିଏଲ ଟିମ ତାଙ୍କ ସହ କଥା ହୋଇଥିଲେ। ସେ ମତେ ଫିଟ ରହିବା ପାଇଁ ଓ ସିଲେକ୍ସନ ପାଇଁ ଉପଲବ୍ଧ ରହିବା ପାଇଁ କହିଛନ୍ତି। ସେ ଶେଷଥର ପାଇଁ ଆଇପିଏଲ ୨୦୧୩ରେ ରାଜସ୍ଥାନ ରାୟାଲ୍ସ ପଟରୁ ଖେଳିଥିଲେ।

ଶ୍ରୀଶାନ୍ତ ଆରମ୍ଭ କରିଛନ୍ତି ଅଭ୍ୟାସ:

୩୭ ବର୍ଷୀୟ ଶ୍ରୀଶାନ୍ତ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ଟିମର ଦ୍ରୁତ ଵୋଲିଙ୍ଗ ସମ୍ଭାଳିବେ। ଏହି ମାସରୁ ଆରମ୍ଭ ହେବାକୁ ଥିବା ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ଅଭ୍ୟାସ ମ୍ୟାଚରେ ଅଂଶଗ୍ରହଣ କରିଛନ୍ତି। ସେ ପୂର୍ବପରି ଆକ୍ରମକତା ଦେଖାଯାଉଛନ୍ତି।

Google
ଦୁଇଥର ବିଶ୍ୱକପ ବିଜୟ ଟିମର ଅଂଶ ରହିଛନ୍ତି:

ଶ୍ରୀଶାନ୍ତ ଇଣ୍ଟରନେସନାଲ କ୍ରିକେଟରୁ ବ୍ୟାନ ହେବା ପୂର୍ବରୁ ୨୭ ଟେଷ୍ଟ ମ୍ୟାଚରେ ୮୭ ୱିକେଟ ନେଇଥିଲେ। ସେ ୨୦୧୧ ବିଶ୍ୱକପ ଟିମରେ ଥିଲେ ଓ ସେ ଏକଦିବସିୟ କ୍ରିକେଟରେ ୫୩ ମ୍ୟାଚରେ ୭୫ ୱିକେଟ ନେଇଛନ୍ତି। ଏହା ସହ ସେ ୨୦୦୭ରେ ଟି-୨୦ ବିଶ୍ୱକପ ବିଜୟ ଟିମର ମଧ୍ୟ ଅଂଶ ଥିଲେ।

କେରଳ ଟିମ-ସଞ୍ଜୁ ସାମସନ (ଅଧିନାୟକ), ସଚିନ ବେବି(ଉପଅଧିନାୟକ), ଜଲଜ ସକ୍ସେନା,ରବିନ ଉଥାପା,ବିଷ୍ଣୁ ବିନୋଦ,ସଲମାନ ନିଜାର, ବାସୀଲ ଥମ୍ପି, ଏସ ଶ୍ରୀଶାନ୍ତ,ଏମଡ଼ି ନିଧେସ,ଆସିକ କେଏସ, ଅକ୍ଷୟ ଚନ୍ଦନ, ମିଥୁନ ପିକେ,ଅଭିଷେଖ ମୋହନ,ବିନୁପ ଏସ ମନୋହରଣ, ମହମ୍ମଦ ଅଜହରଦିନ ଏସ, ରୋହନ ଏସ କତ୍ରୁମଲ, ମିଥୁନ ଏସ,ବସ୍ଚଲ ଗୋବିନ୍ଦ ଶର୍ମା, ରୋଜିଥ କେଜି, ଶ୍ରୀରୂପ ଏମସି।ଏହା ଅଟେ ପ୍ଲେୟର ଲିଷ୍ଟ, ଦେଖନ୍ତୁ ଏବଂ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *