ଭାରତୀୟ ବୋଲର ଏସ ଶ୍ରୀଶାନ୍ତ ସାତ ବର୍ଷ ପରେ କ୍ରିକେଟ ପଡିଆକୁ ଓଲ୍ହାଇଛନ୍ତି। ସେ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ପଟୁ ଖେଳୁଥିବାର ନଜର ଆସିଲେ। କେରଳ ଆଡୁ ଦ୍ରୁତ ବୋଲର ଶ୍ରୀଶାନ୍ତ ୪ ଓଭରରେ ୨୯ ରନ ଦେଇ ଏକ ୱିକେଟ ଅକ୍ତିଆର କରିଥିଲେ। ସେ ପୁଡୁଚେରୀର ବ୍ୟାଟ୍ସମ୍ୟାନ ଫାବିଦ ଅହମ୍ମଦଙ୍କୁ ଆଉଟସ୍ୱିଙ୍ଗ କରି ବୋଲଡ଼ କରିଥିଲେ। ୱିକେଟ ନେବାପରେ ସେ ଭାବୁକ ହୋଇଗଲେ। ମ୍ୟାଚ ଫିକ୍ସିଂ ପାଇଁ ୭ ବର୍ଷ ନିଲମ୍ବିତ ପରେ ଏହା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଅଟେ। ବିସିସିଆଇ ଆଇପିଏଲରେ ସ୍ପର୍ଟ ଫିକ୍ସିଂ ମାମଲାରେ ତାଙ୍କ ଉପରେ ପ୍ରତିବନ୍ଧ ଲଗାଇଥିଲେ।

ପିଚକୁ ହାତ ଯୋଡି କଲେ ପ୍ରଣାମ:
୩୭ ବର୍ଷୀୟ ଦ୍ରୁତ ବୋଲର ଶ୍ରୀଶାନ୍ତ ଏହି ମ୍ୟାଚରେ ଆକ୍ରମାକ ନଜର ଆସିଲେ। ସେ ତାଙ୍କ ଦ୍ଵିତୀୟ ଓଭରରେ ୱିକେଟ ନେଲେ। ସ୍ପେଲ ଶେଷ ପରେ ସେ ପିଚକୁ ପ୍ରଣାମ ମଧ୍ୟ କଲେ। ମ୍ୟାଚ ଶେଷପରେ ସେ ତାଙ୍କ ପ୍ରଶଂସକଙ୍କୁ ଟ୍ୱିଟରରେ ଧନ୍ୟବାଦ ଦେଇଥିଲେ। ୨୦୦୭ ଓ ୨୦୧୧ ବିଶ୍ୱକପ ଜିତିଥିବା ଦଳର ସଦସ୍ୟ ଶ୍ରୀଶାନ୍ତ କହିଲେ ଏହା ତ ଆରମ୍ଭ। ଶ୍ରୀଶାନ୍ତ ଇଣ୍ଟରନ୍ୟାସନାଲ କ୍ରିକେଟ ପୂର୍ବରୁ ୨୭ ଟି ଟେଷ୍ଟ ମ୍ୟାଚରେ ୮୭ ଓ ୫୩ ୱାଣ୍ଡେ ମ୍ୟାଚରେ ୭୫ ୱିକେଟ ନେଇଥିଲେ।
କେରଳ ପୁଡୁଚେରୀକୁ ୬ ୱିକେଟରେ ହରେଇଲେ:
ମ୍ୟାଚର ପ୍ରଥମ ପାଳିରେ ପୁଡୁଚେରୀ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ବିନିମୟରେ ୧୩୮ ରନ କଲେ।କେରଳ ତରଫରୁ ଜଳଜ ସକ୍ସେନା ୪ ଓଭରରେ ୧୩ ରନ ଦେଇ ୩ ୱିକେଟ ନେଇଥିଲେ। କେରଳ ତରଫରୁ ରବିନ ଉଥାପା ୨୧ ଓ ଅଧିନାୟକ ସଂଜୁ ସାମଶନ ୩୨ ରନ କଲେ। କେରଳ ଏହି ମ୍ୟାଚକୁ ୧୮.୨ ଓଭରରେ ୪ ୱିକେଟ ହରାଇ ଜିତିଗଲା।

କେରଳ ଟିମ:-ସଂଜୁ ସାମସନ(ଅଧିନାୟକ),ସଚିନ ବେବି(ଉପ ଅଧିନାୟକ),ଜଳଜ ସକ୍ସେନା,ରବିନ ଉଥାପା,ବିଷ୍ଣୁ ବିନୋଦ,ଏସ ଶ୍ରୀଶାନ୍ତ,ସଲମାନ ନିଜାର,ବାସୀଲ ଥମ୍ପି,ନିଧିସ ଏମଦି,ଆସିଫ କେଏମ୍,ଅକ୍ଷୟ ଚନ୍ଦ୍ରନ,ମିଥୁନ ପିକେ,ଅଭିଷେକ ମୋହନ ଏସ ଏଲ,ବିନୁପ ଏସ ମନୋହରଣ,ମହମ୍ମଦ ଆଜାରୁଧୀନ ଏମ୍,ରୋହନ ଏସ କୁଂନୁମଲ,ମିଥୁନ ଏସ,ବଶ୍ଚଳ ଗୋବିନ୍ଦ ଶର୍ମା,ରୋଜିଥ କେଜି,ଶ୍ରୀରୁପ ଏମପି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।