ପଡ଼ିଆକୁ ଫେରିଲେ ପୁରୁଣା ଶ୍ରୀଶାନ୍ତ, ଅଭ୍ୟାସ ମ୍ୟାଚରେ ତାଙ୍କ ରୂପ ଦେଖି ସବୁ ଆଶ୍ଚର୍ଯ୍ୟ । ଦେଖନ୍ତୁ ଭିଡ଼ିଓ ।

ପାଖାପାଖି ୮ ବର୍ଷ ପରେ ଶ୍ରୀଶାନ୍ତ ପ୍ରତିଦ୍ୱନ୍ଦି କ୍ରିକେଟକୁ ଫେରିଛନ୍ତି। ଦ୍ରୁତ ବୋଲର ଶ୍ରୀଶାନ୍ତ ଘରୋଇ ସିରିଜ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ କେରଳ ଟିମରେ ବଛାଯାଇଛନ୍ତି।ସେ ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ତରଫରୁ ବୋଲିଙ୍ଗ ସାମ୍ଭାଳିବେ। ଘରୋଇ ମ୍ୟାଚ ଆରମ୍ଭ ପୂର୍ବରୁ ଶ୍ରୀଶାନ୍ତ ଅଭ୍ୟାସ ମ୍ୟାଚରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ଏକ ଘରୋଇ ମ୍ୟାଚରେ ଶ୍ରୀଶାନ୍ତ ପୁରୁଣା ଆକ୍ରମକ ରୂପରେ ଦେଖାଯାଇଛନ୍ତି।

Google

ପଡ଼ିଆରେ ସବୁଠୁ ଆକ୍ରମକ ଶ୍ରୀଶାନ୍ତ ଅଭ୍ୟାସ ମ୍ୟାଚ ସମୟରେ ବ୍ୟାଟ୍ସମ୍ୟାନ ମାନଙ୍କୁ ଚାହିଁବା ଓ ସ୍ଲେଜିଙ୍ଗ କରୁଥିବା ଦେଖାଯାଇଛି। ତାଙ୍କର ଏହି ସ୍ଲେଜିଙ୍ଗ ଓ ଆକ୍ରମକ ରୂପର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ୩୭ ବର୍ଷୀୟ କ୍ରିକେଟର ବଦଳିନାହାଁନ୍ତି। ସେ ପୁରା ଗତି ଓ ଆକ୍ରମକତାରେ ବୋଲିଙ୍ଗ କରିଛନ୍ତି। ୨୦୧୯ରେ ଶ୍ରୀଶାନ୍ତଙ୍କ ୭ ବର୍ଷର ବ୍ୟାନ କମ କରାଯାଇଛି। ଯାହା ପରେ ସେ ଡୋମାଷ୍ଟିକ ଓ ଇଣ୍ଟରନେସନାଲ କ୍ରିକେଟ ଖେଳିବାର ପାତ୍ର ହୋଇଗଲେ।

ଶ୍ରୀଶାନ୍ତ ଅଳ୍ପ ଦିନ ତଳେ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭିଉରେ କହିଥିଲେ ଆଶା ଅଛି ୨୦୨୩ର ବିଶ୍ୱକପ ଖେଳିବେ। ସେ ଏହା ମଧ୍ୟ କହିଛନ୍ତି ଆଇପିଏଲ ଟିମ ମଧ୍ୟ ତାଙ୍କୁ ନେଇ ସକରାତ୍ମକ ଦେଖାଯାଉଛନ୍ତି। ଶ୍ରୀଶାନ୍ତ କହିଛନ୍ତି ,”ଟିନୁ ଓ ସଞ୍ଜୁ ସୈମସନ ଦୁହେଁ କହିଛନ୍ତି ସେ ମତେ ଟ୍ରଫି ଗିପ୍ଟ କରିବାକୁ ଚାହୁଁଛନ୍ତି। କାରଣ ମୁଁ ଫେରିଛି।କିନ୍ତୁ ମୁଁ କେବଳ ମୁସ୍ତାକ ଅଲ୍ଲୀ ଟ୍ରଫି ନୁହେଁ ମୁଁ ଇରାନି ଓ ରଣଜୀ ଟ୍ରଫି ମଧ୍ୟ ଜିତିବା ପାଇଁ ଚାହୁଁଛି। ଯ ଦି ମୁଁ ଭଲ କରିବି ମତେ ଆଉ ମୌକା ମିଳିବ। ମତେ ଆଇପିଏଲ ତରଫରୁ ମଧ୍ୟ ସୂଚନା ମିଳୁଛି ମୁଁ କହିବା ପାଇଁ ଚାହିଁବି ମୁଁ ପୁରା ଫିଟ ଅଛି ଓ ଭଲ ଵୋଲିଙ୍ଗ କରୁଛି”।

ସେ ଆଗକୁ କହିଛନ୍ତି,” ମୁଁ କେବଳ ଏହି ବର୍ଷକୁ ନୁହେଁ ଆଗାମୀ ତିନି ବର୍ଷକୁ ଦେଖୁଛି। ମୋର ଲକ୍ଷ ଆଗକୁ ୨୦୨୩ରେ ହେବାକୁ ଥିବା ବିଶ୍ୱକପ ଟିମରେ ସାମିଲ ହେବା ଓ ଟ୍ରଫି ଜିତିବା”।

୩୭ ବର୍ଷ ବୟସ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିବା ବହୁତ କଷ୍ଟ କିନ୍ତୁ ଶ୍ରୀଶାନ୍ତ ୮ଟି ସିଜନ ପରେ ଆଇପିଏଲରେ ଖେଳିପାରନ୍ତି। ସେ ଶେଷଥର ଆଇପିଏଲ ୨୦୧୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ। ଶ୍ରୀଶାନ୍ତ ଇଣ୍ଟରନେସନାଲ କ୍ରିକେଟରୁ ବ୍ୟାନ ହେବା ପୂର୍ବରୁ ୨୭ ଟେଷ୍ଟ ମ୍ୟାଚରେ ୮୭ ୱିକେଟ ନେଇଥିଲେ। ସେ ୨୦୧୧ ବିଶ୍ୱକପ ଟିମରେ ଥିଲେ ଓ ସେ ଏକଦିବସିୟ କ୍ରିକେଟରେ ୫୩ ମ୍ୟାଚରେ ୭୫ ୱିକେଟ ନେଇଛନ୍ତି। ଏହା ସହ ସେ ୨୦୦୭ରେ ଟି-୨୦ ବିଶ୍ୱକପ ବିଜୟ ଟିମର ମଧ୍ୟ ଅଂଶ ଥିଲେ।

WATCH: Vintage S Sreesanth sledges a batsman in Syed Mushtaq Ali T20  practice game
Google

କେରଳ ଟିମ-ସଞ୍ଜୁ ସାମସନ (ଅଧିନାୟକ), ସଚିନ ବେବି(ଉପଅଧିନାୟକ), ଜଲଜ ସକ୍ସେନା,ରବିନ ଉଥାପା,ବିଷ୍ଣୁ ବିନୋଦ,ସଲମାନ ନିଜାର, ବାସୀଲ ଥମ୍ପି, ଏସ ଶ୍ରୀଶାନ୍ତ,ଏମଡ଼ି ନିଧେସ,ଆସିକ କେଏସ, ଅକ୍ଷୟ ଚନ୍ଦନ, ମିଥୁନ ପିକେ,ଅଭିଷେଖ ମୋହନ,ବିନୁପ ଏସ ମନୋହରଣ, ମହମ୍ମଦ ଅଜହରଦିନ ଏସ, ରୋହନ ଏସ କତ୍ରୁମଲ, ମିଥୁନ ଏସ,ବସ୍ଚଲ ଗୋବିନ୍ଦ ଶର୍ମା, ରୋଜିଥ କେଜି, ଶ୍ରୀରୂପ ଏମସି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *