ଏସ ଶ୍ରୀଶାନ୍ତଙ୍କ ଉପରେ ବର୍ଷ ୨୦୧୩ରେ ଆଇପିଏଲରେ ଫିକ୍ସିଙ୍ଗ କରିବା ଅଭିଯୋଗରେ ପ୍ରଥମେ ଜୀବନସାରା ନଖେଳିବର ବ୍ୟାନ ଲଗାଯାଇଥିଲା,ପରେ ବ୍ୟାନକୁ ୭ ବର୍ଷ ପାଇଁ କରିଦିଆଗଲା। ଏହି ବର୍ଷ ସେପ୍ଟେମ୍ବରରେ ତାଙ୍କ ବ୍ୟାନ ଶେଷ ହୋଇଯାଇଛି ଓ ସେ ପୁନଃ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ଶ୍ରୀଶାନ୍ତ ୭ ବର୍ଷ ପରେ ପଡ଼ିଆରେ ବୋଲିଙ୍ଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ସେ କେରଳ ଟି-୨୦ ଲିଗରେ ନିଜର ବୋଲିଙ୍ଗର ଜଲବା ଦେଖାଇବାରେ ନଜର ଆସିବେ।

କେରଳ ଟି-୨୦ ଲିଗର ଆୟୋଜନ ଭାରତୀୟ ଘରୋଇ ସିଜନର ଆରମ୍ଭ ପୂର୍ବରୁ ହେବ ଓ ସବୁ ସୁରକ୍ଷାକୁ ଧ୍ୟାନ ରଖି ଏହାକୁ ଆୟୋଜନ କରାଯିବ । ଏହି ଲିଗ ଜରିଆରେ ପୁନଃ ଖେଳିବାକୁ ଯାଉଥିବା ଶ୍ରୀଶାନ୍ତ ନିଜ ରାଜ୍ୟର ଦେଶର ପ୍ରତିନିଧିତ୍ୱ ଆଗକୁ କରିପାରନ୍ତି। ଏକ ଖେଳ ୱେବସାଇଟ ମୁତାବକ ଶ୍ରୀଶାନ୍ତ କେରଳ ପ୍ରେସିଡେଣ୍ଟ ଟି-୨୦ ଲିଗରେ ଖେଳୁଥିବା ଦେଖାଯିବେ। କେରଳ କ୍ରିକେଟ ଏସୋସିଏସନର ଅଧ୍ୟକ୍ଷ କେ .ବର୍ଗୀ ଏହି କଥାର ସୂଚନା ଦେଇଛନ୍ତିକି ଏସ ଶ୍ରୀଶାନ୍ତ ଏହି ଟି-୨୦ ଲିଗରେ ଓ ଏହାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିବେ।
ଏହି ଟି-୨୦ ଲିଗକୁ ନେଇ ବର୍ଗୀ କହିଛନ୍ତି କି ଆମେ ଡିସେମ୍ବର ପ୍ରଥମ ସପ୍ତାହରୁ ଏହାକୁ ଆରମ୍ଭ କରିବାକୁ ଆୟୋଜନ ପାଇଁ ବିଚାର କରୁଛୁ କିନ୍ତୁ ଏଥିପାଇଁ କେରଳର ରାଜ୍ୟ ସରକାରଙ୍କ ଅନୁମତି ପ୍ରଥମେ ଆବଶ୍ୟକ। ଖେଳାଳୀ ମାନଙ୍କୁ ବାୟୋ ବବୁଲରେ ରଖାଯିବ ଯାହା ଦ୍ୱାରା ସେମାନେ ଯେପରି ପୁରା ସୁରକ୍ଷିତ ରହିବେ ଓ ଏସ ଶ୍ରୀଶାନ୍ତ ଏହି ଟି-୨୦ ଲିଗର ପ୍ରମୁଖ ଆକର୍ଷଣ ରହିବେ। ଆପଣଙ୍କୁ କହିରଖିବୁକି ଏସ ଶ୍ରୀଶାନ୍ତ ପୁନଃ କ୍ରିକେଟ ଖେଳିବାକୁ ନେଇ ଉତ୍ସାହିତ ଅଟନ୍ତି ବ୍ୟାନ ହଟିବା ପରେ ସେ କହିଥିଲେ କି ସେ ପୁନଃ ଟିମ ଇଣ୍ଡିଆରେ ସାମିଲ ହେବାକୁ ଚାହୁଁଛନ୍ତି।

ଶ୍ରୀଶାନ୍ତ ଟିମ ଇଣ୍ଡିଆର ଦୁଇ ଦୁଇଟି ବିଶ୍ୱକପ ବିଜୟ ର ଅଂଶ ରହିସାରିଛନ୍ତି। ସେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ ୨୭ ଟେଷ୍ଟ, ୫୩ ଏକ ଦିବସିୟ, ୧୦ ଟି-୨୦ ମ୍ୟାଚରେ କରିଛନ୍ତି। ଶ୍ରୀଶାନ୍ତ ଙ୍କୁ ଜଣେ ଆକ୍ରାମକ ଦ୍ରୁତଗାମୀ ବୋଲର ଭାବେ ଜଣାଯାଇଥାଏ। ଏବେ ତାଙ୍କ ବୟସ ୩୭ ବର୍ଷ ହୋଇଗଲାଣି ସେଥିପାଇଁ ଏବେ ପୁନଃ ଟିମ ଇଣ୍ଡିଆରେ ଖେଳିବା ତାଙ୍କ ପାଇଁ ବହୁତ କଠିନ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।