୭ବର୍ଷ ପରେ କ୍ରିକେଟକୁ ଫେରିବା ପରେ ‘ଭାବପ୍ରବଣ’ ଶ୍ରୀଶାନ୍ତ, ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଟି -20 ଟୁର୍ଣ୍ଣାମେଣ୍ଟ ।

ମ୍ୟାଚ ଫିକ୍ସିଙ୍ଗର ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧକ ସହିବା ପରେ ଏହା ଶ୍ରୀଶାନ୍ତଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ। ବିସିସିଆଇ ଆଇପିଏଲରେ ମ୍ୟାଚ ଫିକ୍ସିଙ୍ଗରେ ଭାଗ ନେବା କାରଣରୁ ଶ୍ରୀଶାନ୍ତଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Google

ସାନ୍ତାକୁମାରନ ଶ୍ରୀଶାନ୍ତ ସାତ ବର୍ଷ ପରେ କ୍ରିକେଟକୁ ଫେରିଛନ୍ତି। ତାଙ୍କୁ ଆଗାମୀ ମାସରୁ ଆରମ୍ଭ ହେବାକୁ ଥିବା ସୈହଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ଟିମରେ ସାମିଲ କରାଯାଇଛି। ମ୍ୟାଚ ଫିକ୍ସିଙ୍ଗର ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧକ ସହିବା ପରେ ଏହା ଶ୍ରୀଶାନ୍ତଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ। ବିସିସିଆଇ ଆଇପିଏଲରେ ମ୍ୟାଚ ଫିକ୍ସିଙ୍ଗରେ ଭାଗ ନେବା କାରଣରୁ ଶ୍ରୀଶାନ୍ତଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ପ୍ରଦେଶ କ୍ରିକେଟ ବୋର୍ଡ ୧୦ ଜାନୁଆରୀରୁ ମୁମ୍ବାଇରୁ ଆରମ୍ଭ ହେବାକୁ ଥିବା ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ରଖିଛି। ଶ୍ରୀଶାନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଏହି ବର୍ଷ ସେପ୍ଟେମ୍ବରରେ ଶେଷ ହୋଇଯାଇଛି। ଏହା ପୂର୍ବରୁ ଏହି ମାସ ଆରମ୍ଭରେ ତାଙ୍କୁ ଅଲପୁଝା ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାର ଥିଲା କିନ୍ତୁ କରୋନା ମହାମାରି କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ବାତିଲ କରାଗଲା। କେରଳ କ୍ରିକେଟ ବୋର୍ଡ ରାଜ୍ୟ କ୍ରିକେଟ ଟିମର ଅଧିନାୟକତ୍ୱ ପଦ ସଞ୍ଜୁ ସୈମସନଙ୍କୁ ଦେଇଛି। ସଚିନ ବେବି କେରଳ କ୍ରିକେଟ ଟିମର ଉପଅଧିନାୟକ ଅଟନ୍ତି। ଶ୍ରୀଶାନ୍ତ କେରଳ ଟିମରେ ସାମିଲ ହେବାପରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିବାର ନଜର ଆସିଛନ୍ତି।

Google

ସେ ଟ୍ୱିଟରରେ ପୋଷ୍ଟ କରିଥିବା ଏହି ଭିଡ଼ିଓର କ୍ୟାପସନରେ ହୃଦୟକୁ ଛୁଇଁବା ଭଳି କଥା ଲେଖିଛନ୍ତି। ସେ ଲେଖିଛନ୍ତି,” ଜଣେ ଭାଙ୍ଗିଯାଇଥିବା ମଣିଷ ଯେବେ ନିଜକୁ ପୁଣି ତିଆରି କରିପାରେ ତାଠୁ ମଝବୁତ ମଣିଷ କେହି ନାହାଁନ୍ତି। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ”।ଭିଡ଼ିଓରେ ଖେଳାଳୀ ଓ ପଦାଧିକାରୀ ତାଙ୍କସହ ହାତ ମିଳାଇ ଟିମରେ ତାଙ୍କୁ ସ୍ବାଗତ କରିଛନ୍ତି।

ଶ୍ରୀଶାନ୍ତ ନିଜ ଶେଷ କ୍ରିକେଟ ମ୍ୟାଚ ଆଇପିଏଲରେ ରାଜସ୍ତାନ ରୟାଲ୍ସ ପକ୍ଷରୁ ୯ ମେ ୨୦୧୩ରେ କିଙ୍ଗସ ଇଲେଭେନ ପଞ୍ଜାବ ବିରୁଦ୍ଧରେ ଖେଳିଥିଲେ। ସେ ନିଜ ଶେଷ ଇଣ୍ଟରନେସନାଲ ମ୍ୟାଚ ଅଗଷ୍ଟ ୨୦୧୧ରେ ଇଂଲଣ୍ଡ ବିରୁଦ୍ଧରେ ଓଭାଲରେ ଖେଳିଥିଲେ। ସେହି ଟେଷ୍ଟ ମ୍ୟାଚ ଇଂଲଣ୍ଡ ଗୋଟିଏ ପାରି ଓ ୮ରନ ଥାଇ ଜିତିଥିଲା।

କେରଳ ଟିମରେ ଜଲଜ ସକ୍ସେନା, ରବିନ ଉଥାପା, ବାସୀଲ ଥମ୍ପିଙ୍କ ପରି ଅନୁଭବୀ ଖେଳାଳୀ ସାମିଲ ଅଛନ୍ତି।ଏହା ଛଡା ବିଷ୍ଣୁ ବିନୋଦ, ସଲମାନ ନିଯୋର,ନିଧେସ ଏମଡ଼ି ଓ କେଏସ ଆସିକ ମଧ୍ୟ ସାମିଲ ଅଛନ୍ତି। ସେହିପରି ଅକ୍ଷୟ ଚନ୍ଦନ ଅଭିଷେଖ ମୋହନ ଏସ ଏଲ,ବିନୋପ ଏସ ମନୋହରଣ, ମହମ୍ମଦ ଅଜୁରଦିନ,ରୋହନ ଏସ କୁତ୍ରୁମଲ ଓ ମିଥୁନ ଏସବି ସାମିଲ ଅଛନ୍ତି। କେରଳ ଏସୋସିଏସନ ଏଥର ଚାରିଜଣ ନୂଆ ଖେଳାଳୀଙ୍କୁ ସାମିଲ କରିଛନ୍ତି।ଏଥିରେ ବାଥମଲ ଗୋବିନ୍ଦ ଶର୍ମା, ସିରୁପ ଏମପି,ମିଥୁନ ପିକେ ଓ ରାଜେଶ କେଜି ଅନ୍ତର୍ଭୁକ୍ତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *