ଚଳିତ ଆଇପିଏଲ ସିଜିନର ୩୫ତମ ମ୍ୟାଚ ମଧ୍ୟ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ବାର୍ବନ ଷ୍ଟାଡିୟମରେ ଖେଳା ଯାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ। ଏହି ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ଜିତି ନେଇଛି।

ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ବାଙ୍ଗାଲୋରର ଓପନର ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସିସ ୭ ଟି ବଲରୁ ୫ ରନ ଏବଂ ଅନୁଜ ରାୱତ ଦୁଇଟି ବଲ ଖେଳି ଶୂନ୍ୟରେ ଆଉଟ ହୋଇଥିଲେ।
ଦଳ ଦୟନୀୟ ପରିସ୍ଥିତିରେ ଥିବା ବେଲେ ବିରାଟ କୋହଲି ମଧ୍ୟ ନିଜ ଖରାପ ଫର୍ମରୁ ବାହାରି ପାରି ନଥିଲେ। ସେ ମଧ୍ୟ ପୂର୍ଵ ମ୍ୟାଚ ଭଳି ଗୋଟିଏ ବଲ ଖେଳି କ୍ୟାଚ ଆଉଟ ହୋଇଥିଲେ। ଏହାପରେ ବାଙ୍ଗାଲୋର ଦଳର ବ୍ୟାଟିଂ ଅର୍ଡର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲା। ଗ୍ଲେନ ମ୍ୟାକ୍ସୱେଲ ମାତ୍ର ୧୨ ରନ ଏବଂ ପ୍ରଭୁଦେଶାଇ ୧୫ ରନ କରି ଆଉଟ ହୋଇଥିଲେ। ଏହା ପରେ ସହଵାଜ ଅହମ୍ମଦ ୭ ରନ, ଦିନେଶ କାର୍ତିକ ଶୂନ୍ୟ , ହର୍ଷଲ ପଟେଲ ୪ ରନ, ହାସରଙ୍ଗ ୮ ରନ ଏବଂ ସିରାଜ ୨ ରନରେ ଆଉଟ ହୋଇଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରୁ ୧୬ ଓଭର ଗୋଟିଏ ବଲରେ ୧୦ ୱିକେଟ ହରାଇ ୬୮ ରନ ସଂଗ୍ରହ କରି ପାରିଥିଲେ।
Never a bad time to discuss cricket! Scenes we love to see. ❤️#PlayBold #WeAreChallengers #IPL2022 #Mission2022 #RCB #ನಮ್ಮRCB #RCBvSRH pic.twitter.com/OZ15LYMZI9
— Royal Challengers Bangalore (@RCBTweets) April 23, 2022
ମାର୍କୋ ଜେନସନ ୪ ଓଭରରେ ୨୫ ରନ କରି ୩ ଟି ୱିକେଟ ନେଇଥିଲେ ଏବଂ ଟି ନଟରାଜନ ୪ ଓଭରରେ ମାତ୍ର ୧୦ ରନ ଦେଇ ୩ ଟି ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ ସୂଚିତ ୨ ଟି ୱିକେଟ, ଭୁବନେଶ୍ୱର କୁମାର ଏବଂ ଉମରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଶୃଙ୍ଖଳିତ ବ୍ୟାଟିଂର ନମୂନା ଦେଖାଇଥିଲେ। ଓପନର ୨୭ ବଲରୁ ୪୮ ରନ ସଂଗ୍ରହ କରି ଆଉଟ ହେବା ପରେ କେନ ୱିଲିୟମସନ ୧୭ ବଲରୁ ୧୬ ରନ ଏବଂ ରାହୁଲ ତ୍ରିପାଠୀ ୩ ବଲରୁ ୭ ରନ ସଂଗ୍ରହ କରି ମ୍ୟାଚ ଜିତାଇଥିଲେ। ଫଳରେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୮ ଓଭରରେ ୭୨ ରନ ସଂଗ୍ରହ କରି ମ୍ୟାଚ ଜିତି ନେଇଥିଲା।

ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ମାତ୍ର ଗୋଟିଏ ୱିକେଟ ନେଇଥିଲେ। ମାର୍କୋ ଜେନସନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥିସହିତ ହାଇଦ୍ରାବାଦ ୭ ଟି ମ୍ୟାଚ ଖେଳି ୧୦ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛି ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରୁ ୮ ଟି ମ୍ୟାଚ ଖେଳି ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।