ବିପଦରେ ଶ୍ରୀଲଙ୍କା କ୍ରିକେଟ, ବାର୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି ଖେଳାଳି

ଶ୍ରୀଲଙ୍କା ଖେଳାଳି ବାର୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି । ବୋର୍ଡ ଦ୍ୱାରା ୨୪ ଖେଳାଳିଙ୍କୁ ଚୁକ୍ତି ଦିଆଯାଇଛି । କିନ୍ତୁ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ବୟାନରେ ୩୮ ଜଣ ଖେଳାଳି ବାର୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରି ଦେଇଛନ୍ତି । ଏହି ଦଳ ୯ ଜୁନ୍ ରେ ଇଂଲଣ୍ଡ ଗସ୍ତରେ ଯାଉଛି । ଏଭଳି ପରିସ୍ଥିତିରେ ଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି । ଦଳକୁ ଇଂଲଣ୍ଡ ଗସ୍ତରେ ତିନୋଟି ODI ଏବଂ ତିନୋଟି T-20 ମ୍ୟାଚ୍ ଖେଳିବାକୁ ପଡିବ ।

Google

ଖେଳାଳୀମାନେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତରଫରୁ ପାରଦର୍ଶିତାର ଅଭାବର ଅଭିଯୋଗ ଲଗାଇ ବାର୍ଷିକ ଅନୁବନ୍ଧରେ ହସ୍ତାକ୍ଷର କରିବାକୁ ମନା କରିଦେଇଛନ୍ତି। ଖେଳାଳୀମାନଙ୍କର ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ନଥିଲା, କାରଣ ପାଖାପାଖି ସବୁ ସିନିୟର ଖେଳାଳୀମାନେ ଏକା ସହିତ ଏହା ସ୍ପଷ୍ଟ କରିଦେଇଥିଲେ କି ଶ୍ରୀଲଙ୍କା କ୍ରିକେଟ(ଏସଏଲସି)ଦ୍ୱାରା ଦିଆଯାଇଥିବା ଅନୁବନ୍ଧ ତାଙ୍କର ପସନ୍ଦର ନଥିଲା ଓ ଭଲ ପ୍ରଦର୍ଶନ କରିଥିବା କିଛି ଖେଳାଳୀଙ୍କୁ ଏଥିରୁ ଅଲଗା ରଖାଯାଇଛି। ଖେଳାଳୀଙ୍କୁ ଗତ ବର୍ଷ ଅକ୍ଟୋବରରୁ ଅନିବନ୍ଧ ମିଳିନାହିଁ। ୩ଜୁନ ଯାଏ ଟାଇମ ଦିଆଯାଇଥିଲା ବୋଲି ଜଣା ଯାଇଛି।

ଖେଳାଳୀଙ୍କ ତରଫରୁ ଜାରି ସାମୁହିକ ବୟାନ ଅନୁସାରେ,’ସେ ଇଂଲଣ୍ଡର ଆଗାମୀ ଗ୍ରସ୍ତ ପାଇଁ ଅନୁବନ୍ଧରେ ହସ୍ତାକ୍ଷର ନ କରିବାର ଫଇସଲା କଲେ। ଏହା ସହିତ ହିଁ ଭବିଷ୍ୟରେ ଆଉ କୌଣସି ଗ୍ରସ୍ତ ପାଇଁ ଅନୁବନ୍ଧ କରିବେ ନାହିଁ। ଶ୍ରୀଲଙ୍କା କ୍ରିକେଟ ଘୋଷଣା କରିଥିଲା କି ୨୪ ପ୍ରମୂଖ ଖେଳାଳୀଙ୍କୁ ୪ଟି ଶ୍ରେଣୀ ଅନ୍ତର୍ଗତ ଅନୁବନ୍ଧ ଦିଆଯାଇଥିଲା ଓ ତାଙ୍କୁ ଏହା ଉପରେ ହସ୍ତାକ୍ଷର କରିବା ପାଇଁ ୩ଜୁନ ପର୍ଯ୍ୟନ୍ତ ସମୟ ସୀମା ଥିଲା ବୋଲି ଜଣା ଯାଇଛି।

Google
ଅନ୍ୟ ଦେଶ ଠାରୁ ରାଶି ୩ଗୁଣ କମ:

ଏହି ଅନୁସାରେ ବାର୍ଷିକ ରିଟେନରଶିପ ଭାବରେ ଖେଳାଳୀଙ୍କୁ ୭୦,୦୦୦ରୁ ୧୦୦,୦୦୦ ଡଲାରର ମଧ୍ୟରେ ଚୁକ୍ତି ଥିଲା। ଦଳର ତାରକା ବ୍ୟାଟ୍ସମ୍ୟାନ ଧନଞ୍ଜୟ ଡି ସିଲଭାଙ୍କୁ ସବୁଠାରୁ ଅଧିକ ରାଶି ଦିଆଯିବା ୧୦୦,୦୦୦ ଡ଼ଲାରର ଶ୍ରେଣୀରେ ରଖା ଯାଇଥିଲା। ସେ ମଧ୍ୟ ଏହା ଉପରେ ହସ୍ତାକ୍ଷର କରିବା ପାଇଁ ମନା କରିଦେଇଛନ୍ତି ବୋଲି ଜଣା ଯାଇଛି। ଗତ ମାସ ବିବାଦ ଓ କଥାବାର୍ତ୍ତା ପରେ ଖେଳାଳୀମାନେ କହିଥିଲେ କି ତାଙ୍କର ପ୍ରସ୍ତାବିତ ପାରିଶ୍ରମିକ’ଫେଡେରେସନ ଅଫ ଇଣ୍ଟରନ୍ୟାଶନାଲ କ୍ରିକେଟ ଆସୋସିଏସନରୁ ସୂଚନା ଅନୁସାରେ ଅନ୍ୟ ଦେଶର ଖେଳାଳୀଙ୍କୁ ଦିଆଯାଉଥିବା ରାଶି ତୁଳନାରେ ୩ଗୁଣ କମ ଅଟେ ବୋଲି ଜଣା ଯାଉଛି।

ସାର୍ଵଜନିକ ଖୁଲାସାରୁ ମଧ୍ୟ ଖେଳାଳୀ ଖୁସି ନାହାନ୍ତି:

ଖେଳାଳୀମାନେ ଯଦିଓ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ସେ କୌଣସି ସମୟରେ ଦେଶ ପାଇଁ ଖେଳିବା ପାଇଁ ମନା କରିବେ ନାହିଁ,ଯଦିଓ ସେମାନେ ଅନୁବନ୍ଧରେ ହସ୍ତାକ୍ଷର କରିନାହାନ୍ତି ଓ ଏସଏଲସି ତାଙ୍କୁ ତାଙ୍କର ବେତନ ଦବା ପାଇଁ ମନା କରିଦେଲେ। ସିନିୟର ଖେଳାଳୀ ଏହି କଥାରେ ମଧ୍ୟ ଖୁସି ନଥିଲେ କି ଏସଏଲସି ତାଙ୍କର କେନ୍ଦ୍ରୀୟ ଅନୁବନ୍ଧ ରାଶିର ସାର୍ଵଜାନିକ ଖୁଲାସା କରିଦେଇଛନ୍ତି।ଖେଳାଳୀମାନେ ଦାବି କରିଛନ୍ତି କି ଏସଏଲସିର ନିଷ୍ପତ୍ତି ତାଙ୍କର ଆତ୍ମବିଶ୍ୱାସ ଓ ମନର ଶାନ୍ତିକୁ ପ୍ରଭାବିତ କରିଛି ବୋଲି ଜଣା ଯାଇଛି। କ୍ରିକେଟ ଉପଦେଶକାରୀ ସମିତିର ଅଧ୍ୟକ୍ଷ ଅରବିନ୍ଦ ଡି ସିଲୱା, ପ୍ରଦର୍ଶନ ସହ ଜଡିତ ବେତନ ପ୍ରଣାଳୀର ପ୍ରତିରକ୍ଷା କରି କହିଲେ କି ତିନୋଟି ଫର୍ମାଟରେ ଦଳର ଖରାପ ପ୍ରଦର୍ଶନ ପରେ ବୋର୍ଡ ଏହି ଫଇସଲା କରିବା ନିମନ୍ତେ ବାଧ୍ୟ ହେଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *