୯୦ ଦଶକର ଅପରାଧ ଦୁନିଆରେ ନିଜର ଡର ଦେଖାଉଥିବା କୁଖ୍ୟାତ ଅପରାଧି ଶ୍ରୀ ପ୍ରକାଶ ଶୁକ୍ଳାର ପରିଚୟ କାହାକୁ ବି ଅଛପା ନାହିଁ । ୟୁପି ପୋଲିସର ସହଯୋଗରେ ଏସିଟିଏଫ ତାହାର ଜୀବନର ଅନ୍ତ କରିଥିଲା । ତାର ଅବସ୍ଥା ବି ଅପରାଧି ବିକାଶ ଦୁବେ ଭଳି ହୋଇଥିଲା । ଏପରି ସ୍ଥିତିରେ ପୋଲିସ ଏକ ଏକ କରି ସମସ୍ତ ଅପରାଧୀଙ୍କୁ ଏନକାଉଣ୍ଟରରେ ମାରିଥିଲା କିନ୍ତୁ ପୁରୁଣା ସମୟରେ ଶ୍ରୀ ପ୍ରକାଶ ଶୁକ୍ଳାର ଇତିହାସ ଉପରେ ଆଖିପକାଇବା ତ, ଆଜିବି କିଛି ଲୋକ ଶ୍ରୀ ପ୍ରକାଶ ଶୁକ୍ଳାର ଫଟୋକୁ ସେୟାର କରି ତାକୁ ଜୀବିତ ରଖିଛନ୍ତି । ଯାହା ପୋଲିସର ନଜରରୁ ବହୁତ ଦୂରରେ ।

ପ୍ରୋଫାଇଲରେ ଦେଖାଯାଉଛି ଷ୍ଟାଇଲ:
ଲକ୍ଷୌ ସମେତ, ଗୋରଫପୁର, ବସ୍ତି, ଗାଜିଆବାଦର ଯୁବକ ମାନଙ୍କ ମନରେ ଶ୍ରୀ ପ୍ରକାଶ ଶୁକ୍ଳାର କଥା ଏପରି ଭରି ରହିଛି କି ,ସେମାନେ ତାକୁ ନିଜ ଆଦର୍ଶ ମାନି ଶ୍ରୀ ପ୍ରକାଶ ଶୁକ୍ଳାର କୌଣସି ପ୍ରୋଫାଇଲ ଫଟୋରେ ଅବୈଧ ଅଶ୍ଲୀଳ ଫୋଟୋ ଲଗେଇ ଦେଇଛନ୍ତି । ସେହିପରି ଫେସବୁକରେ ସର୍ଚ୍ଚ କରିବା ଦ୍ଵାରା ଲାଇନରେ ଅନେକ ଗୁଡ଼େ ଶ୍ରୀ ପ୍ରକାଶ ଶୁକ୍ଳାର ଫଟୋ ଲାଗିଥିବା ପ୍ରୋଫାଇଲ ଦେଖାଯାଇଥାଏ । ଏହିପରି କିଛି ଯୁବକ ଶ୍ରୀ ପ୍ରକାଶ ଶୁକ୍ଳାର ଷ୍ଟାଇଲକୁ ଦେଖାଉଛନ୍ତି ।
୨୦ ବର୍ଷ ବୟସରେ ପ୍ରଥମ ହତ୍ୟା:
ଶ୍ରୀ ପ୍ରକାଶଙ୍କର ଜୀବନୀ ଅନୁସାରେ ସେ ନିଜ କୁସ୍ତି ଲଢେଇ ଦ୍ଵାରା ଆଖଡାରେ ଭଲ ନାମ କମାଇଥିଲେ ।ଏହି ସମୟରେ ତାର ଭଉଣୀକୁ ଗ୍ରାମର ଯୁବକ ହଇରାଣ କରିଥିଲେ ।ଏହାର ପ୍ରତିଶୋଧ ନେବାପାଇଁ ଶ୍ରୀ ପ୍ରକାଶ ଶୁକ୍ଳା ମାତ୍ର ୨୦ ବର୍ଷ ବୟସରେ ସେହି ବ୍ୟକ୍ତିକୁ ଗୁଳି ମାରି ହତ୍ୟା କରିଥିଲେ ।

ବିକାଶ ଦୁବେ ସହିତ ତୁଳନା:
ଗୋରାଖପୁରର ପ୍ରସିଦ୍ଧ ବନ୍ଧୁକ ଚାଳକ, ସୁପାରି କିଲର, ଶ୍ରୀ ପ୍ରକାଶ ଶୁକ୍ଳାର ପୋଲିସ ସହିତ ମଧ୍ୟ କିଛି ଅପରାଧ ଥିଲା କିନ୍ତୁ କାନପୁର ବିକରୁ ଗ୍ରାମର ଘଟଣା ପରେ ସୋସିଆଲ ମିଡିଆରେ କୁଖ୍ୟାତ ଅପରାଧି ବିକାଶ ଦୁବେର ତୁଳନା କିଛି ଲୋକ ପ୍ରସିଦ୍ଧ ବନ୍ଧୁକ ଚାଳକ ଶ୍ରୀ ପ୍ରକାଶ ସହିତ କରିଛନ୍ତି ।

ସାହିଙ୍କୁ ଲକ୍ଷୌରେ ମଝିରେ ଗୁଳି କରିଦେଲା:
ଜଣାପଡିଛି କି ମହାରାଜଗଞ୍ଜ ଲଷ୍ମୀପୁରର ବିଧାୟକ ବିରେନ୍ଦ୍ର ସାହିଙ୍କୁ ବର୍ଷ ୧୯୯୭ର ଆରମ୍ଭରେ ଶ୍ରୀ ପ୍ରକାଶ ସାହିଙ୍କୁ ଲକ୍ଷୌରେ ଗୁଳି କରିଦେଲା । ଏହା ପରେ ଶ୍ରୀ ପ୍ରକାଶ ନିଜ ଦ୍ୱିତୀୟ ହିଟରେ ନାମ ଲେଖିଥିଲା କଲ୍ୟାଣ ସରକାରରେ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରି । ଯିଏକି ଚିଲୁପାର ବିଧାନସଭା ସିଟରେ ୧୫ ବର୍ଷ ବିଧାୟକ ଥିଲେ।ଏହା ପରେ ଶ୍ରୀ ପ୍ରକାଶ ଶୁକ୍ଳା ୧୩ ଜୁନ ୧୯୯୮କୁ ପାଟଣାରେ ବିହାରର ବାହୁବଳୀ ମନ୍ତ୍ରୀ ବୃଜ ବିହାରୀ ପ୍ରସାଦଙ୍କୁ ଇନ୍ଦିରା ଗାନ୍ଧୀ ମେଡ଼ିକାଲ ସାମ୍ନାରେ ଗୁଳି ମାରି ହତ୍ୟା କରିଦେଇଥିଲେ ।

ଏହା ପରେ ଶ୍ରୀ ପ୍ରକାଶ ଶୁକ୍ଳା ୟୁପିର ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ହତ୍ୟା କରିବା ପାଇଁ ୬ କୋଟି ଟଙ୍କା ନେଇଥିଲା କିନ୍ତୁ ସେହି ସମୟରେ ଏହି ଖବର UP ପୋଲିସର ଏସଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ପାଇଁ ବମ ପଡିବା ବଳି ଥିଲା । ଯାହା ପରେ ୪ ମଇ ୧୯୯୮କୁ ଶ୍ରୀ ପ୍ରକାଶକୁ ଧରିବା ପାଇଁ ଏସଟିଏଫ ର ଗଠନ କରାଯାଇଥିଲା ଓ ୨୩ ସେପ୍ଟେମ୍ବର ୧୯୯୮ କୁ ଏସଟିଏଫ ଏନକାଉଣ୍ଟରରେ ଶ୍ରୀ ପ୍ରକାଶକୁ ମାରିଥିଲା ।
ବର୍ଜନ:

ଖାସକରି କମଜୋର ପିଲାମାନେ କୁଖ୍ୟାତ ଅପରାଧୀଙ୍କୁ ନିଜ ଆଦର୍ଶ ମାନିନେଇଥାନ୍ତି । ନିଜର ଆଧିପତ୍ୟ ବିସ୍ତାର ପାଇଁ ପିଲାମାନେ ଏମାନଙ୍କ ଠୁ ପ୍ରେରଣା ନେଇଥାନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।