ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ କୋର୍ଟରେ NCB ପ୍ରଥମ ଚାର୍ଜସିଟ ଜମା କରିବ। ମିଳିଥିବା ଖବର ଅନୁସାରେ, ୧୨ ହଜାର ପୃଷ୍ଠା ସହିତ ଜଡିତ ଚାର୍ଜସିଟ NCB ଜମା କରିବ। ରିୟା ଚକ୍ରବର୍ତ୍ତୀଙ୍କ ନାମ ଏଥିରେ ମୁଖ୍ୟ ଅଭିଯୁକ୍ତ ବୋଲି ଅନ୍ତର୍ଭୁକ୍ତ ରହିଛି। ଚାର୍ଜସିଟରେ ରିୟାଙ୍କ ସମେତ ଆଉ ୩୩ଜଣଙ୍କ ନାମ ଅଛି।

କିଛି ଡ୍ରଗ୍ସ ପେଡେଲାରଙ୍କ ସହିତ ,ରିୟାଙ୍କ ସଂପର୍କୀୟଙ୍କ ନାମ ମଧ୍ୟ ଅଛି ବୋଲି ଜଣା ଯାଇଛି। ଚାର୍ଜସିଟଟି ଫରେନସିକ ରିପୋର୍ଟ,ରେକର୍ଡ ହୋଇଥିବା କଥାବାର୍ତ୍ତା ତଥା ଡ୍ରଗ୍ସ ଏବଂ ଇଲେଟ୍ରୋକନିକ ଜିନିଷକୁ ନେଇ ଗଢ଼ା ହୋଇଛି।
ସମୀର ଉଆଁଖେଡେ ଯିଏ କି NCB ଜେନେରାଲ ନିର୍ଦ୍ଦେଶକ ସେ ଏହାକୁ ନେଇ କୋର୍ଟ ଯିବେ। ଚାର୍ଜସିଟର ତିନି ମାସ ପରେ ସାରା ଅଲି ଖାନ,ଶରଧା କପୁରଙ୍କ ନାମ ଅନ୍ତର୍ଭୁକ୍ତ ହୋଇପାରେ ବୋଲି ଜଣା ଯାଇଛି। ଏମାନଙ୍କ ବିପକ୍ଷରେ ମିଳିଥିବା ତଥ୍ୟକୁ ନେଇ ଏବେ ଦେଖା ଯାଉଛି।

ଜାଣିଥିବେ ଗତ ବର୍ଷ ଜୁନ ମାସରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ଫ୍ଲାଟରେ ମୃତ୍ୟୁ ଥିବାର ମିଳିଥିଲେ। ଏହାକୁ ପ୍ରଥମରେ ଆତ୍ମହତ୍ୟା ବୋଲି କୁହାଯାଉଥିଲା ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ଅଭିଯୋଗ ଦାଖଲ ପରେ CBI ନିଜର ଖୋଜାଖୋଜି ଆରମ୍ଭ କଲା।
NCB ହାତରେ ବହୁତ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ ମାମଲାକୁ ନେଇ ଛନ୍ଦି ହୋଇଥିଲେ। NCB ବହୁତ ଷ୍ଟାରଙ୍କ ଘରେ ଖୋଜା ଖୋଜି କରିଥିଲା। ରିୟାଙ୍କ ସହିତ ତାଙ୍କ ଭାଇ ଷୋୖଭିକ ମଧ୍ୟ ଜେଲ ଯାଇଥିଲେ। କିଛି ପରିମାଣରେ ଡ୍ରଗ୍ସ ପାଡେଲର ଏବେ ବି ଜେଲରେ ରହିଛନ୍ତି ବୋଲି ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।