ସୁଶାନ୍ତ ସିଂ ରାଜପୁତ କେସ: ଗିରଫ ହେବେ ବୋଲି ଡରୁଛନ୍ତି ସୁଶାନ୍ତଙ୍କ ଭଉଣୀ, ବମ୍ବେ ହାଇକୋର୍ଟରେ ଜଲ୍ଦି ଶୁଣାଣି ପାଇଁ କଲେ ଆବେଦନ।

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମିତୁ ସିଂ ଏକ ମାମଲାରେ ବମ୍ବେ ହାଇକୋର୍ଟରେ ୟାଚିକା ଦାଖଲ କରି ଜଲ୍ଦି ଶୁଣାଣି ପାଇଁ ଆବେଦନ କରିଛନ୍ତି। ତାଙ୍କ ବିପକ୍ଷରେ ରିୟା ଚକ୍ରବର୍ତ୍ତୀ ଏଫଆଇଆର ଦାଖଲ କରିଛନ୍ତି ଏବଂ ତାହା ସହିତ ସୁଶାନ୍ତଙ୍କୁ ବେଆଇନ ତରିକାରେ ସାଇକୋଟ୍ରୋପିକ ଔଷଧ ଦେବାର ଅଭିଯୋଗ କରିଛନ୍ତି।

Google

ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ମିତୁ ସିଂ ବମ୍ବେ ହାଇକୋର୍ଟକୁ ପ୍ରାର୍ଥନା କରିଛନ୍ତି କି ତାଙ୍କ ୟାଚିକାର ଜଲ୍ଦି ଶୁଣାଣି କରିବା ପାଇଁ। ଦୁଇ ଭଉଣୀଙ୍କ ସିବିଆଇ ଗିରଫ କରିବା ନେଇ ଡର ଅଛି। ଦୁଇଙ୍କ ବିପକ୍ଷରେ ରିୟା ଚକ୍ରବର୍ତ୍ତୀ ଏଫଆ ଇଆର ଦାଖଲ କରିଥିଲେ। ପ୍ରିୟଙ୍କା ସିଂ ଓ ମିତୁ ସିଂଙ୍କ ୟାଚିକା ଉପରେ ୪ ନଭେମ୍ବରକୁ ଶୁଣାଣି ଅଛି। ନ୍ୟାୟଧିସ ଏସଏସ ସିଂଦେ ଓ ଏସଏସ କଣିଖାସ ମିଶି ଏହି ୟାଚିକା ଉପରେ ସୁଶାଣୀ କରିବେ।

ପ୍ରିୟଙ୍କା ସିଂ ଓ ମିତୁ ସିଂ ୟାଚିକାରେ ରିୟା ଚକ୍ରବର୍ତ୍ତୀଙ୍କ ଏଫଆଇଆରକୁ ଖାରଜ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।ରିୟା ଅଭିଯୋଗ କରିଥିଲେ କି ପ୍ରିୟଙ୍କା ଓ ତାଙ୍କ ଜଣେ ପରିଚିତ ଡାକ୍ତର ବିନା କୌଣସି ପରାମର୍ଶରେ ବେଆଇନ ଉପାୟ ସାହାଯ୍ୟରେ ସୁଶାନ୍ତଙ୍କ ପାଇଁ ସାଇକୋଟ୍ରୋପିକ ଔଷଧ ପ୍ରେକ୍ସିପସନ କରିଥିଲେ। ତାଙ୍କ ଭଉଣୀଙ୍କ ଦ୍ଵାରା ଔଷଧ ଖାଇବାର ଚାପ ପରେ ଏକ ସପ୍ତାହ ପରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ଭଉଣୀ ଏହାର ସାକ୍ଷୀ କି ଏହି ଔଷଧ ଖାଇବା ପୂର୍ବରୁ ସେ କୌଣସି ଡାକ୍ତରଙ୍କ ସହିତ ସମ୍ପର୍କ କରିନଥିଲେ।

Google
କରାଯାଇଛି ଏହି ଦାବି:-

ଦାଖଲ ହୋଇଥିବା ୟାଚିକାରେ ସୁଶାନ୍ତଙ୍କ ଭଉଣୀଙ୍କ ଓକିଲ ମାଧବ ଥୋରାଟ ଦାବି କରିଛନ୍ତି କି ଏହି ଔଷଧ ପ୍ରତିବନ୍ଧିତ ନୁହେଁ ଓ ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ ଦ୍ଵାରା ୧୧ ଏପ୍ରିଲକୁ ଜାରି ହୋଇଥିବା ଗାଇଡ଼ଲାଇନରେ ଟେଲି ମେଡିସିନ ବିଷୟରେ କୁହାଯାଇଛି,”ପ୍ରଥମ ଥର ପରାମର୍ଶ ପରେ ବି ଏକ ରୋଗୀକୁ ମେଡିସିନ ଦେବାର ଅନୁମତି ଅଛି”।

Google
ଭଉଣୀଙ୍କ ଦାବି ଉପରେ ଦାବି କରାଯାଇଥିବା ପ୍ରତିକ୍ରିୟା ଏଫିଡେବିତ:-

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନସିଂଦେ ସୁଶାନ୍ତଙ୍କ ୟାଚିକା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଇଣ୍ଡିଆ ଟୁଡେ ର ରିପୋର୍ଟ ଅନୁସାରେ ଏହି ରିୟା ଲେଖିଛନ୍ତି ,”ସୁଶାନ୍ତ ମୁମ୍ବାଇରେ ରହୁଥିଲେ ଦିଲ୍ଲୀରେ ନୁହେଁ। ଏହା ବହୁତ ଆଶ୍ଚର୍ଯ୍ୟ କଲା ଭଳି କି ଡାକ୍ତର ତରୁଣ କୁମାର ଏକ କାଡ଼ିଓଲୋଜିଷ୍ଟ ହୋଇ ମଧ୍ୟ ଏକ ରୋଗୀ ପାଇଁ ସାଇକୋଟ୍ରୋପିକ ସବଷ୍ଟାସେଜ ଲେଖିଥିଲେ ଯାହାଙ୍କୁ ସେ ଭେଟି ନଥିଲେ। କି ସୁଶାନ୍ତ ଓ ଡାକ୍ତରଙ୍କ ମଧ୍ୟରେ କୌଣସି ଟେଲିକନଫ୍ରେନ୍ସ ଭି ହୋଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *