ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ମାସ ହେବାକୁ ବସିଲାଣି। ହେଲେ ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ କୌଣସି ଶେଷ ନିଷ୍ପତ୍ତିରେ ପହଞ୍ଚିପାରିନାହିଁ। ଏମିତିରେ ଏବେ ଏଜେନ୍ସିଙ୍କ କାମ କରିବାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠା ଯାଉଛି। ସୁଶାନ୍ତ ମାମଲାରେ ସିବିଆଇର ଯାଞ୍ଚ କରିବାର ପ୍ରକ୍ରିୟାକୁ ମଧ୍ୟ ନଜର ରଖି ସୁପ୍ରିମକୋର୍ଟରେ ଏକ କେସ ଦର୍ଜ ହୋଇଛି। ଏହି କେସରେ ଏତେ ସମୟ ଯାଞ୍ଚ କରାଯାଇ ସିବିଆଇ ଚୁପ କାହିଁକି ରହିଛି ବୋଲି ପ୍ରଶ୍ନ ଉଠିଛି। କହିରଖୁଛୁ କି ସୁଶାନ୍ତ ସିଂ ରାଜପୁତ ୧୪ ଜୁନ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ।

ଓକିଲ ବିନୀତ ଢ଼ାଣ୍ଡା ସୁପ୍ରିମକୋର୍ଟରେ ଏକ ମାମଲା ଦେଇଛନ୍ତି,ଯେଉଁଥିରେ ଶୀର୍ଷ କୋର୍ଟରୁ ଏଜେନ୍ସିଙ୍କୁ ଦୁଇ ମାସ ଯାଞ୍ଚ ପୁରା କରିବା ଓ ଏହା ସମ୍ବନ୍ଧରେ ଏକ ରିପୋର୍ଟ ଦବାର ନିର୍ଦେଶକୁ ଅପିଲ କରାଯାଇଛି। ପ୍ରସଙ୍ଗରେ କୁହାଯାଇଛି କି ପାଖାପାଖି ୪ ମାସ ପୂର୍ବରୁ ସୁପ୍ରିମକୋର୍ଟ ଦ୍ୱାରା ସିବିଆଇକୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମାମଲାରେ କୁହାଯାଇଛି କି-ସୁପ୍ରିମକୋର୍ଟ ଦେଶର ପ୍ରମୁଖ ଯାଞ୍ଚ ଏଜେନ୍ସି ଉପରେ ଭରସା କଲେ ଓ ସୁଶାନ୍ତ ରାଜପୁତଙ୍କ ସନ୍ଦେହସ୍ପଦ ମୃତ୍ୟୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ କାହିଁକିନା ତାଙ୍କ ମୃତ୍ୟୁ ପୁରା ଦେଶକୁ ହଲେଇଦେଇଥିଲା। କେବଳ ଏତିକି ନୁହେଁ ବିଦେଶରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ନ୍ୟାୟ ମଗାଯାଇଥିଲା। ମାମଲା କର୍ତା ଦଲିଲ ଦେଲେ କି ଅଦାଲତକୁ ଏହି ଯାଞ୍ଚ ପାଇଁ ଦୁଇ ମାସର ସମୟ ସୀମା ନିର୍ଦ୍ଧାରଣ କରିଦେବା ଉଚିତ ,ତାହାଲେ ସମାୟାନୁସାରେ ନିଷ୍ପତ୍ତି ଆସିବ। ଏହା ସହ ସୁପ୍ରିମକୋର୍ଟକୁ ଏହା ମଧ୍ୟ ମଗାଯାଇଛି କି ସେ ସିବିଆଇକୁ ନିର୍ଦ୍ଦେଶ ଜାରି କରନ୍ତୁ କି ସେ ନିଜ ଯାଞ୍ଚ ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।